Balangir News: ବଲାଙ୍ଗୀରର ମହିଳା ପୋଲିସ୍ ଏସଆଇ  (woman sub inspector)କାଜଲ୍ ବାଗ୍ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ( end herself attempt)। ବଲାଙ୍ଗୀର ମେଡିକାଲ କଲେଜରେ ଚିକିତ୍ସାଧିନ ଥିଲେ କାଜଲ। କିନ୍ତୁ ଆଜି ସେ ହସ୍ପିଟାଲରୁ କେଉଁଆଡେ ପଳାଇ (missing from hospital) ଯାଇଥିବା ସୂଚନା ମଳିଛି। ମେଡିକାଲରୁ ସେ କିପରି ଗାଏବ ହେଲେ ନାଁ ତାଙ୍କୁ କିଏ ଅପହରଣ କରିଛି ନାଁ ସେ ନିଜ ଇଚ୍ଛାରେ କେଉଁ ଆଡେ ଯାଇଛନ୍ତି । ତାହା ଏପର୍ଯ୍ୟନ୍ତ ଜଣାପଡିନି । ଗତକାଲି ନିଜ ପ୍ରେମିକ ସହ ଝଗଡା କରି ମଶା ତେଲ ପିଇ ଦେଇଥିଲେ କାଜଲ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯଦି କାଜଲ ଆଜି ସଂନ୍ଧ୍ୟା ସୁଧା ମେଡିକାଲୁ ନ ଫେରନ୍ତି । ତେବେ, ଏନେଇ ପୋଲିସ୍ ପାଖରେ ଅଭିଯୋଗ କରିବେ ବୋଲି ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତି । ତେବେ କାଜଲ ସଇଁତଳା ଥାନାରେ ଏସଆଇ ଭାବେ (woman sub inspector kajal bagh) ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।


COMMERCIAL BREAK
SCROLL TO CONTINUE READING


Also Read: Odisha News: ସେଫ୍‌ ବିକାଶ ଖାନ୍ନାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ନବୀନ, ଜାଣନ୍ତୁ କାହିଁକି


ସୂଚନା ଅନୁସାରେ, ସୂଚନା ଅନୁସାରେ, ବଲାଙ୍ଗୀର ସଇଁତଲା ଗୋପବନ୍ଧୁନଗରରେ ଭଡାରେ ରୁହନ୍ତି  କାଜଲ ବାଗ। କିନ୍ତୁ ବୁଧବାର ରାତିରେ ସେ ନିଜ ପ୍ରେମିକ ସହ ଫୋନରେ ପାଟିତୁଣ୍ତ କରିଥିଲେ । ପରେ ରାଗରେ ସେ ଘରେ ଥିବା ମଶାମରା ତେଲ ପିଇଦେଇଥିଲେ। ପରେ ସେ ଗୁରୁତର ହୋଇପଡିଥିଲେ। ଏହି କଥା ଜାଣାପଡିବା ପରେ ତାଙ୍କ ପଡୋଶୀ କାଜଲଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର (Bhima Bhoi Medical College and Hospital, Balangir) କରାଯାଇଥିଲା । ଏବଂ ଏଠାରୁ ସେ ଆଜି ନିଖୋଜ ହୋଇଯାଇଛନ୍ତି । 



ନିକଟରେ ଅନୁଗୁଳ ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡଙ୍କୁ (Woman home guard) ନିର୍ଯାତନା ଅଭିଯୋଗ ମଧ୍ୟ ଆସିଥିଲା। ଏହି ଅଭିଯୋଗ ଆସିବା ପରେ,  ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କ (DIG Brijes) ବଦଳି କରାଯାଇଛି । ଡିଆଇଜି ବ୍ରିଜେଶ ରାୟଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି । ଅନୁଗୁଳ (Angul) ଜିଲ୍ଲାର ଡି.ଆଇ.ଜି ବ୍ରିଜେଶ କୁମାର ରାଏଙ୍କ ଘରେ ଏହି ମହିଳା ହୋମଗାର୍ଡ କାମ କରୁଥିଲେ । ସେ ଘରର ସବୁ କାମ କରୁଥିଲେ ସୁଦ୍ଧା କାମ ଭୁଲ ହେଲେ ଡି.ଆଇ.ଜି ଙ୍କ ପତ୍ନୀ ତାଙ୍କୁ ମାଡ ମାରନ୍ତି ଓ ନିର୍ଯାତନା ଦେଉଥିବା ଜଣାପଡ଼ିଛି । ଏସବୁ ନେଇ ମହିଳା ହୋମଗାର୍ଡ ପୋଲିସ ଡିଜି ଓ ହୋମଗାର୍ଡ ଡିଜିଙ୍କୁ ଚିଠି ଲେଖି ଜଣାଇବା ପରେ ବି କିଛି ସମାଧାନ ନ ହେବାରୁ ଓ ମାଡ଼ ଗାଳି ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେଇଥିଲେ । ଆତ୍ମହତ୍ୟା କରିବାକୁ ଯାଇ ଟ୍ରେନ ଲାଇନରେ ତାଙ୍କର ଦୁଇଟି ଗୋଡ କଟିଯାଇ ଥିବା ବେଳେ ତାଙ୍କର ଜୀବନ ବଞ୍ଚିଯାଇଛି । ଏବେ ସେ କଟକ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି।  ଭାରତୀୟ ଜନତା ପାର୍ଟି ଉପ ସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହିଳା ହୋମଗାର୍ଡ ସୈରେନ୍ଦ୍ରି ସାହୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ଏଥି ସହିତ ମହିଳା ହୋମଗାର୍ଡ ଙ୍କୁ ଆତ୍ମହତ୍ୟା କରିବା ପାଇଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।