ରାୟଗଡ଼ା- ପ୍ରେମାନନ୍ଦ ପୂଜାରୀ: ନୂଆ-ଓ ଯୁବ ଓଡି଼ଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଘଟଣ । ଖାଦ୍ୟ ପାଇଁ ଠେଲାପେଲା ବେଳେ ଜଣେ ଛାତ୍ରୀଙ୍କ ଗୋଡ଼ରେ ଗରମ ତେଲ ପଡିଯିବାରୁ ଛାତ୍ରୀ ଗୁରୁତର ଭାବେ ଆହତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏବଂ ଠେଲା ପେଲାରେ ଆଉଜଣେ ଛାତ୍ରୀ ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଅବସ୍ଥା ଭଲ ରହିଛି । ଆଜି ରାୟଗଡାର GIACR ପଡିଆରେ ଅନୁଷ୍ଠିତ ହୋଇଥିଲା "ମୋ ଓଡି଼ଶା ନବୀନ ଓଡି଼ଶା"କାର୍ଯ୍ୟକ୍ରମ। 


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ସ୍କୁଲ, କଲେଜର ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲା ରାୟଗଡ଼ା ରେ ନୂଆ-ଓ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ। ପୁର୍ବରୁ ତିନି ଦିନ ତଳେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକରେ ନୂଆ ଓ ଯୁବ ନବିନ ଓଡ଼ିଶା କାର୍ଯ୍ୟକ୍ରମ ରୁ ଛେଳିଗଡ ଉଚ୍ଚ ବିଦ୍ୟାଳୟ ର ୨୧ ଜଣ ଛାତ୍ର ଟ୍ରଫି ନେଇ ଫେରୁଥିବା ବେଳେ ଚମ୍ପା ଘାଟିରେ ମହିନ୍ଦ୍ରା ମେକ୍ସିକୋ ଡାଲା ଗାଡ଼ିଟି ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେଥିରେ ୨୧ ଜଣ ଛାତ୍ର ଆହାତ ହୋଇଥିବା ବେଳେ ୫ଜଣ ଗୁରୁତର ଆହାତ ଅବସ୍ଥାରେ ବ୍ରହ୍ମପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ବାରମ୍ବାର ଏଭଳି ଅଘଟଣ ସାମ୍ନା କୁ ଆସୁଥିବା ବେଳେ ସାଧାରଣ ରେ ଏନେଇ ବିଶେଷ ଆଲୋଚନା ଚାଲିଛି ।


Also Read: CS Review: ପୁରୀରେ ମୁଖ୍ୟ ଶାସନ ସଚିବ, କଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା


Also Read: ପୁଅକୁ ମାରିବାକୁ ଏମିତି ଷଡ଼ଯନ୍ତ୍ର ରଚିଥିଲେ CEO ମା, ଶୁଣିଲେ ଟାଙ୍କୁରି ଉଠିବ ଲୋମ