Weather Update: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ (Bay of Bengal) ସକ୍ରିୟ ସୁଦୃଶଃ ଲଘୁଚାପ (Low pressure) କ୍ଷେତ୍ର ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ହୋଇଛି । ରାଜ୍ୟରେ ଏଭଳି ପାଗ ଆଉ ତିନି ଦିନ ରହିବ ବୋଲି (Bhubaneswar Meteorological Centre) ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ମଧ୍ୟ ୧୧ ଜିଲ୍ଲାକୁ  ଅରେଞ୍ଜ ଆଲର୍ଟ (orange alert) ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ସେହି ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ,ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ମୟୂରଭଞ୍ଜ । ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ତଳିଆ ଆଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଏନେଇ ଏସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

 



Also Read: Shukra Gochar 2023: ଆସନ୍ତାକାଲି ଠୁ ଏହି ତିନି ରାଶିଙ୍କ ଭାଗ୍ୟ ବଦଳାଇବେ ଶୁକ୍ର, ହେବ ଟଙ୍କାର ବର୍ଷା!


ସେହିପରି ଏଥିସହ ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow alert) ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ନୟାଗଡ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା , କେନ୍ଦ୍ରାପଡା,ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କଟକ ଓ ଯାଜପୁର । ଏହି ସବୁ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ଲଘୁଚାପ ପ୍ରଭାବରେ ରାଜ୍ୟରେ ଏଭଳି ଭାବରେ ଆଉ ୨ ରୁ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଓଡିଶାରେ ଜୁନ ୧ ରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି।  ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ , କେନ୍ଦ୍ରାପଡ଼ାରେ  ୨୬ ପ୍ରତିଶତ କମ୍ ଏବଂ ସେହିପରି  ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।