ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
Vigilance raid: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଏଭଳି ଚଢ଼ଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଭୁବନେଶ୍ଵର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍। ତାଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଏଭଳି ଚଢ଼ଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଏହି ଚଢ଼ଉରେ ଭିଜିଲାନ୍ସର ଏକାଧିକ ଅଫିସର ସାମିଲ ଅଛନ୍ତି। ୨ ଡିଏସପି, ୪ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିବା ସୂଚନା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରର ଅଫିସ ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ କରିଛି।
ତାଙ୍କ ନାମରେ ଜଳେଶ୍ଵର, ବାଲିଆପାଳ ଓ ବାଲେଶ୍ଵର ସମେତ ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ୍ବ ପ୍ଲଟ ଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଛି। ଭିଜିଲାନ୍ସ ଟିମ ଶ୍ରୀ ପ୍ରଧାନଙ୍କ ନାମରେ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେନେଇ ଛାନଭିନ କରୁଛି।