ଆମ୍ବ ଟାକୁଆ ଜାଉ ଘଟଣା; ଏସସିବିରେ ଚିକିତ୍ସାଧୀନ ଦୁଇ ମହିଳାଙ୍କ ଏକାଧିକ ଅଙ୍ଗ ଅଚଳ
Eating mango seed issue: ଏସସିବିର ମେଡିସିନ୍, ହେପାଟୋଲୋଜି ଓ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଗୁରୁତର ମହିଳାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ପରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିତି ବୁଲିଦେଖିଛନ୍ତି।
କଟକ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ(କୋଇଲି)ରୁ ପ୍ରସ୍ତୁତ ଜାଉ ଖାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଦୁଇ ଗୁରୁତର ରୋଗୀ ହେପାଟାଇଟିସ୍ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଯକୃତରେ ଗୁରୁତର ସଂକ୍ରମଣ ହୋଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରୀ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦ୍ରୁତଗତିରେ ଉଭୟଙ୍କ ଲିଭର(ଯକୃତ) ଖରାପ ହେବା ଆରମ୍ଭ କରିଛି। ଏହାସହ ଆକ୍ରାନ୍ତଙ୍କ ବିଭିନ୍ନ ଅଙ୍ଗ କାମ ଦେଉ ନଥିବା ଜଣାପଡିଛି।
ଅପରପକ୍ଷେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରିଛି। ସୋମବାର ଏସ୍ସିବିରେ ଦୁଇ ଗୁରୁତରଙ୍କୁ ଭେଟି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସରକାର ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ଏବଂ ପିଡିଏସ୍ ଚାଉଳ ଦେଇପାରି ନ ଥିବା ନେଇ ବିରୋଧୀ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନ କରିବାକୁ ସେ ବିରୋଧୀ ଦଳ ଗୁଡିକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ବିଜେଡିର ୫ ଜଣିଆ ବିଧାୟକ ଦଳ ମଧ୍ୟ ସୋମବାର ଡାକ୍ତରଖାନାକୁ ଯାଇ ପୀଡିତା ଦ୍ବୟଙ୍କୁ ଭେଟିଛନ୍ତି। ରାଜ୍ୟରେ ପିଡିଏସ୍ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ବିଜେଡି ଅଭିଯୋଗ କରିଛି।
ଏସସିବିର ମେଡିସିନ୍, ହେପାଟୋଲୋଜି ଓ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଗୁରୁତର ମହିଳାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ପରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିତି ବୁଲିଦେଖିଛନ୍ତି।