ଭୁବନେଶ୍ବର: ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ। ବିନୟ ଭୂଷଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟିକସ ହେରଫେର ଅଭିଯୋଗରେ ତାଙ୍କ ଘରେ ରେଡ୍ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ତେବେ ତେବେ ସରକାରୀ ଟିକସ ହେରଫେର ଅଭିଯୋଗରେ ଶନିବାର ବିନୟଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଜଣେ ଡିଲର୍‌ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଜଣାପଡ଼ିବାରୁ ଭିଜିଲାନ୍ସ ଏକ ଟିମ୍ ବିନୟଙ୍କ ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି କରିଥିଲା।


ସୂଚନାଯୋଗ୍ୟ, ଯାଜପୁର ସିଟି ଆଣ୍ଡ୍‌ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ତ୍ରିପାଠୀଙ୍କ ନାମରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ସ୍କ୍ରାପ୍‌ ମ୍ୟାଟେରିଆଲ ବୋଝେଇ ଗାଡ଼ି (ନଂ. ଓଡି୦୪ଏଲ୍‌-୨୨୩୩)ରୁ ଟ୍ୟାକ୍ସ ଓ ଜରିମାନା ଆଦାୟ ନ କରି ବେଆଇନ ଭାବେ ଛାଡ଼ିଦେବା ଦ୍ୱାରା ସରକାରଙ୍କର ୫,୮୫,୩୫୬ ଟଙ୍କା କ୍ଷତି ହୋଇଛି। ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିଲା।