VK Pandian: ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା। 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍। ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ। ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଗତକାଲି ସ୍ବେଚ୍ଛାକୃତ ଅବସର ନେଇଥିଲେ ବରିଷ୍ଠ ଆଇଏଏସ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ପାଣ୍ଡିଆନଙ୍କ ଭିଆରଏସଙ୍କୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ କରିଛି କେନ୍ଦ୍ରର କାର୍ମିକ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭାବେ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ 5T ସଚିବଙ୍କ ରହିଛି ଉଲ୍ଲେଖନୀୟ ଭୂମିକା।


ସୂଚନାଯୋଗ୍ୟ ଗତକାଲି ସ୍ୱେଚ୍ଛାକୃତ ଅବସରରେ ପରେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଉଥିବା ଚର୍ଚ୍ଚାରୁ ପାଣ୍ଡିଆନ ରାଜନୀତିରେ ପାଦ ଥାପିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ସେହି କ୍ରମରେ ସେ ଆଜି ଅର୍ଥାତ ବିଜୟା ଦଶମୀରେ ରାଜନୀତିରେ ଅଭିଷେକ ହେବ ବୋଲି ଏକ ପ୍ରକାର ଦାବି ମଧ୍ୟ କରାଯାଉଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜର ଅଫିସିଆଲ୍‍ ଉତ୍ତରାଧିକାରୀ ଭାବେ ଘୋଷଣା କରି ଆଗାମୀ ନିର୍ବାଚନ ଦାୟିତ୍ୱ ଦେବେ ବୋଲି ଚର୍ଚ୍ଚା ହେଉଛି। ଦ୍ୱିତୀୟ ସୂତ୍ର ଅନୁସାରେ ଶ୍ରୀ ପାଣ୍ଡିଆନ୍‍ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିପାରେ। ମୁଖ୍ୟମନ୍ତ୍ରୀଙ୍କ ବୟସ ଓ ଶାରିରୀକ ଅସୁସ୍ଥତା ଯୋଗୁ ତାଙ୍କର ପ୍ରତିନିଧି ଭାବେ ଯିଏ ଲୋକଙ୍କ ପାଖରେ ପହଞ୍ଚିବେ ସେ କେବଳ ଶ୍ରୀ ପାଣ୍ଡିଆନ୍‍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଗତ ଦିନମାନଙ୍କରେ ଶ୍ରୀ ପାଣ୍ଡିଆାନ ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନିଜର ଆଦୃତିକୁ ପରୀକ୍ଷା କରିଛନ୍ତି। ସମସ୍ତ ନେତାଙ୍କୁ ମଞ୍ଚା ତଳେ ରଖି ନିଜେ ମଞ୍ଚା ଉପରେ ଲୋକଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ବୋଲି ପ୍ରତିଷ୍ଠା ଅର୍ଜନ କରିଛନ୍ତି। କିନ୍ତୁ ସରକାରୀ ଚାକିରିର ପ୍ରୋଟକଲ ତାଙ୍କୁ ଅନେକ ସମୟରେ ଚର୍ଚ୍ଚାକୁ ଆଣିଥିଲା। ଏଣୁ ସେ ଇସ୍ତଫା ଦେଇ ଏବେ ପ୍ରତ୍ୟକ୍ଷ ଭାବେ ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ତାଙ୍କ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କଠାରେ ଆବେଦନ ହୋଇଥିଲା। ସେ ସର୍ବଭାରତୀୟ ଚାକିରିର ପ୍ରୋଟକଲ ବିରୁଦ୍ଧରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ କୈଫିୟତ ମଗାଯାଇଥିଲା।
-----------------------------