Today Top 10 News Headlines: H1. Minor Boy Drowns In Drain In Bhubaneswar: ମଙ୍ଗଳବାର ଦିନ ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

H2. Odisha CM, MLAs take oath in Assembly: ବିଧାନସଭାରେ ନବ ନିର୍ବାଚିତ ବିଧାୟକ ଆଜି ଶପଥ ନେଇଛନ୍ତି। ପ୍ରଥମେ ବିଧାୟକ ଭାବେ ଶପଥ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଇଥିଲେ। ଏହାପରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି। ବୁଧବାର ଦିନ ମଧ୍ୟ କିଛି ବିଧାୟକ ଶପଥ ନେବେ।


H3. Odisha Diphtheria Case: ଯେଉଁ ଅଞ୍ଚଳ ଦିନେ ହଇଜା ପାଇଁ ସାରା ଭାରତରେ ନଜରକୁ ଆସିଥିଲା ଏବେ ୧୫ ଦିନରୁ ଅଧିକ ସମୟ ହେଲାଣି ସେଠାରେ ଭୟଙ୍କର ଡିପ୍‍ଥେରିଆ ଆତଙ୍କ ସୃଷ୍ଟି ହୋଇଛି।  ହେଲେ ଏହାର ପ୍ରକୃତ କାରଣ ଓ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରିନି ସ୍ୱାସ୍ଥ୍ୟ ବିଭାଗ। ଫଳରେ ଏବେ ରାୟଗଡ଼ାର କାଶୀପୁର ସମେତ କୋରାପୁଟ, କଳାହାଣ୍ଡିକୁ ଏହିରୋଗ ବ୍ୟାପିବାରେ ଲାଗିଛି। ଏହି ବାୟୁଦ୍ୱାରା ସଂକ୍ରମିତ ରୋଗକୁ ରୋକିବା ଲାଗି ଆସନ୍ତା କାଲିଠାରୁ ଟିକା ଦେବାକୁ ସ୍ଥିର କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। 


H4. Balasore Curfew: ବାଲେଶ୍ୱର ସହରରେ ଲାଗୁ ହେଲା କର୍ଫ୍ୟୁ। ଗତକାଲି ଠାରୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। 


H5. PM Kisan 17th Installment: ଲଗାତାର ତୃତୀୟ ଥର କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦୀ ସରକାର ଦେଶର ୯ କୋଟିରୁ ଅଧିକ ଚାଷୀଙ୍କୁ ପ୍ରଥମ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ବାରାଣାସୀରୁ ୧୭ ତମ କିସ୍ତି ଜାରି କରିଛନ୍ତି। ଏହା ଅଧୀନରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଲେଖାଁଏ କିସ୍ତି ଟଙ୍କା ପଠାଯାଇଛି।


H6. Mann Ki Baat Date : ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପରେ ମୋଦୀ ୩.୦ ର 'ମନ କି ବାତ୍' କାର୍ଯ୍ୟକ୍ରମର ତାରିଖ ପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଲୋକଙ୍କଠାରୁ ବିଚାର ଓ ପରାମର୍ଶ ଲୋଡିଥିଲେ। ଆପ୍ ଏବଂ ଫୋନ୍ ନମ୍ବର ମଧ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଛି, ଯାହା ମାଧ୍ୟମରେ ଲୋକମାନେ ନିଜର ଲେଖା କିମ୍ବା ରେକର୍ଡିଂ କରି ସେମାନଙ୍କ ବାର୍ତ୍ତା ପଠାଇ ପାରିବେ। ଏହା କୁହାଯାଉଛି ଯେ ମନ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ପରାମର୍ଶ ଅନ୍ତର୍ଭୂକ୍ତ କରାଯିବ।


H7. Aadhaar Card Online Update: ଆଧାର କାର୍ଡ ଅନଲାଇନ୍ ଅପଡେଟ୍ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବାର କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଦ୍ୱାରା ଆଧାର କାର୍ଡକୁ ମାଗଣା ଅପଡେଟ୍ କରିବାର ସମୟ ସୀମା ୧୪ ଜୁନ୍ ଭାବରେ ସ୍ଥିର କରାଯାଇଥିଲା, ବର୍ତ୍ତମାନ ଏହାକୁ ଆସନ୍ତା ତିନିମାସ ପାଇଁ ବୃଦ୍ଧି କରାଯାଇଛି।


H8. NEET-UG result row:  NEET-UG ପରୀକ୍ଷାକୁ ନେଇ ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ମଙ୍ଗଳବାର ପୁଣି ତୀବ୍ର ପ୍ରତିକ୍ରୀୟା ଦେଇଛନ୍ତି। କୋର୍ଟ NTA ଅର୍ଥାତ୍ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ତାଗିଦ୍ କରି କହିଛନ୍ତି ଯେ ଯଦି NEET ପରୀକ୍ଷାରେ ୦.୦୦୧ ପ୍ରତିଶତ ଭୁଲ କିମ୍ବା ଅବହେଳା ଅଛି, ତେବେ ଏହା ଚିନ୍ତାର ବିଷୟ ଓ ଏହାର ବିସ୍ତୃତ ଯାଞ୍ଚ କରାଯିବା ଉଚିତ୍। 


H9. Araria Bridge Collapsed: ପୁଣିଥରେ ବିହାରରୁ ଏକ ନୂଆ କରି ନିର୍ମାଣ ହୋଇଥିବା ବ୍ରିଜ୍ ଭୁଶୁଡ଼ିବା ଖବର ସାମ୍ନାକୁ ଆସିଛି। ରାଜ୍ୟର ଆରାରିଆ ଜିଲ୍ଲାର ସିକ୍ଟିରେ ବକ୍ରା ନଦୀ ଉପରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଆଜି ଉଦ୍ଘାଟନ ପୂର୍ବରୁ ମଧ୍ୟ ନଦୀରେ ବହିଯାଇଥିଲା। ଖବର ଅନୁଯାୟୀ, ଏହି ବ୍ରିଜ୍ ପାଦରିଆ ଘାଟରେ ନିର୍ମିତ ହୋଇଥିଲା।


H10. CAC Interviews Gautam Gambhir: ଭାରତର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ମଙ୍ଗଳବାର ଦିନ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) କୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାର 'ଜୁମ୍ କଲ୍' ରେ ହୋଇଥିଲା ଯେଉଁଥିରେ ଉଭୟ ଗମ୍ଭୀର ଏବଂ ଅଶୋକ ମଲହୋତ୍ରା ଅନଲାଇନରେ ଅଂଶଗ୍ରହଣ କରିଥିଲେ। ବିସିସିଆଇ ସୂତ୍ର ପିଟିଆଇକୁ କହିଛି ଯେ ହଁ, ଗମ୍ଭୀର ସିଏସି ସହ ସାକ୍ଷାତକାର ପାଇଁ ହାଜର ହୋଇଥିଲେ। ଆଜି ଏକ ରାଉଣ୍ଡ ଆଲୋଚନା ହୋଇଥିଲା। ଆସନ୍ତାକାଲି ଆଉ ଏକ ରାଉଣ୍ଡ ହେବାର ଆଶା କରାଯାଉଛି।