Top 10 News Today


COMMERCIAL BREAK
SCROLL TO CONTINUE READING

1. ପିପିଲି ରାଜନୀତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ରୁଦ୍ର ମହାରଥିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ଜାଗୃତି ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ସେ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ଏବଂ ବେହୂ ପ୍ରାର୍ଥୀ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରୁଦ୍ରଙ୍କ ପ୍ରାର୍ଥୀପତ୍ର କୌଣସି କାରଣରୁ ତ୍ରୁଟିପୂର୍ଣ୍ଣ ହୋଇ ନାକଚ ହୋଇଗଲେ ତାଙ୍କ ପତ୍ନୀଙ୍କ ପ୍ରାର୍ଥୀପତ୍ର କାମରେ ଆସିବ ବୋଲି ବିଚାର କରି ଏପରି ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ହେଲେ ରାଜନୀତିକ ସମୀକ୍ଷକ ଏହାକୁ ଅନ୍ୟ କିଛି ଭୟର ଉଦାହରଣ ବୋଲି କହିଛନ୍ତି। 


2. ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀପତ୍ରକୁ ବିରୋଧ କରି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ ହୋଇଛି। ସେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି କହିଛନ୍ତି। ଶିକ୍ଷାଗତ ଯୋଗ୍ୟତା, ସ୍ଥାବର ଅସ୍ଥାବର ସମ୍ପତ୍ତି ଏବଂ ରୋଜଗାରକୁ ନେଇ ସେ ମିଥା ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଅପରପକ୍ଷେ ବିଜେପିର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛି ବିଜେଡି। 


3. କନ୍ଧମାଳ ପୁଲିସ ନିକଟରେ ଜଣେ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। କୁଖ୍ୟାତ ମାଓବାଦୀ ତଥା କେକେବିଏନ୍‍ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ହେଉଛି ସମୟ ମାଡ଼କାମ ଓରଫ ନରେଶ। ତାଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲା ଅନ୍ତର୍ଗତ ମଙ୍ଗଳଗୁଡା ଗ୍ରାମରେ। ନରେଶ ନାଁରେ କନ୍ଧମାଳ, ବୌଦ୍ଧ ଓ ନୂଆପଡ଼ାରେ ୧୭ଟି ମାମଲା ରହିଛି।


4. ଆସନ୍ତା କାଲି ବୁଧବାର ଦିନ ବୈଶାଖ କୃଷ୍ଣ ଅମାବାସ୍ୟା ତିଥି ଅବସରରେ ଶ୍ରୀବିଗ୍ରହମାନଙ୍କ "ଵନକଲାଗି" ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୬ ଘଣ୍ଟା ଲାଗି ବନ୍ଦ ରହିବ। ଏହା ସହ ଅନବସର ପିଣ୍ଡିରେ ଅନବସର ନୀତି ସମ୍ବନ୍ଧିତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବାକୁ ଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ଠାରୁ ରାତ୍ର ଘ.୧୨.୦୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 


5. ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଛି। ରାତି ୮ଟା ସୁଦ୍ଧା ଜାରି ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ୬୧.୪୫ ପ୍ରତିଶତ ଭୋଟଗ୍ରହଣ ହୋଇଛି। ସମୁଦାୟ ୯୩ଟି ଆସଲ ଲାଗି ଏହି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା।


6. ହରିୟାଣା ସରକାରରେ ସଙ୍କଟ ଦେଖାଦେିଛି। ବିଜେପି ସରକାରଙ୍କୁ ସମର୍ଥନ ଦେଉଥିବା ତିନିଜଣ ବିଧାୟକ ନିଜର ସମର୍ଥନ ପ୍ରତ୍ୟାହାର କରିବାରୁ ସଂଖ୍ୟା ଗଣିତରେ ବିଜେପି ପଛୁଆ ପଡ଼ିଛି। ଏହାକୁ କେନ୍ଦ୍ରକରି କଂଗ୍ରେସ ରାଜ୍ୟରା ରାଷ୍ଟ୍ରପତି ଶାସନ ଦାବି କରିଛି।


7. ବିଜେପି କ୍ଷମତାକୁ ଆସିଲେ ସାମ୍ବାଦିକଙ୍କ ଲାଗି ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ କରିବ ବୋଲି କହିଛି। ଏହାସହ ଅଧିସ୍ବୀକୃତୀ ନିୟମରେ ପରିବର୍ତ୍ତନ, ବୋର୍ଡ ଗଠନ ଏବଂ ସରକାରୀ ବିଭାଗରେ କାର୍ଯ୍ୟ ସମୀକ୍ଷା ଲାଗି ପର୍ଯ୍ୟାପ୍ତ ସୁଯୋଗ ବିଜେପି ଦେବ ବୋଲି ପ୍ରତିଶୃତି ଦେଇଛ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 


8. ବିଜେଡି ପକ୍ଷରୁ ଆଜି ବିଜେପିର ସଂକଳ୍ପ ପତ୍ରକୁ ସମାଲୋଚନା କରାଯାଇଛି।  ଏହା ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ଲାଗି ଉଦ୍ଦିଷ୍ଟ ବୋଲି କହିଛନ୍ତି ସାଂସଦ ତଥା ମୁଖପାତ୍ର ଡ. ସସ୍ମିତ ପାତ୍ର।  ବିଜେପିର ଇସ୍ତାହାରକୁ ମିଛ ବୋଲି କହି ଏକ ‘ମିଛ ମେନିଫେଷ୍ଟୋ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନ ବେଳେ ଦଳ ଦେଇଥିବା ପ୍ରତିଶୃତିକୁ ଉଲ୍ଳେଖ କରିଛନ୍ତି ଡ. ପାତ୍ର ଏବଂ ଆଇଟି ସେଲ୍‍ ମୁଖ୍ୟ ସ୍ୱୟଂ ପ୍ରକାଶ ମହାପାତ୍ର। 


9. ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବା ତାଙ୍କର କାର୍ଯ୍ୟକ୍ରମ ସ୍ଥଳରେ କୌଣସି ମିଡିଆ ବା ଇଭେଣ୍ଟ କମ୍ପାନୀ ଡ୍ରୋନ୍‍ ଉଡ଼ାଇପାରିବେ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ। ଏହାସହ ଏକ ବାର୍ତ୍ତା ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏନେଇ ସମସ୍ତ ଗଣମାଧ୍ୟମକୁ ଜଣାଇ ଦେବାକୁ ଉଲ୍ଳେଖ କରାଯାଇଛି। ଏସ୍‍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି।


10. ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଶ୍ୱଦେବ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ସଡ଼କ ଓ ପରିବହନମନ୍ତ୍ରୀ ନିତିନ ଗଡ଼କରି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବା। ଆସନ୍ତା ଦୁଇଦିନ ସେମାନଙ୍କ ଗସ୍ତ ରାଜ୍ୟର ରାଜନୀତିକୁ ସରଗରମ କରିବ ବୋଲି ସମ୍ଭାବନା ରହିଛି।  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମୁହାଁ ହୋଇଥିବା କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଗସ୍ତରେ ଏହି ନେତାମାନେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।  ସଡ଼କ ପରିବହନ ମନ୍ତ୍ରୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦଠାରେ ନିର୍ବାଚନୀ ସଭାକୁ ଉଦ୍‍ବୋଧନ ଦେବେ। ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଭୁବନେଶ୍ୱରରେ ଶୋଭାଯାତ୍ରା ସ୍ଥିର କରାଯାଇଛି। ଏହାସହ ଡ୍ରିମ୍‍ ଗର୍ଲ ଭାବେ ପରିଚିତ ବଲିଉଡ୍‍ ତାରକା ତଥା ମଥୁରାରୁ ସାଂସଦ ପ୍ରାର୍ଥୀ ହେମା ମାଲିନୀ ମଧ୍ୟ ଓଡ଼ିଶାରେ ପ୍ରଚାର ପାଇଁ ଆସିପାରନ୍ତି। ଏଥିନେଇ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ ଆଣିଛି।


Also Read- ଅଗଷ୍ଟରେ ଭାରତ ପ୍ରତିଟି କୋଣରେ 4G ସେବା ଆରମ୍ଭ କରିବ BSNL !


Also Read- ଦଳବିରୋଧୀ କାର୍ଯ୍ୟ କରିବାରୁ BJPରୁ ବିଦା ହେଲେ ୧୨ କାର୍ଯ୍ୟକର୍ତ୍ତା