Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ (Monsoon) । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ଲାଗି ରହିଛି।  ଗତକାଲିର ଘୂର୍ଣ୍ଣିବଳୟ ଯୋଗୁଁ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ବିସ୍ତୃତି ବର୍ଷା ତଥା ପଶ୍ଚିମ ଓଡିଶା ର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy rain) ସମ୍ଭାବନା ରହିଛି। ଆଉ କେତେକ ଜିଲ୍ଲାରେ ବି ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଆଶଙ୍କା ନେଇ ଆଜି ୧୦ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ( yellow alert)ଜାରି କରାଯାଇଛି । ଏହି ଜିଲ୍ଲା ଗୁଡି଼କ ହେଲା,   କଟକ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ।  


COMMERCIAL BREAK
SCROLL TO CONTINUE READING

 



ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ କମ୍ ରହିବ। ଏବଂ ୧୨ ତାରିଖ ପରଠାରୁ ପୁଣି ବର୍ଷାର ପରିମାଣ ବଢିବ । କାହିଁକିନା, ୧୨ ତାରିଖ ରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ୭ ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଅଗଷ୍ଟ ୩୧ ସୁଧା ୧୪ ପ୍ରତିଶତ ନିଆଷ୍ଟିଆ ବର୍ଷା ହୋଇଛି । ଯଦିଓ ଗାଣେତିକ ଭାବେ ଏହାର ପରିମାଣ ସ୍ବାଭାବିକ ଶ୍ରେଣୀରେ ଆସୁଛି । ମାତ୍ର ଫସଲର ଅବସ୍ଥା ଏହି ପାଣିପାଗର ଅଙ୍କଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି ।   


ବର୍ତ୍ତମାନ ୧୯ଟି ଜିଲ୍ଲାରେ ଫସଲ ଅବସ୍ଥା ସଙ୍କଟାପନ୍ନ ଭିତରେ ରହିଥିବା ବେଳେ ସମ୍ଭବତଃ ୨୦୦୨ ମରୁଡି ବର୍ଷ ପରି  ଚଳିତ ବର୍ଷ କେତେକ ସ୍ଥାନରେ ମରୁଡି ଦେଖାଦେଇଛି ବୋଲି  କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମରୁଡିର ପ୍ରାଥମିକ ଆକଳନ ବ୍ଲକ୍ ବା ପଞ୍ଚାୟତ ସ୍ତରରେ କରାଯାଇଥାଏ। ଏଭଳି ପରିସ୍ଥିତିକୁ ଦେଖିଲେ ବର୍ତ୍ତମାନ ସୁଧା ଫସଲରେ କ୍ଷତି ହୋଇଥିବା ସେ କହିଛନ୍ତି।  ଯାହା ଦ୍ବାରା ସେପ୍ଟେମ୍ବର ମାସରେ ବର୍ଷା ହେଲେ ମଧ୍ୟ ଏହା ଫସଲର ଆବଶ୍ୟକତା ଭରଣ କରିପାରିବ ନାହିଁ  ବୋଲି ସେ କହିଛନ୍ତି । ରାଜ୍ୟରେ ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ମଧ୍ୟ ହତାଶ ହୋଇଛି।