Odisha News: ଜଣେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା, ବାହା ହେବା ଲାଗି ଅନୁରୋଧ କରିବା ଏବଂ  ଗଣ୍ଡଗୋଳ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଆଇପିଏସ୍ ଅଧିକାରୀ ରାଜେଶ ପଣ୍ଡିତଙ୍କ ନାଁରେ ତଦନ୍ତ ହେବ। ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ଏଥିଲାଗି ତାଙ୍କୁ ନିୟମ ମୁତାବକ ଜବାବ ମଗାଯାଇଛି। ଆସନ୍ତା ୩୦ ଦିନ ମଧ୍ୟରେ ସେ ଏହି ଅଭିଯୋଗ ବିଷୟରେ ନିଜର ଜବାବ ରଖିବେ। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?


ଏହି ଜବାବରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ କି ନୁହେଁ ତାହା ସେ ନିଜ ଉତ୍ତରରେ ଉଲ୍ଲେଖ କରିବେ । ଯଦି ଶ୍ରୀ ପଣ୍ଡିତ ଲିଖିତ ବୟାନ୍ ଦେବାରେ କିମ୍ବା ତଦନ୍ତ କମିଟି ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ବୟାନ୍ ଦେବାରେ ବିଫଳ ହୁଅନ୍ତି ତା ହେଲେ ତାଙ୍କ ବିରୋଧରେ ଏକ ପାଖିଆ ନିଷ୍ପତ୍ତି ଗ୍ରହଣ କରାଯିବ । ବିଭାଗ ପକ୍ଷରୁ କୁହାଯାଇଛି ଯେ ଇତିମଧ୍ୟରେ ଯଦି ତାଙ୍କ ସପକ୍ଷରେ କୌଣସି ରାଜନୈତିକ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଯୁକ୍ତି ବାଢ଼ନ୍ତି ତା ହେଲେ ଏହା ତାଙ୍କ ବିରୋଧରେ ଯିବ। 


୨୦୦୭ ବ୍ୟାଚ ଆଇପିଏସ୍‍ ଅଧିକାରୀ ଶ୍ରୀ ପଣ୍ଡିତ ଜୁଲାଇ ୨୭ ତାରିଖ ଶନିବାର ଦିନ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ତାଙ୍କ ଘରେ ଭଙ୍ଗାରୁଜା କରିବା, ତାଙ୍କ ସ୍ୱାମୀ ଓ ତାଙ୍କୁ ହଇରାଣ କରିବା ଆଦି ଅଭିଯୋଗ ଆସିଥିଲା। ସେତେବଳେ ସେ  ଅଗ୍ନିଶମ ଏବଂ ଗୃହରକ୍ଷୀ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ। ଯଦିଓ ଏନେଇ କୌଣସି ଏତଲା ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ଘରୁ ସେତେବଳେ ଦାୟର ହୋଇ ନଥିଲା କିନ୍ତୁ ଡିଜିଙ୍କ ଗୋପନୀୟ ରିପୋର୍ଟକୁ  ଆଧାର କରି ମୁଖ୍ୟମନ୍ତ୍ରୀ ତାଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଆଦେଶ ଦେଇଥିଲେ।