Puri News: ଆଜିଠୁ ପିତୃପକ୍ଷ ଆରମ୍ଭ , ପୁରୀର ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ
Advertisement
Article Detail0/zeeodisha/odisha1893808

Puri News: ଆଜିଠୁ ପିତୃପକ୍ଷ ଆରମ୍ଭ , ପୁରୀର ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

Puri News: ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ (Pitru Paksha 2023) ହୋଇଛି । ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା (Srikhetra) ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁରପାର୍ଶରେ ଓ ସମୁଦ୍ର ବେଳାଭୂମିରେ ଭିଡ ଦେଖିବାକୁ ମିଳୁଛି । ହଜାର ହଜାର ଭକ୍ତ ନିଜ ନିଜ ପିତୃପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଏନେଇ ଆଜି ସକାଳୁ ପୁରୀର (puri) ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । 

Puri News: ଆଜିଠୁ ପିତୃପକ୍ଷ ଆରମ୍ଭ , ପୁରୀର ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

Puri News: ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ (Pitru Paksha 2023) ହୋଇଛି । ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା (Srikhetra) ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁରପାର୍ଶରେ ଓ ସମୁଦ୍ର ବେଳାଭୂମିରେ ଭିଡ ଦେଖିବାକୁ ମିଳୁଛି । ହଜାର ହଜାର ଭକ୍ତ ନିଜ ନିଜ ପିତୃପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଏନେଇ ଆଜି ସକାଳୁ ପୁରୀର (puri) ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ପନ୍ଦର ଦିନ ଧରି ପିତୃପୁରୁଷ ମାନଙ୍କ ଉଦ୍ୟେଶ୍ୟରେ ତର୍ପଣ କରାଯିବାର ବିଧି ଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ । ତେବେ ଶ୍ରୀମନ୍ଦିର ବାଇଶିପାହାଚରରେ ପୂର୍ବରୁ ପିଣ୍ଡଦାନ କରାଯାଉଥିଲା। ଟିକେଟ କାଟି ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିଲେ। 

ମାତ୍ର କିଛିବର୍ଷ ହେବ ପ୍ରଶାସନ ଏହାକୁ ରୋକ ଲଗାଇଛି। ଫଳରେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରୀକୁ ଲାଗି ଭକ୍ତମାନେ ତିଳତର୍ପଣ କରିଆସୁଛନ୍ତି। ବିଶେଷକରି ଶ୍ରୀକ୍ଷେତ୍ରରେ ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା,ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି। ଶ୍ରୀମନ୍ଦିର ନିକଟରେ ତିଳତର୍ପଣ କଲେ ପିତୃପୁରୁଷଙ୍କୁ ମହାପ୍ରସାଦ ଦେଇ ସନ୍ତୁଷ୍ଟ କରିଯାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା ମଧ୍ୟ କରାଯାଇଛି। ସେପଟେ ଗତକାଲି ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନିତି ସମ୍ପର୍ଣ ହେବା ପରେ ନିତିକାନ୍ତି ସଅଳ କରାଯାଇଛି। 

ସେପଟେ ପିତୃପକ୍ଷ କଣ ଓ କିଭଳି କରାଯାଏ ସେନେଇ ରହିଛି ସ୍ୱତନ୍ତ୍ର ପରମ୍ପରା। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେ କୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ ରହିଛି। 

ଆଶ୍ୱିନ ମାସର ପ୍ରଥମ ପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେ କୌଣସି ଦିନ ନିଜର ସାଧ୍ୟ ମତେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହା ଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।

କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ। 

ପିତୃପକ୍ଷ ପାଳନରେ ନେଇ ରହିଛି କିଛି ନିତି ନିୟମ: 

ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍।

ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ଖାଇବା ଭଲ। ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ। ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ଆମିଷ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ, ତେବେ ତାରିଖରେ ଅନୁଯାୟୀ ପିଣ୍ଡ ଦାନ କରିବା ଭଲ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ। ଅର୍ଥାତ୍ ଶ୍ରଦ୍ଧାରୁ ଶ୍ରାଦ୍ଧ । ହିନ୍ଦୁ ପରମ୍ପରାରେ ଶ୍ରାଦ୍ଧ, ତର୍ପଣାଦି ଅନୁଷ୍ଠାନ କରିବା ପ୍ରଥା ବହୁ ପ୍ରାଚୀନ । ବିଭିନ୍ନ ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ରରେ ପିତା ପିତର ଙ୍କ ଉଦ୍ଦେଶରେ ଶ୍ରାଦ୍ଧ ଦେବା ଏବଂ ନିଜର ପରିଜନ ମାନେ ଏହି ପିତୃକାର୍ଯ୍ୟରେ ସହଭାଗିତା ହେବା ପାଇଁ ମହତ୍ବ ପୂର୍ଣ୍ଣ କାର୍ଯ୍ୟ । ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ପିତୃଗଣ ଶ୍ରାଦ୍ଧକର୍ତ୍ତାର ଦୀର୍ଘ ଆୟୁ,, ସନ୍ତାନ ସନ୍ତତି, ଧନ, ବିଦ୍ୟା, ରାଜ୍ୟ, ସୁଖ,ସ୍ବର୍ଗ ଓ ମୋକ୍ଷ ପ୍ରଦାନ କରିଥାନ୍ତି।। ଯେଉଁ ପୁଅ,ଭାଇ,ନାତି,ଭଣଜା ଆଦି ପିତୃକାର୍ଯ୍ୟ ଶ୍ରାଦ୍ଧ ଅନୁଷ୍ଠାନରେ ସଂଲଗ୍ନ ରୁହନ୍ତି,ସେମାନେ ନିଶ୍ଚୟ ଆୟୁପୂର୍ଣ୍ଣ ପରେ ପରମଗତି କୁ ପ୍ରାପ୍ତ ହୁଅନ୍ତି।

ଅବିସ୍ମରଣୀୟ କାଳ ରୁ ଶ୍ରାଦ୍ଧ ପରମ୍ପରା । ଏହି ସନାତନ ପରମ୍ପରାରେ ହିନ୍ଦୁ ମାନେ ସ୍ବଃ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ ଅଭିହିତ କରିଥାଆନ୍ତି । ସ୍ବ ପିତା, ନିଜ ନିଜର ପୁତ୍ର ପାଇଁ ସର୍ବସ୍ବ । ପ୍ରତ୍ୟକ ପୁତ୍ର ନିଜର ଜୀବଦଶା ମଧ୍ୟରେ ସ୍ବପିତା ଜୀବିତ/ମୃତ ଙ୍କୁ ଯଥୋଷ୍ଟିତ ସମ୍ମାନ ଦେବା ପାଇଁ ଶାସ୍ତ୍ର ମାନେ ମତବ୍ୟକ୍ତ ରହିଛି । ଏଣୁ ଶାସ୍ତ୍ର କୁହେ , ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜର ମାତା-ପିତାଙ୍କ ଅନାଦର କରନ୍ତି ତଥା ମୃତ୍ୟୁପରେ ଶ୍ରାଦ୍ଧ-ତର୍ପଣ କରନ୍ତି ନାହିଁ ଅଥବା ନିରପରାଧ କୌଣସି ପ୍ରାଣୀଙ୍କର ହତ୍ୟା କରନ୍ତି ତେବେ ଆଗାମୀ ଜନ୍ମରେ ତାଙ୍କ ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ପରିଲକ୍ଷିତ ହୁଏ । ଏହି ପିତୃ ଦୋଷରୁ ଅନେକ ଅଶୁଭ ପ୍ରଭାବ ଅନୁଭୂତ ହୁଏ । ସର୍ବୋପରି ବ୍ରହ୍ମ ପୁରାଣ ପିତୃ ଗାୟତ୍ରୀ ନିତ୍ୟ ଜପ କରିବାକୁ ଉପଦେଶ ଦିଅନ୍ତି ମୁଖ୍ୟତଃ ସନାତନ ପରମ୍ପରାରେ ଦୁଇ ପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁ ଅଛି । ୧-ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଓ ପାର୍ବଣ ଶ୍ରାଦ୍ଧ । ପୁନଶ୍ଚ ପାର୍ବଣ ଶ୍ରାଦ୍ଧ ହେଉଛି ଦୁଇ ପ୍ରକାର, ଯଥା:- ପୟା ଶ୍ରାଦ୍ଧ ଏବଂ ମହାଳୟା ଶ୍ରାଦ୍ଧ । ସାଧାରଣତଃ ଏହି ଦୁଇଟି ଶ୍ରାଦ୍ଧ ଶାରଦୀୟ ପାର୍ବଣ ଋତୁ ଆଶ୍ବୀନ ଅମାବାସ୍ୟା ଏବଂ କାର୍ତ୍ତିକ ଅମାବାସ୍ୟା ରେ ଯଥାକ୍ରମେ ପାଳିତ ହୁଏ । ଆଶ୍ବୀନ କୃଷ୍ଣ ପକ୍ଷ ୧୫ ଦିନ ବିଶେଷ ଭାବେ ପିତୃ ମାନଙ୍କୁ ସମର୍ପିତ ଏହା "ମଉଳା ଶ୍ରାଦ୍ଧ ନାମରେ ମଧ୍ୟ ନାମିତ ।

ତୃପ୍ତିରୁ ତର୍ପଣ ଯାହା ବିଶେଷ ଭାବେ ପିତୃପକ୍ଷ ରେ କରାଯାଇଥାଏ । ଏହି ତର୍ପଣର ବିଶେଷତା ହେଉଛି ଏକଧାର ରେ ସ୍ବଃ ୧୪ ପୁରୁଷଙ୍କ ସହ ଦେବତା,ଋଷି, ରାକ୍ଷାସ, ଭୂତଗ୍ରାମ, ନଦୀ, ସମୁଦ୍ର ଆଦି ଅନେକ ଙ୍କୁ ତୃପ୍ତି କରାଯାଏ । ରବି କନ୍ୟା ରାଶିସ୍ଥିତ ଅମାବାସ୍ୟା, ମହାଳୟା ଅମାବାସ୍ୟା ଦିନ ଏହି ତର୍ପଣ ପର୍ବ ଉଦଯାପିତ ହୋଇ ବୈଶ୍ୟଦେବଙ୍କ ସହ ମଉଳା ଶ୍ରାଦ୍ଧ ସମ୍ପନ୍ନ କରାଯାଇଥାଏ । ସମସ୍ତ ପ୍ରକାର ତର୍ପଣ ରେ ବ୍ୟବହୃତ କୁଶ ର ମହତ୍ବ ଅନେକ । ଦେବତା ମାନଙ୍କୁ କୁଶ ର ମୂଳ ଭାଗ ରେ, ମନୁଷ୍ୟ ମାନଙ୍କୁ କୁଶ ର ମଧ୍ୟ ଭାଗ ରେ ଏବଂ ପିତୃ ମାନଙ୍କୁ କୁଶ ର ମୂଳ ଓ ଅଗ୍ର ଭାଗ ରେ ତର୍ପଣ ପ୍ରଶସ୍ଥ ବୋଲି ଜାଣିବାକୁ ହେବ ।

ତର୍ପଣ ପାଇଁ ନିର୍ଦ୍ଦିଷ୍ଟ ଥିବା ବହୁ ନିୟମ ରହିଛି। ତେବେ ତର୍ପିତା ପୂର୍ବ ଦିଗ କୁ ମୁଖକରି ୩ ଗୋଟି କୁଶ ଏବଂ ଜବ ମିଶ୍ରିତ ଜଳରେ ୧ଥର ଲେଖାଁଏ ଜଳ ପ୍ରଦାନ କରି ଦେବତା ମାନଙ୍କୁ ତୃପ୍ତ କରିବେ ବା ତର୍ପଣ କରିବେ । ଦକ୍ଷିଣ ଦିଗକୁ ମୁଖ କରି ବ୍ୟାସ,ଭାଷରି ଆଦି ତେର ଜଣ ଆଚାର୍ଯ୍ୟ, ଷଟୀ,ଭାଲର୍ବ ଆଦି ଦଶ ଜଣ ପ୍ରବଚନ କର୍ତ୍ତା, ଅନଳ ଆଦି ଅଷ୍ଟ ''ଦିବ୍ୟ ପିତର'' ଏବଂ ଯମ ଙ୍କର ଚଉଦ ଗୋଟି ସ୍ବରୂପ କୁ ତିନିଗୋଟି କୁଶ ସହ ତିଳ ମିଶ୍ରିତ ଜଳ ରେ ତର୍ପଣ କରିବେ । ଏହାପରେ କ୍ରମାନ୍ବୟ ରେ ''ସାଧାରଣ ପିତର'' ନିଜର ପିତୃପୁରୁଷ ୧୪ପୁରୁଷଙ୍କୁ ଆବାହନ କରି ପ୍ରତ୍ୟକଙ୍କୁ ୩ଥର ଲେଖାଏଁ ଓ ଖୁଡୁତା,ଭଗିନୀ,ପିଉସୀ ଆଦି ମାନଙ୍କୁ ୧ ଥର ଲେଖାଏଁ ଜଳତିଳ ଦାନ କରି ତର୍ପଣ କରିବେ ।
ଉତ୍ତର ଦିଗ କୁ ମୁଖ କରି ସନକ, ସନନ୍ଦ, ସନାତନ ଆଦି ସପ୍ତଋଷି ଙ୍କୁ ମନୁଷ୍ୟ ତିର୍ଥ ରେ ପ୍ରତ୍ୟକ ଙ୍କୁ ୨ଥର ଲେଖାଏଁ ଜଳ ଦାନ କରି ତର୍ପଣ କରିବେ । ଯେଉଁ ପ୍ରାଣୀ ବିଧିପୂର୍ବକ ଶାନ୍ତମନରେ ଶ୍ରାଦ୍ଧ କରନ୍ତି, ସେ ସମସ୍ତ ପାପରୁ ମୁକ୍ତି ପାଇ ସଂସାର ଚକ୍ରରେ ପଡେ ନାହିଁ।