Weather Update: ଆଉ ଦିନ କେଇଟା ପରେ ଫେରିଯିବ ମୌସୁମୀ (Monsoon)। କିନ୍ତୁ ମୌମୁମୀ ଫେରିବା ପୂର୍ବରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। କାହିଁକିନା ବଙ୍ଗୋପ ସାଗରରେ (Bay of Bengal) ଏବେ ସକ୍ରିୟ ରହିଛି ଲଘୁଚାପ (Low Pressure )।  ସକ୍ରିୟ ଲଘୁଚାପ କ୍ଷେତ୍ର  ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ଜନିତ ବର୍ଷା ଲାଗି ରହିଛି । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ  (Bhubaneswar Meteorological Centre) ଖୁସି କଲା ପରି ଏକ ଖବର ଦେଇଛି ।  ଉତ୍ତର-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି  ଲଘୁଚାପ  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଆଉ ଏହି ଲଘୁଚାପଟି,  ଘନୀଭୂତ ହୋଇ ଉତ୍ତର-ଓଡି଼ଶା ଏବଂ ପଶ୍ଚିମ ବଙ୍ଗ ମୁହାଁ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। 


COMMERCIAL BREAK
SCROLL TO CONTINUE READING

 



Also Read: Puri News: ଆଜିଠୁ ପିତୃପକ୍ଷ ଆରମ୍ଭ , ପୁରୀର ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ


ଫଳରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତି ତିନି ଦିନ ଯାଏଁ ଲାଗି ରହିବ ବୋଲି ଜଣାପଡିଛି। ଏନେଇ  ପାଞ୍ଚୋଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ (orange alert ) ଜାରି କରାଯାଇଛି । ତେବେ, ସେହି ଜିଲ୍ଲା ଗୁଡି଼କ ହେଲା, ଯାଜପୁର, ଭଦ୍ରକ ,ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ । ଏହି ଜିଲ୍ଲା ଗୁଡିକରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ତେବେ, ସେହି ଜିଲ୍ଲା ଗୁଡିକ ହେଲା,  କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା , ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ। ସେପଟେ, ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।


ସେହିପରି ଆସନ୍ତାକାଲି (ଅକ୍ଟୋବର ୧) ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଓଡିଶାରେ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ  (୨୯ ତାରିଖ ଯାଏ) ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି।  ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ , କେନ୍ଦ୍ରାପଡ଼ାରେ  ୨୬ ପ୍ରତିଶତ କମ୍ ଏବଂ ସେହିପରି  ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।