କଟକ: କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ହାଉସ ସର୍ଜନ ଏବଂ ନର୍ସ ମାନେ ଧାରଣା ଦେଇଛନ୍ତି। ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଏହି ବିବାଦ ଦେଖାଯାଇଛି। ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏ ନେଇ ନର୍ସ ଅଭିଯୋଗ କରିଥିଲେ। ପରେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।


COMMERCIAL BREAK
SCROLL TO CONTINUE READING

ଏହି ଘଟଣାକୁ ନେଇ ୧୦ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର ମାନେ ଡାକ୍ତରଖାନରେ ହୋ ହାଲ୍ଲା କରିଥିଲେ।