ଭୁବନେଶ୍ଵର: ଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆଜି ବନ୍ଧାଯାଇଛି। 


COMMERCIAL BREAK
SCROLL TO CONTINUE READING

ଭିଜିଲାନ୍ସ ଚଢାଉ କରି ଏକକାଳୀନ ୫ଟି ସ୍ଥାନରେ ଛାନଭିନ୍ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପ୍ରଦୀପଙ୍କ ଘରୁ ୧ଲକ୍ଷ ୨୧ ହଜାର ୫୦୦ ଟଙ୍କା, ୪ ସୁନା ବିସ୍କୁଟ୍‌ ଓ ଗୋଟିଏ ହୀରା ନେକଲେସ୍‌ ସମେତ ୮୫୦ ଗ୍ରାମର ସୁନା ଅଳଙ୍କାର ଏବଂ ଗୋଟିଏ କାର୍‌ ଓ ୨ଟି ଦୁଇ ଚକିଆ ଯାନ ଆଦି ମିଳିଥିବା ବେଳେ ୨କୋଟି ୮୬ ଲକ୍ଷ ଟଙ୍କାର ଜମାରାଶି ପୋଷ୍ଟାଲ ଡିପୋଜିଟ୍‌ ୧ ଲକ୍ଷ ୩୪ ହଜାର ୫୦୫ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୬୯ ଲକ୍ଷ ୯ ହଜାର ୬୯ ଟଙ୍କା ଓ ମ୍ୟୁଚୁଆଲ୍‌ ଫଣ୍ଡରେ ୮୩ ଲକ୍ଷ ଟଙ୍କା। ସେହିପରି ପ୍ରଦୀପଙ୍କ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ୫,୬୦୦ ବର୍ଗଫୁଟରେ ଥିବା ଦୁଇ ମହଲା କୋଠା, କଟକ କଲ୍ୟାଣୀନଗରସ୍ଥିତ ଏକ କୋଠା ଓ ଭୁବନେଶ୍ୱର ଏବଂ କଟକର ମୁଖ୍ୟ ଅଞ୍ଚଳରେ ୨ଟି ପ୍ଲଟ୍‌ ଠାବ ହୋଇଛି।


ଗତକାଲି ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଆଖି ଖୋସି ହେବା ପରି ସମ୍ପତ୍ତି ପାଇଥିଲା ଭିଜିଲାନ୍ସ। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।