Weather Update: ପଶ୍ଚିମାଝଡ଼ ପ୍ରଭାବ, ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମଧରଣର ବର୍ଷା ଜାରି
Weather Update: ମୌମୁମୀ ଫେରିବା ପରେ ବି ରାଜ୍ୟରେ ଲାଗି ରହିଛି ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମଧରଣର ବର୍ଷା ହୋଇଛି (Light Rain To Continue In Odisha Today) । ଆସନ୍ତା ୭ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ (Bhubaneswar Meteorological Centre) ବିଭାଗ ପକ୍ଷରୁ ସୂଚନା ମିଳିଛି ।
Weather Update: ମୌମୁମୀ ଫେରିବା ପରେ ବି ରାଜ୍ୟରେ ଲାଗି ରହିଛି ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମଧରଣର ବର୍ଷା ହୋଇଛି (Light Rain To Continue In Odisha Today) । ଆସନ୍ତା ୭ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ (Bhubaneswar Meteorological Centre) ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାପରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। ବର୍ତ୍ତମାନ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Also Read: Odisha News: ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ, ମଣିଷ ରକ୍ତ ଚାଖିବା ପରେ କାବୁ କଲା ବନ ବିଭାଗ
ସେହିପରି ଆଜି ମଧ୍ୟ କେତେକ ଜିଲ୍ଲାରେ ବିଜୁଳି ଘଡଘଡି଼ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡି଼କ ହେଲା, ଅନୁଗୁଳ, କେନ୍ଦ୍ରାପଡା, ଜଗତସିଂହପୁର, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ତି, ପୁରୀ, ଖୋର୍ଦ୍ଧା, ରାୟଗଡା଼, ଗଜପତି , ଗଞ୍ଜାମ, ଭୁବନେଶ୍ବର ଓ କଟକ। ଆସନ୍ତା ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି କୋରାପୁଟରେ ସବୁଠୁକମ୍ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଫୁଲବାଣୀରେ ୧୭.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରୀ ଓ ବୌଦ୍ଧରେ ୧୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।