vizianagaram train accident: ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ଫଳରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଲୋକୋ ପାଇଲଟ ଓ ଗାର୍ଡଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରିଲିଫ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ସୂଚନାନୁସାରେ, କୋଠାବଲାସା 'ମଣ୍ଡଳ' (ବ୍ଲକ) ର କାଣ୍ଟାକାପଲ୍ଲୀ ନିକଟରେ ପାଲାସା ଏକ୍ସପ୍ରେସ ସହିତ ମୁହାଁମୁହିଁ ହେବା ପରେ ବିଶାଖାପାଟନମ-ରାୟଗଡା ଯାତ୍ରୀବାହୀ ଟ୍ରେନର କିଛି ବଗି ଟ୍ରାକଚ୍ୟୁତ ହୋଇପଡିଥିଲା । ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶର ସିଏମ୍ YS ଜଗନ୍ ମୋହନ ରେଡ୍ଡୀ ତୁରନ୍ତ ରିଲିଫ୍ ପଦକ୍ଷେପ ଗ୍ରହଣ କରିବାକୁ ଓ ଜୟନଗରମ ନିକଟସ୍ଥ ଜିଲ୍ଲାରୁ ଯଥାସମ୍ଭବ ଆମ୍ବୁଲାନ୍ସ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେପଟେ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ପୋକଲିନ ମେସିନ ସହିତ ୧୪୦ ଟନର କ୍ରେନ, ୮୦୦ ରୁ ୯୦୦ ରେଳବାଇ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ନେଇ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବା ପାଇଁ ବସ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ରହିଛି। 


ପ୍ରକାଶ ଥାଉ କି, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତରଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ଅନ୍ୟପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । ଆନ୍ଧ୍ର ପ୍ରଦେଶ ନିବାସୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ଅନ୍ୟ ରାଜ୍ୟର ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।


ସୂଚନାଯୋଗ୍ୟ ଏହି ଟ୍ରେନ ଦୁର୍ଘଟଣା ପାଇଁ ଏକାଧିକ ଟ୍ରେନ ବାତିଲ ହେବା ସହିତ ଅନେକ ଗାଡ଼ିର ଗତିପଥରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୨୬ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ସହ ୧୧ଟି ଟ୍ରେନ୍କୁ ଆଂଶିକ ବାତିଲ୍ କରାଯାଇଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି । 


Also Read: Train Accident: ଓଡ଼ିଶା-ଆନ୍ଧ୍ର ସୀମାରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା


Also Read: Andhra Train Tragedy: ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ


Also Read: Train Cancelled: ଭୟଙ୍କର ରେଳ ଦୁର୍ଘଟଣା ପରେ ବାତିଲ ହେଲା ୨୬ଟି ଟ୍ରେନ୍, ଦେଖନ୍ତୁ ତାଲିକା