Vigilance Raid: ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଆଜି ଦୁଇ ସରକାରୀ ଅଧିକାରୀଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଏହି ଦୁଇଜଣଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ଏହାପରେ ଭିଜିଲାନ୍ସର ଦୁଇଟି ପୃଥକ ପୃଥକ ଟିମ୍‍ ମାଧ୍ୟମରେ ୧୪ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାଏକ। ତାଙ୍କ ଘର ଏବଂ ଅଫିସ ସମେତ ସମ୍ପର୍କୀୟଙ୍କ ସମ୍ପତ୍ତିକୁ ମିଶାଇ ୧୦ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଭୁବନେଶ୍ୱର, ଭଦ୍ରକ, ଢେଙ୍କାନାଳ, ଭଦ୍ରକରେ ଏହି ସବୁ ସମ୍ପତ୍ତି ନିର୍ଦ୍ଧାରଣ କରାଯାଇଛି।  ଏଥିରେ ଦଶ ଜଣ ଡିଏସପି ଓ ତିନି ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାଯାଇଛି।ଆୟବହିର୍ଭୁକ୍ତ ସଂପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ନାଆଁରେ ଏନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲା।


ଏଣୁ ସମାନ ଅଭିଯୋଗରେ ପୀଡ଼ିତ ପୁଲିସ ଗୃହ ନିର୍ମାଣ ନିଗମର ଜଣେ ଅଧିକାରୀଙ୍କ ଘରା ମଧ୍ୟ ଚଢ଼ଉ କରାଯାଇଛି। ସେ ହେଉଛନ୍ତି ସୁଭାସ ଚନ୍ଦ୍ର ପଣ୍ଡା। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ। ତାଙ୍କର ବ୍ରହ୍ମପୁର ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଦୁଇଟି ଟିମ ଚଢଧ଼ଉ କରିଥିବା ବେଳେ ଭୁବନେଶ୍ୱର ଖଣ୍ଡଗିରି ଏବଂ ମଞ୍ଚେଶ୍ୱରରେ ଥିବା ସମ୍ପତ୍ତି ଉପରେ ମଧ୍ୟ ଚଢ଼ାଉ କରାଯାଇଛି।