Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା, ଆଜି ବି ବର୍ଷିବ, ୩ ଜିଲ୍ଲାକୁ ଆଲର୍ଟ
Advertisement
Article Detail0/zeeodisha/odisha2449799

Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା, ଆଜି ବି ବର୍ଷିବ, ୩ ଜିଲ୍ଲାକୁ ଆଲର୍ଟ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲାପରି ଖବର ଦେଇଛି। ୩୦  ତାରିଖ ଯାଏଁ ପାଗ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା, ଆଜି ବି ବର୍ଷିବ, ୩ ଜିଲ୍ଲାକୁ ଆଲର୍ଟ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲାପରି ଖବର ଦେଇଛି। ୩୦  ତାରିଖ ଯାଏଁ ପାଗ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଜି ବିଶେଷକରି, କଟକ,ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।  ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା  ଡ. ମନୋରମା ମହାନ୍ତି କହିଛନ୍ତି ଯେ,  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ  ଏବେ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଏହି ଘୂର୍ଣ୍ଣିବଳୟ  ଦକ୍ଷିଣ -ପଶ୍ଚିମ ମଧ୍ୟପ୍ରଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳ ଉପରେ  ରହିଛି।  ଏଥିପାଇଁ ଓଡିଶାରେ ବର୍ଷା ସମ୍ଭାବନା ନାହିଁ।  ଆସନ୍ତା ୩ ଦିନ ଯାଏଁ ବର୍ଷା ସମ୍ଭାବନା ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। 

 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Shani Gochar 2024: ଶନିଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ଶେଷ ଯାଏଁ ରହିବନି ଧନର ଅଭାବ!

ଅକ୍ଟୋବର ୧ ରେ  ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପର, ପୁରୀ,ଖୋର୍ଦ୍ଧା, ନୟାଗଡ ଓ ଗଂଜାମ ,ଗଜପତି, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ  ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି  ଆଇଏମଡି ଆକଳନ କରିଛି।   ଶୁକ୍ରବାର ଦିନ,  ଭବାନୀପାଟଣାରେ ୩୪.୬,ପୁରୀରେ ୨୭.୬, ଯାଜପୁରରେ ୩୦, ନୂଆପଡାରେ ୧୮.୪ ମିମି ବର୍ଷା ରେକର୍ଡ଼ ହୋଇଛି। ସେହିପରି,  ଗତ୨୪ ଘଣ୍ଟାରେ ପୁରୀରେ ୫୮.୪, ଭୁବନେଶ୍ବରରେ ୪୯.୨,ବୌଦ୍ଧରେ ୪୬, ବାରିପଦା ଓ ଯାଜପୁରେ ୩୦ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଛି।