Odisha News:  ଭୁବନେଶ୍ୱର: ଦୁଇଦିନିଆ ବିଦ୍ୟାର୍ଥୀ ବିକାଶ କାର୍ଯ୍ୟକ୍ରମ (ଏଫଡିପି)ସମାବେଶ ୨୦୨୪ ସଫଳତାର ସହିତ ଉଦଯାପିତ ହୋଇଛି । ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭାରତୀୟ ଶାସ୍ତ୍ରଗୁଡ଼ିକୁ ସମକାଳୀନ ପ୍ରବନ୍ଧନ ଶିକ୍ଷାରେ ଏକାଠି କରିବା ଭଳି ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗତ ୨୩ ତାରିଖରେ ଉଦଯାପନୀ ଦିବସରେ ପ୍ରାଚୀନ ଭାରତୀୟ ଜ୍ଞାନ ସମ୍ବନ୍ଧରେ ଗଭୀର ଭାବରେ ଆଲୋଚନାପୂର୍ବକ ମ୍ୟାନେଜମେଣ୍ଟ ସିଷ୍ଟମରେ ଏହାର ସଂଯୋଗ ଓ ତାର ପ୍ରାସଙ୍ଗିକତା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ପ୍ରଥାଗୁଡ଼ିକ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରିବା ଥିଲା ଭାରତୀୟ ଜ୍ଞାନ ଉପରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଉନ୍ନତ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ଆରମ୍ଭ ହୋଇଥିବା ଏହି ସମାବେଶର ଉଦ୍ଦେଶ୍ୟ।


COMMERCIAL BREAK
SCROLL TO CONTINUE READING

ସମାବେଶର ପ୍ରଥମ ସଂସ୍କରଣକୁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. ଆର. ଶର୍ମା, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, ଚାଣକ୍ୟ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଭାରତୀୟ ଜ୍ଞାନ ପ୍ରଣାଳୀର ବିଦ୍ୟାର୍ଥୀ ପ୍ରଶିକ୍ଷକ ଡଃ. ବିନୟ ଚନ୍ଦ୍ର ବନାବତି ଏବଂ ଏସଏସୟୁ ଆଇକେଏସ କେନ୍ଦ୍ର ନିର୍ଦ୍ଦେଶକ ଡଃ. ରାକେଶ ତ୍ରିପାଠୀ ପ୍ରମୁଖ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ୱାମୀ ସତ୍ୟଚୈତନ୍ୟ ଭାରତୀୟ ସଂସ୍କୃତି, ବିଚାରଧାରା, ବେଦ ଏବଂ ଉପନିଷଦ ଆଦିର ମହତ୍ତ୍ୱ ବର୍ଣ୍ଣନା କରିଥିଲେ । ପ୍ରଫେସର ବି. ଆର୍. ଶର୍ମା ଶିକ୍ଷାର ବିକଶିତ ବ୍ୟାବସାୟିକ ଦିଗ ଉପରେ ଆଲୋଚନା କରିଥିଲେ ଯେଉଁଥିରେ ଭାରତର ବିଭିନ୍ନ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି ଆୟୋଜନରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଜିତା କୁଲକର୍ଣ୍ଣୀ ଅନଲାଇନରେ ଉପସ୍ଥିତ ଥିଲେ । ସେ ଏହି ସମାବେଶର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ପ୍ରାଚୀନ ଶାସ୍ତ୍ରସବୁ ଶିଖାଇବା ପାଇଁ ନୂଆ ନୂଆ ବିଧିର ବିକାଶ ପାଇଁ ନିବେଦନ କରିଥିଲେ ।


ଏହା ପରବର୍ତ୍ତୀ ଅଧିବେଶନରେ ଭଗବତ୍ ଗୀତା, ଯୋଗଶାସ୍ତ୍ର, ନାଟ୍ୟଶାସ୍ତ୍ର, ଆୟୁର୍ବେଦ ଏବଂ ଅର୍ଥଶାସ୍ତ୍ର ସହିତ ଆଇକେଏସର ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଡଃ. ରାକେଶ ତ୍ରିପାଠୀ, ଡଃ. ବିନୟ ଚନ୍ଦ୍ରା, ଡଃ. ମାଲା କପାଡ଼ିଆ, ଡଃ. ଉପାସନା ତେନ୍ଦୁଲକର ଏବଂ ଡଃ. ରାଜେଶ କାମାଥଙ୍କ ପରି ବକ୍ତାମାନେ ସୂଚାଇଥିଲେ ଯେ କିପରି ଏହି ପ୍ରାଚୀନ ଗ୍ରନ୍ଥସମୂହ ଏବଂ ସିଦ୍ଧାନ୍ତ ନେତୃତ୍ୱ, ମାନବ ବ୍ୟବହାର, ନୈତିକତା ଏବଂ ଶାସନ କ୍ଷେତ୍ରରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାନ୍ତି । ଡଃ. ମାଲା କପାଡ଼ିଆ ଆୟୁର୍ବେଦ ଉପରେ ଚର୍ଚ୍ଚା କରିବାକୁ ଯାଇ ଶାରୀରିକ, ମାନସିକ ଏବଂ ଭାବନାତ୍ମକ କଲ୍ୟାଣର ଅଭିବୃଦ୍ଧି ନିମନ୍ତେ ଭାରତୀୟ ଜ୍ଞାନର ସମଗ୍ର ଦୃଷ୍ଟିକୋଣ ଉପରେ ଜୋର୍ ଦେଇଥିଲେ । ଡଃ. ଉପାସନା ତେନ୍ଦୁଲକର ନାଟ୍ୟଶାସ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ । ଡ. ରାଜେଶ କାମାଥ ଆଧୁନିକ ପ୍ରଶାସନ ଏବଂ ନେତୃତ୍ୱରେ ଅର୍ଥଶାସ୍ତ୍ରର ପ୍ରାସଙ୍ଗିକତା ଅବତାରଣା କରିଥିଲେ। ଉଦଯାପନୀ ଅଭିଭାଷଣରେ ଭାରତ ଭୂଷଣ ଦାଶ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ ସମ୍ମାନିତ ଅତିଥି, ବକ୍ତା, ପ୍ରତିଯୋଗୀ ଏବଂ ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ।