Odisha Election 2024: କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀର କୁଳିଆ ପଡିଆ ଠାରେ ବିଜେପିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହ କାର୍ଯ୍ୟକ୍ରମରେ ବିଜେପିର ଷ୍ଟାର ପ୍ରଚାରକ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରଥମେ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଏହା ପରେ ଯୋଗୀ ଆଦିତ୍ୟନାଥ ଜୟ ଜଗନ୍ନାଥ କହି ବିଶାଳ ସମାବେଶକୁ ଉଦବୋଧନ ଦେଇଥିଲେ । ବିଗତ ୧୦ବର୍ଷ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ଦେଶର ଚିତ୍ର ସଂପୁର୍ଣ୍ଣ ବଦଳି ଯାଇଛି ।


COMMERCIAL BREAK
SCROLL TO CONTINUE READING


ସେହିପରି, ଦେଶ ବିକାଶର ଧାରାରେ ଅଗ୍ରଗତି କରିଛି । ମୋଦିଜୀଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ବିକାଶ ହୋଇଛି । ରାଜମାର୍ଗ ସଡକ, ରେଳସେବାରେ ବହୁ ଉନତି ହୋଇଛି । ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଯେତିକି ବିକାଶ ହୋଇ ପାରିନଥିଲା ତାହାଠାରୁ ଅଧିକ ବିକାଶ ଗତ ୧୦ ବର୍ଷ ମଧ୍ୟରେ କରାଯାଇଛି । ଗରିବ କଲ୍ୟାଣ ଯୋଜନାକୁ ଦେଶ ମଧ୍ୟରେ ଦ୍ରୁତଗତିରେ ଲାଗୁ କରାଯାଇଛି । ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନସାମଗ୍ରୀ ପ୍ରଦାନ କରୁଛି । 


ଦେଶରେ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କୁ ରାସନ ପଠାଉଥିବା ବେଳେ ରାଜ୍ୟ ସରକାର ଏହାକୁ ନିଜର ବୋଲି କହି ରାଜ୍ୟ ବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଉନୟନ ମୁଳକ କାର୍ଯ୍ୟ ପାଇଁ ଅର୍ଥ ରାଜଧାନୀ ଦିଲ୍ଲୀରୁ ଆସୁଥିବା ବେଳେ ରାଜ୍ୟ ସରକାର ଏନେଇ ଲୋକଙ୍କୁ ଭିନ୍ନଢଙ୍ଗରେ ଚିତ୍ରଣ କରୁଛନ୍ତି । କେନ୍ଦ୍ର ସରକାର ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିବା ବେଳେ ରାଜ୍ୟର ନବୀନ ସରକାର ଏହାକୁ ଲାଗୁ କରାଇଦେଇ ନାହାନ୍ତି । ରାଜ୍ୟରେ ତାମିଲବାବୁ ଏହାକୁ କରାଇ ଦେଉନାହାନ୍ତି ଯୋଗୀ ଆଦିତ୍ୟନାଥ କଟାକ୍ଷ କରିଥିଲେ । ଏହା ଲାଗୁହେଲେ ରାଜ୍ୟରେ କମିଶନବାଜି ବନ୍ଦ ହୋଇଯିବ ।


କଂଗ୍ରେସ ସମୟରେ ଉନୟନ ମୂଳକ ଅର୍ଥ ବାଟମାରଣା ହେଉଥିବା ବେଳେ ମୋଦି ସରକାର ପ୍ରତକ୍ଷଲାଭ ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ଅର୍ଥ ପଇଠ କରି ବାଟମାରଣା ବନ୍ଦ କରିଦେଇଛନ୍ତି । କୃଷକମାନଙ୍କ ପାଇଁ ସମ୍ମାନନିଧି ପ୍ରଦାନ କରାଯାଇଛି । ଦେଶର ଗରିବ ନାଗରିକ ମାନଙ୍କ ଶୌଚାଳୟ,ବାସଗୃହ ଯୋଜନା ସଫଳ ହୋଇଛି । ୧୦ କୋଟି ମହିଳାଙ୍କୁ ରନ୍ଧନଗ୍ୟାସ ସୁବିଧା ମିଳିପାରିଛି । ପିଏମ ଆବାସ ଯୋଜନାରେ ଦେଶରେ ୪ କୋଟି ହିତାଧିକାରୀ ଲାଭବାନ ହୋଇଛନ୍ତି । ଯେଉଁମାନେ ଏହି ଯୋଜନାରୁ ବଂଚିତ ହୋଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ବୋଲି ମୋଦୀ ପ୍ରତିଶୃତି ଦେଇଥିବା ଯୋଗୀ ପ୍ରକାଶ କରିଥିଲେ । 


ମୁଖ୍ୟମନ୍ତ୍ରୀ ଓଡିଆ ଅସ୍ମିତା ସହ ଖେଳ ଖେଳୁଛନ୍ତି । ରାଜ୍ୟରେ ପ୍ରଶାସନିକ ଅଧିକାରୀଗଣ ବିଭିନ୍ନ କ୍ଷେତ୍ରରେ ମାଫିଆରାଜକୁ ପ୍ରଶୟ ଦେଇ ରାଜ୍ୟର ଯୁବପିଢୀଙ୍କ ସହ ଖେଳ ଖେଳୁଛନ୍ତି । ଅରାଜକାତତାକୁ ପ୍ରଶୟ ଦେଉଛନ୍ତି । ଓଡିଶାର ସଂଶାଧନକୁ ଲୁଟ କରାଯାଉଛି । ରାଜ୍ୟରେ ଉତ୍ପାଦନ ହେଉଥିବା ବିଦ୍ୟୁତ ରାଜ୍ୟବାସୀଙ୍କୁ ମଂହଗାଦରରେ ଦିଆଯାଉଛି ଅଥଚ ଅଲଗା ରାଜ୍ୟରେ ଏହାକୁ ଶସ୍ତାରେ ବିକ୍ରି କରାଯାଉଛି । ପୁନଃର୍ବାର ମୋଦି ସରକାର ଗଠନ ହେବ ଏଥର କେନ୍ଦ୍ରାପଡା ଲୋକସଭା ସହ ୪ଶହରୁ ଅଧିକ ଆସନ ବିଜେପିକୁ ଯିବ ବୋଲି ଯୋଗୀ ଅଭିଭାଷଣ ରଖିଥିଲେ । ଦିଲ୍ଲୀ ସିଂହାସନରେ ଏଥର ରାମଭକ୍ତ ଶାସନ କରିବେ । କେନ୍ଦ୍ରାପଡା ଲୋକସଭା ଆସନ ସହ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଯୋଗୀ ଲୋକଙ୍କୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ପାଟକୁରା,ସାଲେପୁର, ମାହାଙ୍ଗା,ଆଳି,ରାଜନଗର, କେନ୍ଦ୍ରାପଡା,ମହକାଳପଡା ଆସନର ବିଜେପି ପ୍ରାର୍ଥୀ ଏବଂ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।