Vegetable Price: ସମସ୍ତଙ୍କ ପ୍ରିୟ ପରିବା ବାଇଗଣ ଦର ଶୁଣିଲେ ଆପଣ ଚମକି ଉଠିବେ। ରାଜଧାନୀର ଖୁଚୁରା ବଜାରରେ ଏହାର ଦର ୧୦୦ ଟଙ୍କା ଟପିଛି। ବାତ୍ୟା ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ଯୋଗୁଁ ଆବଶ୍ୟକତା ତୂଳନାରେ ବାଇଗଣ ମିଳୁନାହିଁ।ତେଣୁ ଏହାର ଦର ଆକାଶ ଛୁଆଁ ହୋଇଥିବା କହିଛନ୍ତି ଭୁବନେଶ୍ୱର ପରିବା ବ୍ୟବସାୟୀ । ଉଲ୍ଲେଖନୀୟ ଯେ, ରାଜଧାନୀ ବଜାରରେ ଉପଲବ୍ଧ ସବୁ ପ୍ରକାର ବାଇଗଣର ଦର ବଢି ଯାଇଛି । ପୂର୍ବେ କେଜି ପ୍ରତି ୩୫ ଟଙ୍କାରେ ମିଳୁଥିବା ରାୟପୁର ବାଇଗଣ ଏବେ ୫୦ ଟଙ୍କା ହୋଇ ଯାଇଛି। ସେହିଭଳି ୫୦ ଟଙ୍କାର କୋଲକାତା ବାଇଗଣ ୬୦ ଓ ୭୦ ଟଙ୍କାର ନଖରା ବାଇଗଣ ୧୦୦ ଟଙ୍କାରେ ବିକ୍ରି ହେଉଛି। 


COMMERCIAL BREAK
SCROLL TO CONTINUE READING

କିନ୍ତୁ ଖୁଚୁରା ବ୍ୟବସାୟୀ ମାନେ କହୁଛନ୍ତି ଯେ, ଏବେ ବାହାରୁ ବାଇଗଣ ପ୍ରାୟତଃ ଆସୁନାହିଁ । ତେଣୁ ନଖରା ବାଇଗଣ ଏକମାତ୍ର ଭରସା ପାଲଟିଛି। ତେଣୁ ବାଇଗଣ ଦର (Brinjal Price Hike) ଶତକ ମାରିଛି, ମାନେ ୧୦୦ ଟଙ୍କାରେ ପହଞ୍ଚିଯାଇଛି। ୧୦୦ ରୁ ଟିକିଏ ବି ଦାମ୍ କମିବାର ନାଁ ନଉନି। ଅର୍ଥାତ୍ ସ୍ଥିତିରେ ତୁରନ୍ତ କିଛି ପରିବର୍ତ୍ତନ ହେବାର ସୂଚନା ମିଳୁନଥିବାରୁ ଦର ଆହୁରି ବଢିବାର ସମ୍ଭାବନା ରହିଛି। କେବଳ ଏହି ଗୋଟିଏ ପରିବା ନୁହେଁ, ଶୀତଦିନେ ହାଲୁଆ ପାଇଁ ଗାଜରର ଚାହିଦା ରହୁଥିବା ବେଳେ ଏହାର ଦର କିଲୋ ପିଛା ୬୦ ଛୁଇଁଛି। ପିଆଜ (Onion Price Hike )ପାଇଁ ଏତେ ଆନ୍ଦୋଳନ ଓ ନାଫେଡ ପକ୍ଷରୁ ବିକ୍ରି ଅଭିଯାନ ପରେ ମଧ୍ୟ ବର୍ତ୍ତମାନ ସହରରେ ପିଆଜର ଖୁଚୁରା ଦର କିଲୋ ପ୍ରତି ୫୦ ଟଙ୍କା ରହିଛି। 


ମହାରାଷ୍ଟ୍ରରୁ ପିଆଜ ଆସିବା ପରେ ଦରରେ ଲଗାମ ଲାଗିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହୋଇନାହିଁ।  ପାଇକାରୀରେ ଏହା ୪୦ ରୁ ୪୫ ଟଙ୍କାରେ ବିକ୍ରି ହେଉଛି । କଲରା ଦର ମଧ୍ୟ ଉଚ୍ଚରେ ରହିଛି। ଖୁଚୁରାରେ ଏହା ଦର  କେଜି ପ୍ରତି ୮୦ ଟଙ୍କାରେ ହୋଇଥିବା ବେଳେ (Vegetable Price Hike)


ବିନ୍ସ- ୮୦ ଟଙ୍କା
ବିଟ୍-୫୦ ଟଙ୍ରା
ଭେଣ୍ଡି-୮୦ ଟଙ୍କା
ଲାଉ-୪୦ ଟଙ୍କା
କାକୁଡି-୪୦ ଟଙ୍କା


ଟମାଟୋ-୪୦ ଟଙ୍କାରେ ମିଳୁଛି। ଏସବୁ ଭିତରେ ଶାକାହାରୀଙ୍କୁ(Vegeterian) ଆଳୁର ଆଶ୍ୱାସନା ଅବଶ୍ୟ ଜାରି ରହିଛି। ଆଳୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି। ବନ୍ଧା ଓ ଫୁଲ କୋବି ଦର ମଧ୍ୟ ଶୀତଦିନ କମ୍ ରହିବା ଦରକାର । ହେଲେ କେଜି ପ୍ରତି ଦର ଏବେ ୩୦ ଟଙ୍କା ରହିଛି। ହେଲେ ସବୁଠୁ ବଡ କଥା ହେଲା ଗାଁ ମାନଙ୍କରେ କୋବି ୧୦ ରୁ ୧୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ପାଇକାରୀ ତୂଳନାରେ ଖୁଚୁରା ଦରର ଫରକ ପ୍ରାୟ ୨୦ ଟଙ୍କାରୁ ଅଧିକ ରହୁଥିବାରୁ ଗ୍ରାହକଙ୍କ ପକେଟ ଉପରେ ମାଡ଼ ହେଉଛି। କେବଳ ସହର ନୁହେଁ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଏବେ ପରିବାର ଦର ଆକାଶ ଛୁଆଁ ହୋଇଛି। ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବାରୁ ପନିପରିବା ଚାଷ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। 


ସପ୍ତାହେ ହେବ ଥଣ୍ଡା ପଡ଼ିବା ଯୋଗୁଁ ପନିପରିବା ଉତ୍ପାଦନ କମିଯାଇଥିବା ଚାଷୀ ମାନେ କହିଛନ୍ତି। ଥଣ୍ଡା ଯୋଗୁଁ ଗଛରେ ଫୁଲ ଧରୁନାହିଁ। ଫୁଲ କଶି କମିଯିବା ଫଳରେ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି। 


Also Read: ଥରୁଛି ସାରା ଓଡ଼ିଶା, ଆହୁରି ୫ଦିନ ପ୍ରବଳ ଥଣ୍ଡା