Indian Railway News: ଭଦ୍ରକ-ବିଜୟନଗରମ୍ ରେଳପଥର ନିର୍ଗୁଣ୍ଡି-ବାରଙ୍ଗ ଏବଂ ଖୋର୍ଦ୍ଧାରୋଡ଼- ବିଜୟନଗରମ୍ ସେକ୍ସନ୍ ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ହେବ। ମୋଟ ୩୮୫ କିମି ଦୈର୍ଘ୍ୟର ରେଳ ଲାଇନ ମଧ୍ୟରୁ ଓଡ଼ିଶାରେ ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ ଏବଂ ଗଞ୍ଜାମ ଜିଲ୍ଲାରେ ୧୮୪ କିଲୋମିଟର ଲାଇନ ରହିବ। ସେହିପରି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ, ବିଜୟନଗରମ୍, ବିଶାଖାପାଟଣା ଜିଲ୍ଲାର ୨୦୧ କିଲୋମିଟର ଲାଇନ୍ ନିର୍ମିତ ହେବ। ଏହି ରେଳ ନିର୍ମାଣ ପାଇଁ ୫୬୧୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧାରୋଡ଼ ଏଡିଆରଏମ କଲ୍ୟାଣ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ (Central Cabinet Committee Meeting) ରେଳ ମନ୍ତ୍ରଣାଳୟ (Railway Ministry India) ପକ୍ଷରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାକୁ ରହିଥିବା ପ୍ରାୟ ୩୨, ୫୦୦ କୋଟି ଟଙ୍କା ମୂଲ୍ୟର ୭ ପ୍ରକଳ୍ପକୁ (Railway Ministry Projects in India) ଅନୁମୋଦନ କରିଛି। ଯେଉଁଥିରେ ରାଜ୍ୟର ଏହି ଦୁଇଟି ରେଳ ଲାଇନ୍ ନିର୍ମାଣ ପ୍ରକଳ୍ପ ସାମିଲ ରହିଛି। ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ବିରୂପା (Birupa), ମହାନଦୀ (Mahnadi), କାଠଯୋଡ଼ି (Kathajodi), ଋଷିକୂଲ୍ୟା (Rushikulya), ବଂଶଧାରା (Vamsadhara) ଏବଂ କୁଆଖାଇ (Kuakhai River) ନଦୀ ଉପରେ ସେତୁ ନିର୍ମାଣ କରାଯିବ। ମହାନଦୀ ଉପରେ ୨ କିଲୋମିଟର ଠାରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ସେତୁ ନିର୍ମିତ ହେବ। 


ତୃତୀୟ ଲାଇନ୍ ନିର୍ମାଣ ରାଜ୍ୟରେ ରେଳ ପରିବହନ ବ୍ୟବସ୍ଥାକୁ (Railway Transport System in Odisha) ସୁଗମ କରିବା ସହିତ ଅଧିକ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ (Passenger Train Series in Odisha) ପାଇଁ ସୁଯୋଗ ସୃଷ୍ଟି କରିବ। ବିଶେଷକରି ତାଳଚେର ଠାରୁ ଦକ୍ଷିଣ ଭାରତକୁ କୋଇଲା ପରିବହନ (Talcher to South India Coal Transport), ପାରାଦୀପ ଏବଂ ଗୋପାଳପୁର ବନ୍ଦର (Paradip and Gopalpur Port) ଠାରୁ ରାଜ୍ୟରେ ଅବସ୍ଥିତ ବିଭିନ୍ନ ଇସ୍ପାତ କାରଖାନାକୁ (Steel Plants in Odisha) କୋଇଲା ପରିବହନ, ପାରାଦ୍ବୀପ ବନ୍ଦରରୁ ସିମେଣ୍ଟ କାରଖାନାକୁ କଞ୍ଚାମାଲ ଯୋଗାଣ (Cement Plant Raw Material Supply) ସହଜ ହେବା ସହିତ ବିଭିନ୍ନ କାରଖାନାରୁ ଇସ୍ପାତ ରପ୍ତାନୀ, କେନ୍ଦୁଝର ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଲୁହାପଥର ପରିବହନ (Iron Ore Transportation in Keonjhar) କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। 


ସେହିପରି ଆନ୍ଧ୍ର ପ୍ରଦେଶର (Andhra Pradesh) ଗଙ୍ଗାଭରମ୍ ଏବଂ ବିଶାଖାପାଟଣା ବନ୍ଦରରୁ (Gangavaram and Visakhapatnam Port) ଓଡ଼ିଶାକୁ ପଣ୍ୟ ପରିବହନ ସୁବିଧାଜନକ ହେବ। ଏହା ବ୍ୟତୀତ ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ମଧ୍ୟରେ ଅଧିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରାଯାଇପାରିବ ବୋଲି କୁହାଯାଇଛି।