Odisha News: ପୁରୀର ନୂଆ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ  ଆଇପିଏସ ବିବିନିତ ଅଗ୍ରୱାଲ। ଜିଲ୍ଲା ପୁଲିସ କାର୍ଯ୍ଯାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ନିଜର ପୁରୀ ପାଇଁ ଥିବା ପ୍ରତିବଦ୍ଧତା ଉପରେ ଆଲୋଚନା କରିଛନ୍ତି। ଆଧ୍ଯାତ୍ମିକ ସହରରେ କିଭଳି ପୁଲିସ ଓ ଗଣମାଧ୍ୟମ ସମନ୍ୱୟ ରକ୍ଷା କରି ଚାଲିବେ ତାହା ଉପରେ ବିଶେଷ ଗୁରୁତ୍ୱ ଦେବେ।ପୁଲିସ ଓ ଗଣମାଧ୍ୟମ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ। ଏଣୁ ସେଭଳି କିଛି ହେବନାହିଁ। ତେବେ ଗୋଟିଏ ପଟେ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସୁରକ୍ଷା ଓ ସୃଙ୍ଖଳିତ ଦର୍ଶନ ବ୍ଯବସ୍ଥାକୁ ପ୍ରାଥମିକ ଦିଆଯିବ।  ପୁରୀ ଜିଲ୍ଲା ଓ ପୁରୀ ସହରକୁ ଧିରେଧିରେ ଅପରାଧ ମୁକ୍ତ କରିବା ପାଇଁ ସେ ପ୍ରତିଶୃତିବଦ୍ଧ। 


COMMERCIAL BREAK
SCROLL TO CONTINUE READING

ସବୁଠାରୁ ବଡକଥା ହେଉଛି ପୁରୀକୁ ସମ୍ପୂର୍ଣ୍ଣ ନିଶାମୁକ୍ରତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଏଣୁ ଆମେ ଏକ ହୋଇ କାମ କରିବା। ଫଳରେ ଜିଲ୍ଲାବାସୀଙ୍କୁ ଏକ ନୂତନ ଅନୁଭବ ମିଳିବ। ସେପଟେ ପୁରୀ ଏକ ପ୍ରମୁଖ ଐତିହ୍ୟ, ସଂସ୍କୃତି, ପରମ୍ପରାରର ସହର ହୋଇଥିବାରୁ ଏହାର ସୁରକ୍ଷା ପୁଲିସର ଦାୟିତ୍ବ। ଏଣୁ ଏଦିଗରେ ପୁଲିସ ସବୁବେଳେ ସହଯୋଗ ରହିବ ବୋଲି କହିଛନ୍ତି ନୂଆ ଏସପି। ସେପଟେ ନୂଆ ଏସପି ଭାବେ ଯୋଗ ଦେବା ପରେ ଅତିରିକ୍ତ ଏସପି,ଏସଡିପିଓ,,,ସିଟି ଡିଏସପି ପ୍ରମୁଖ  ତାଙ୍କୁ ପୁଷ୍ପଗୁଚ୍ଛ ସହ ସ୍ୱାଗତ କରିଛନ୍ତି। ଦଇତାପତି ନିଯୋଗ ସଂପାଦକ    ରାମକୃଷ୍ଣ ଦାସମହାପାତ୍ର,  ହୋଟେଲ ଆସୋସିଏସନର କର୍ମକର୍ତ୍ତା ଭେଟି  ସ୍ୱାଗତ କରିଛନ୍ତି।  ବରିଷ୍ଠ ସେବାୟତ ତଥା ସମାଜ ସେବୀ ଗୋପାଳ ଖୁଣ୍ଟିଆ ମହାପ୍ରଭୁଙ୍କ ଲାଗିଖଣ୍ଡୁଆ ଦେଇ ସୁଭେଚ୍ଛା ଜଣାଇଛନ୍ତି।