Odisha News: ଭୁବନେଶ୍ୱର: ହାତ ବଢାଇଲା ବେଦାନ୍ତ। ମଜବୁତ ହେବ ଶିକ୍ଷାର ଭିତ୍ତିଭୂମୀ। ଶିକ୍ଷିତ ହେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରାଛାତ୍ରୀ। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ର ଜାମକାନୀ କୋଇଲା ଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି। ଆଦିବାସୀ ଅଧ୍ୟ୍ୟୁଷିତ ଖଣି ପ୍ରବଣ ଅଞ୍ଚଳର ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ମୁଣ୍ଡେଲଖେତ, କୋଡାଜାଲଙ୍ଗା, ଭୋଗ୍ରାକାଚାର, ଘୋଘରପଲ୍ଲୀ, ଜାମକାନି ଓ ଗିରିସ୍ମା ଗ୍ରାମର ସରକାରୀ ବିଦ୍ୟାଳୟଗୁଡ଼ିକୁ ଡେସ୍କ ଓ ବେଞ୍ଚ, ଚେୟାର, ଟେବୁଲ, ରାକ୍ ଓ ଆଲମିରା ପ୍ରଦାନ କରାଯାଇଛି । ୧୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷକ ସଂଘର ସଭାପତି ଓ ଗୋଷ୍ଠି ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ କମ୍ପାନି ପକ୍ଷରୁ ଏହି ସହଯୋଗ ପ୍ରଦାନ କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ବେଦାନ୍ତ କମ୍ପାନିର ଏଭଳି ପଦକ୍ଷେପ ସମ୍ପର୍କରେ ଭୋଗରକାଛର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭବାନୀ ଶଙ୍କର ପ୍ରଧାନ କହିଛନ୍ତି ଯେ ବେଦାନ୍ତର ଉଦାର ସହଯୋଗ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ଏହା ଅନୁକୂଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିଛି । ବ୍ଲକ ଶିକ୍ଷକ ସଂଘ ସଭାପତି ରାମଲାଲ ପଟେଲ କହିଛନ୍ତି ଯେ ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି ଏବଂ ସେମାନଙ୍କ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବାରେ ସହାୟକ ହେଉଛି । ଏଥିରୁ ଶିକ୍ଷା କ୍ଷେତ୍ର ପ୍ରତି ବେଦାନ୍ତର ସମର୍ପଣ ମନୋଭାବର ପ୍ରମାଣ ମିଳୁଛି ।


ସୂଚନାଯୋଗ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ତଥା ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ଓଡ଼ିଶାର ଯୁବବର୍ଗଙ୍କ ଭବିଷ୍ୟତରେ ପୁଞ୍ଜିନିବେଶ କରି ଅଧିକ ସୁଯୋଗ, ଅଭିବୃଦ୍ଧି ଓ ବିକାଶ ପାଇଁ ରାସ୍ତା ପ୍ରଶସ୍ତ କରୁଛି । ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ କମ୍ପାନୀ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ସହିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥାଏ । ଏହି ପ୍ରୟାସ ଗୁଡିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ କରୁଛି ।