Weather Update: ଭୁବନେଶ୍ୱର, (ଜୀ ଓଡ଼ିଶା): ଚଳିତ ମୌସୁମୀ ଋତୁ (monsoon) ରାଜଧାନୀ ଭୁବନେଶ୍ୱର (Bhubaneswar) ପାଇଁ ଅସ୍ୱଭାବିକ ହୋଇଛି। ଗୋଟିଏ ପଟେ ବର୍ଷାର ଅଭାବ ଓ ତାପମାତ୍ରା ବୃଦ୍ଧି ସହରବାସୀଙ୍କୁ କଷ୍ଟ ଦେଉଥିବାବେଳେ ଶନିବାର ସନ୍ଧ୍ୟାରେ ପ୍ରାକ୍‍ ଲଘୁଚାପ ବର୍ଷା( pre Low pressure rain) ଓ ବଜ୍ରପାତ (thunderstorm ) ଆତଙ୍କିତ କରିଛି। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ (IMD Scientist Umashankar Das )ସୂଚନା ଅନୁସାରେ କେବଳ ରାଜଧାନୀ (Bhubaneswar ) ଓ ଆଖପାଖରେ ଗତ ସନ୍ଧ୍ୟାରେ ମାତ୍ର ୩ ଘଣ୍ଟା ମଧ୍ୟରେ ୨୫୬୭୩ଟି ବଜ୍ରପାତ ଅର୍ଥାତ୍‍ ବିଜୁଳି ଓ ଘଡ଼ଘଡ଼ି ମାରିଛି। ଏହା ସହ ୧୨୬ ମିଲିମିଟର ବର୍ଷା (rain)ମଧ୍ୟ ରେକର୍ଡ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

Also Read: Horoscope Today: ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବା ସହ ମିଳିବ ଶୁଭଫଳ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?


ଏହି ଅସ୍ୱଭାବିକ ବଜ୍ରପାତ ହେତୁ ଅନେକଙ୍କ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଛି। ଅପରପକ୍ଷେ ବର୍ଷା ହେତୁ ବେହାଲ ହୋଇଛି ରାଜଧାନୀର ବିଭିନ୍ନ ଅଞ୍ଚଳ। ଅଚାନକ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଏହାକୁ କେହି କେହି ବାଦଲ ଫଟା ବର୍ଷା ବୋଲି ବି କହୁଛନ୍ତି। ତେବେ ଏପରି ହେବାର କାରଣ କ’ଣ? ଏହି କାରଣ ସମ୍ପର୍କରେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ବାଦଲ ଯେତେ ଉପରେ ରହିବ  ବଜ୍ରପାତ ସେତେ ଶକ୍ତ ହେବ। ଗତକାଲି ଏହି ସମୟରେ ବାତଲ ୧୮ ହଜାର କିଲୋମିଟରଠାରୁ ଅଧିକ ରହିଥିଲା। ଫଳରେ ବିଜୁଳି ଅତ୍ୟନ୍ତ ବିପଜ୍ଜନକ ଥିଲା। ଅପରପକ୍ଷେ କିଛିଦିନ ହେଲା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିଲା, ଫଳରେ ତାପମାତ୍ରା ଯଥେଷ୍ଟ ରହହୁଥିଲା। କିଛି ସ୍ଥାନରେ ତ ତାହା ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ହେଲା ଏବେ ପୁଣିଥରେ ସକ୍ରିୟ ହେବାକୁ ଯାଉଛି। ଏଣୁ ମୌସୁମୀ ବାୟୁକୁ ପ୍ରଚୁର ଜଳୀୟବାଷ୍ପ ମିଳୁଛି। ଆଉ ଏହାର ପ୍ରଭାବରେ ବିଜୁଳି  ତଥା ବଜ୍ରପାତ ଅଧିକ ହୋଇଥିବା ସେ କହିଛନ୍ତି। ସେହିପରି ଗତକାଲି କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବଦଲଫଟା ବର୍ଷାରେ ବେହାଲ ହୋଇପଡିଛନ୍ତି ସିଲଭର ସିଟିବାସୀ। ଫଳରେ ଜଳବନ୍ଧୀ ସମସ୍ୟା ସୃଷ୍ଟି ହୋଇଛି। କଟକର ରାଉଷାପାଟଣା,ମେରିଆବଜାର, ସୂତାହାଟ, ଝୋଲାସାହି ଓ ଖଟବିନ୍ ସାହି ଆଦି ବହୁ ଅଞ୍ଚଳରେ ପାଣି ଜମିଛି । ଫଳରେ କଟକିଆଙ୍କ ସମସ୍ୟା ବଢି ଯାଇଛି । ଏପରିକି କେତେକ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି ।