Weather Update: ଖସୁଛି ପାରଦ ଆଉ ବଢୁଛି ଶୀତ (Winter) । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ତା ଅନୁଭୂତ ହେଉଛି । ତେବେ ଆଗକୁ ଶୀତ ଆହୁରି ବଢିବା ନେଇ ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ରାଜ୍ୟରେ ସାମାନ୍ୟ ଥଣ୍ତା ଅନୁଭୂତ ହୋଇଥିବା ବେଳେ ଶୁକ୍ରବାର ଦିନ ୫ଟି ସହରର ତାପମାତ୍ରା ୧୫ ଡ଼ିଗ୍ରୀ ରହିଥିଲା । ତେବେ ୧୩ ଡ଼ିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି (G. Udayagiri) ସବୁଠୁ ଥଣ୍ତା ସହର ହୋଇଥିବା ବେଳେ କୋରାପୁଟରେ ୧୩. ୮ ଡି଼ଗ୍ରୀ, କିରେଇରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ (Daringbadi( ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡ଼ିଗ୍ରୀ ତାପମାତ୍ରା (Temperature) ରେକର୍ଡ଼ ହୋଇଛି ।



COMMERCIAL BREAK
SCROLL TO CONTINUE READING

Also Read-Sharad Purnima 2023: ଆଜି ପବିତ୍ର ଶରତ ପୂର୍ଣ୍ଣିମା, ଜାଣନ୍ତୁ ଏହି ଦିନର ମହତ୍ତ୍ବ


ସେହିପରି ସୋନପୁର, ଝାରସୁଗୁଡ଼ା, ହୀରକୁଦ, ଅନୁଗୁଳ, ନବରଙ୍ଗପୁର ଓ ଭବାନୀପାଟଣାରେ ତାପମାତ୍ରା ୧୭ରୁ ୧୭.୭ ଡିଗ୍ରୀ ମଧ୍ଯରେ ରହିଛି । ପ୍ରକାଶ ଥାଉ କି, ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।


Also Read-Swarup Nayak: ରାଜ୍ୟ ସମ୍ମାନ ସହିତ କରାଯିବ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ