Crime News: ପୁଣି ପ୍ରେମରେ ମିଳିଲା ଧୋକା (dhoka)। ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ (lover) !  ପ୍ରେମିକ ପାଇଁ ନିଜ ଜୀବନକୁ ତୁଚ୍ଛ କରିଦେଲା ପ୍ରେମିକା । ପ୍ରେମିକା ସହ ହୋଟେଲରେ ରହିଥିବା ସମୟରେ ରଶି ଲଗାଇ ଜୀବନ ହାରିଲେ। ହୋଟେଲରୁ ମିଳିଲା ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ (Young Man end his life in a hotel room at Bhadrak)। ଭଦ୍ରକ ଜିଲ୍ଲାର ଚରମ୍ପା ଷ୍ଚେସନ ନିକଟ ଏକ ହୋଟେଲରୁ  ମିଳିଛି ଯୁବକଙ୍କ ମୃତଦେହ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି।


COMMERCIAL BREAK
SCROLL TO CONTINUE READING

Also Read: Crime News: ୨ ପୁଅଙ୍କ ସହ ମିଶି ସ୍ତ୍ରୀଙ୍କୁ ଦୁଷ୍କର୍ମ କଲା ସ୍ୱାମୀ


ସୂଚନା ଅନୁଯାୟୀ,  ଭଦ୍ରକ ଜିଲ୍ଲା  ଭଣ୍ତାରୀପୋଖରୀ ଥାନା ଅଧିନ ଜଳହରି ଗାଁର  ଦେବରାଜ୍ ସାମଲ ନିଜ ପ୍ରେମିକାଙ୍କ ସହ ଚରମ୍ପା ଷ୍ଚେସନ ନିକଟ ଏକ ହୋଟେଲରେ ଶନିବାର ଦିନ ଥିଲେ। ହୋଟେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ରାତ୍ରୀ ଭୋଜନ ପରେ ଏକା ସାଙ୍ଗରେ ଗୋଟିଏ ରୁମ୍ ରେ ଥିଲେ । କିନ୍ତୁ ବିଳମ୍ବିତ ରାତିରେ ସେହି ରୁମରୁ ପାଟିତୁଣ୍ତ ଶଦ୍ଧ ଶୁଣିବାକୁ ମିଳିଥିଲା । ଏବଂ ପରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ହୋଟେଲ କର୍ତ୍ତୃପକ୍ଷ । ଏନେଇ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ଯୋଗାଯୋଗ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯୁବକଙ୍କୁ  ମେଡିକାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପେଟ, ଯୁବକଙ୍କ ସହ ଥିବା ଯୁବତୀଙ୍କୁ ଟାଉନ ଥାନା ପୋଲିସ ଘଟଣା ସମ୍ପର୍କରେ ପଚରା ଉଚରା କରି ଛାଡି ଦେଇଛି। ସେପଟେ, ଯୁବତୀ ଜଣକ ଯୁବକଙ୍କୁ ହତ୍ୟା କରିଥିବା ଜଣାପଡି଼ଛି।  ତେବେ, କେଉଁ ପରିସ୍ଥିତିରେ ହୋଟେଲରେ ଯୁବକ ଜଣକ ଜୀବନ ହାରିଲେ ତାହାର ପ୍ରକୃତ କାରଣ ଜଣାପଡି଼ ନାହିଁ। ଯୁବକଙ୍କ ଆତ୍ମହତ୍ୟା ପଛରେ ତ୍ରିକୋଣୀ ପ୍ରେମ କାହାଣୀ ଥିବା ଚର୍ଚ୍ଚା ହେଉଛି।