Odisha News: ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପର ସମ୍ପର୍କରେ ଗୁଣଗାନ କରିଥିଲେ। ହେଲେ ରାତିରେ ସେହି ଫଳକକୁ ଭାଙ୍ଗି ଦେଲ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଉଷ୍ମ ହୋଇଛି ମୟୂରଭଞ୍ଜ ଜିଲ୍ଲାର ରାଜନୀତି।


COMMERCIAL BREAK
SCROLL TO CONTINUE READING

ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆରେ ଏକ ଆଦିବାସୀ ଭବନ ନିର୍ମାଣ କରାଯିବ। ସେଥିପାଇଁ ଗତକାଲି ଏହି ଭବନର ଶିଳାନ୍ୟାସ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ହେଲେ ସେହି ଶିଳାନ୍ୟାସ ଫଳକକୁ ଗ୍ରାମବାସୀ ବିଳମ୍ୱିତ ରାତିରେ ଭାଙ୍ଗି ଦେବାର ସୂଚନା ମିଳିଅଛି। ଫଳକ କିଏ ଭାଙ୍ଗିଲା ଓ କ’ଣ ପାଇଁ ଭାଙ୍ଗିଲା, ସେ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନାହିଁ। ଏପରିକି ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ।


ସେପଟେ ଶିଳାନ୍ୟାସ୍‌ ସ୍ଥାନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରଙ୍ଗାମାଟିଆ ଗାଁର ବରିଷ୍ଠ ଲୋକମାନେ ଏହି ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରଙ୍ଗାମାଟିଆ ପଞ୍ଚାୟତରେ ଆଦିବାସୀ ଭବନ ନିର୍ମାଣ ହେଉଥିବା ବେଳେ ଫଳକରେ କାହିଁକି ଦେବେନ୍ଦ୍ରପୁର ମୈଜା ନାଁ ଲେଖା ଯାଇଛି? ଏହାକୁ ନେଇ ଗାଁର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଆଦିବାସୀ ଭବନ ଶିଳାନ୍ୟାସ ପୁର୍ବରୁ କାହିଁକି ସ୍ଥାନୀୟ ଆଦିବାସୀଙ୍କ ସହିତ ଆଲୋଚନା କରାଗଲା ନାହିଁ? ସ୍ଥାନୀୟ ନେତା ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇ ବାହାର ଅଞ୍ଚଳର ନେତା ଓ ଲୋକଙ୍କୁ ଆଣି ଶିଳାନ୍ୟାସ କରାଯାଇଥିବାରୁ ସ୍ଥାନୀୟ ପ୍ରତିବାଦ କରିଥିଲେ।