Odisha Election 2024: ବିଜେଡିର ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ୍‍ ମେଣ୍ଟ ସମ୍ପର୍କରେ ମୁହଁ ଖୋଲିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ନ୍ୟୁଜ୍‍୧୮ର ରାଇଜିଂ ଭାରତ ସମ୍ମିଳନୀରେ ପାଣ୍ଡିଆନ୍‍ ମତାମତ ରଖି କହିଛନ୍ତି। ସେ କହିଛନ୍ତି ଉଭୟ ମୋଦୀ ଓ ନବୀନ ହେଉଛନ୍ତି ଦୁଇଜଣ ଅଭିଜ୍ଞ ରାଷ୍ଟ୍ରନେତା। ରାଜ୍ୟରେ ସରକାର ଗଢ଼ିବା ଲାଗି ବିଜେପିର ଆବଶ୍ୟକତା ନାହିଁ। କେନ୍ଦ୍ରରେ ମଧ୍ୟ ବିଜେପି ବିଜେଡିକୁ ଆବଶ୍ୟକ କରି ନପାରେ। କିନ୍ତୁ ଦୁଇଜଣଙ୍କ ଆଦର୍ଶ ସମାନ।


COMMERCIAL BREAK
SCROLL TO CONTINUE READING

ପାଣ୍ଡିଆନ୍‍ଙ୍କ ଉଭୟ ନେତାଙ୍କୁ ପ୍ରଶଂସା ରାଜ୍ୟରେ ମେଣ୍ଟ ଇଙ୍ଗିତ କରୁଛି। କିନ୍ତୁ ଆଗକୁ ମେଣ୍ଟ ହେବକି ନା ତାହାକୁ ସ୍ପଷ୍ଟ କରି ନାହାନ୍ତି ଭିକେ ପାଣ୍ଡିଆନ୍‍। ସେ କହିଛନ୍ତି ଆଗକୁ କ’ଣ ହେବ ତାହାକୁ ଅପେକ୍ଷା କରିବାକୁ ହେବ।


କିନ୍ତୁ ତାଙ୍କ ଭାବଭଙ୍ଗୀ ଏବଂ ଶବ୍ଦରୁ ଏହା ସ୍ପଷ୍ଟ ହେଉଛି ଯେ, ଉଭୟ ଦଳ କୌଣସି ନା କୌଣସି ସ୍ଥାନରେ ଏକାଠି ହେବାକୁ ଯାଉଛନ୍ତି। ଆଜି ବା କାଲି ଏ ବିଷୟ ସ୍ପଷ୍ଟ ହେବା ସମ୍ଭାବନା ରହିଛି।


ଅପରପକ୍ଷେ ବିଜେପି ବାରମ୍ବାର ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରି ଚାଲିଛି।  ରାଜ୍ୟରେ ଏକୁଟିଆ ବିଜେପି ଲଡ଼ିବ ବୋଲି ପୂର୍ବରୁ ଦେଇଥିବା ମନ୍ତବ୍ୟ ସାମାନ୍ୟ ହାଲୁକା ହୋଇଥିଲେ ମଧ୍ୟ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ଲାଗି ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କରି ପଠାଇଛି ବିଜେପି। ଏଭଳି ମୁହୂର୍ତ୍ତରେ ବିଜେପି- ବିଜେଡି ମେଣ୍ଟ କ’ଣ ହେବ ତାହାକୁ ଅପେକ୍ଷା।


୨୦୦୯ ମସିହାରେ ବିଜେଡି ମେଣ୍ଟ ସାଥି ବିଜେଡିକୁ ବାହାର କରିଥିଲା। ସେତେବେଳେ ବିଜେପିକୁ ସାମ୍ପ୍ରଦାୟିକ ଦଳ ବୋଲି ବୟାନ କରିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶିଷ୍ଟ ନେତା ଭାବେ ଉଲ୍ଲେଖ କରିବା ଏବଂ କେନ୍ଦ୍ରରେ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ମେଣ୍ଟର ଇଙ୍ଗିତ ପାଇଁ ଅପେକ୍ଷା କରିବା ସମୀକରଣ ଭିତରେ ରହସ୍ୟକୁ ଇଙ୍ଗିତ କରୁଛି। ତେବେ ଅପେକ୍ଷା ବିଜେପି ମେଣ୍ଟ ପାଇଁ ହାତ ବଢ଼ାଇବ ନା ୨୦୦୯ର ‘ବଦଲା’ ନେବ।