Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top News Headlines : ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Top 10 News Headlines
1- Delhi Metro Accident: ଦିଲ୍ଲୀ ମେଟ୍ରୋରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ରାଲୋକ ମେଟ୍ରୋ ଷ୍ଟେସନରେ ରେଡ୍ ଲାଇନ୍ ମେଟ୍ରୋ କୋଚର ଫାଟକରେ ଜଣେ ମହିଳାଙ୍କ ଶାଢୀ ଲାଗିଯିବା କାରଣରୁ ଜଣେ ମହିଳା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଗୁରୁତର ଭାବରେ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ମହିଳାଙ୍କ ମୃତଦେହକୁ ସଫଦରଜଙ୍ଗ ହସ୍ପିଟାଲରେ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଛି । ସୂଚନା ମୁତାବକ ଆଜି ପୋଷ୍ଟ ମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
2- Surat Diamond Bourse: ଗୁଜୁରାଟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ଉପହାର ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଅର୍ଥାତ୍ ‘ସୁରଟ ଡାଇମଣ୍ଡ ବୋର୍ସ’ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’କୁ )ମଧ୍ଯ ପଛରେ ପକାଇଛି । ଏହି ବିଲଡିଂ ହୀରା ବ୍ୟବସାୟର କେନ୍ଦ୍ର ହେବ ।
3- Explosion in Nagpur: ମହାରାଷ୍ଟ୍ର ନାଗପୁରେ ବାଜାରଗାଓଁରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହି ବିସ୍ଫୋରଣ ନାଗପୁରର ‘ସୋଲାର ଇଣ୍ତଷ୍ଟ୍ରିଜ୍ ଲିମିଟେଡ଼’ ନାମକ କମ୍ପାନୀରେ ଘଟିଛି। କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି । କମ୍ପାନୀ ଭିତରେ ଆଉ କେତେ ଲୋକ ଫସିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
4- Covid New Variant: ସମଗ୍ର ବିଶ୍ୱକୁ ପୁଣି ଭୟଭୀତ କରିବାରେ ଲାଗିଲାଣି କୋରୋନା ଭାଇରସ । ଏହି ଭାଇରସ ପୁଣିଥରେ ଭାରତକୁ ମଧ୍ୟ ଚିନ୍ତାରେ ପକାଇଛି। କେରଳରେ ଏବେ ନୂଆ କୋରୋନା ଭାଇରସର ଭାରିଏଣ୍ଟ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ କିଛି ଦିନ ହେବ କେରଳରେ କୋଭିଡ କାରଣରୁ ଦୁଇ ଜଣ ପ୍ରାଣ ହରାଇଛନ୍ତି, ଏହା ପରେ ସାରା ରାଜ୍ୟରେ ଏହି ଭାଇରସ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। କୋଝିକୋଢରେ ଏହି ମାମଲା ସାମ୍ନାକୁ ଆସିବା ପରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
5- PM Modi statement on 370: ଭାରତ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ପିଏମ ମୋଦୀ ବିରୋଧୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା ୩୭୦କୁ ପୁନର୍ବାର ଫେରାଇ ଆଣିପାରିବ ନାହିଁ । ଜମୁକଶ୍ମୀରରେ ଧାରା ୩୭୦ ରଦ୍ଦର ଆବଶ୍ୟକତା ଥିଲା ବୋଲି ପିଏମ ମୋଦୀ କହିଛନ୍ତି ।
6- Former Congress MLA killed: ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ରାହୋ ଗାଁରେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବିଧାୟକଙ୍କ ନାମ ୟସମେନ ମାଟେ । ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ କଂଗ୍ରେସରେ କାର୍ଯ୍ୟ କରିବା ପରେ ୨୦୧୫ ମସିହାରେ ୟସମେନ ବିଜେପିରେ ଯୋଗ ଦେଇଥିଲେ ।
7- Former Chief Secretary Death: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଦେହାନ୍ତ । ପୁରୁଣା ଭୁବନେଶ୍ୱରର ମାଉସୀ ମାଆ ଛକ ସ୍ଥିତ ନିଜ ଘରେ ୮୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ସେ ରାଜ୍ୟ ମାନବାଧିକାର କମିଶନର ପ୍ରଥମ ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । ଏଥିସହ ଷ୍ଟାଫ୍ ସିଲେକ୍ସନ୍ ଏବଂ କୃଷି କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଥିଲେ ।
8- Farmers Death at balangir: ଫସଲ ନଷ୍ଟ କାରଣରୁ ବଲାଙ୍ଗିର ବିନେକେଲ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଚାଷୀଙ୍କ ନାମ ଚମରୁ ବାଗ୍ ଏବଂ ବୟସ ୪୭ ବର୍ଷ ବୋଲି ଜଣା ପଡିଛି । ସୂଚନା ମୁତାବକ ଧାନ ଚାଷ ନଷ୍ଟ ହେବା କାରଣରୁ କ୍ଷତି ହେବାରୁ ଖୁବ ଚିନ୍ତିତ ଥିଲେ ଚମରୁ । ତେଣୁ ତାଙ୍କ ପରିବାରକୁ ସହାୟତା ମିଳୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
9- ind vs sa odi: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ଆଜି ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ହରାଇ ୨୬ ଓଭର ୫ ବଲରେ ୧୧୬ ରନ୍ ସଂଗ୍ରହ କରିଛି ।
10- Weather Update: ଗତକାଲି ଭଳି ଆଜିବି ୬ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ବହୁ ସହରର ତାପମାତ୍ରା ୧୫ ଡିଗ୍ରୀ ଠାରୁ କମ୍ ଅଛି। ସୁନ୍ଦରଗଡ଼ କିରେଇରେ ତାପମାତ୍ରା ୮.୩ ଡିଗ୍ରୀ ସହ ସବୁଠୁ କମ୍ ରହିଛି। ଶୁକ୍ରବାର କନ୍ଧମାଳର ଜି. ଉଦୟଗିରି ସବୁଠୁ ଥଣ୍ତା ଅଞ୍ଚଳ ପାଲଟିଥିଲା । କିରେଇ ସବୁଠୁ ଥଣ୍ତା ହୋଇଛି। ଏହା ତଳକୁ ରହିଛି ଜି. ଉଦୟଗିରି। ଫୁଲବାଣୀରେ ୮.୫ ,କୋରାପୁଟରେ ୯.୫, ଭଦ୍ରକ ରାଣୀତାଳରେ ୯.୮, ସମ୍ବଲପୁର ଚିପିଲିମା ୧୦ ଡିଗ୍ରୀ, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ, ଦାରିଙ୍ଗିବାଡି ଓ ଝାରସୁଗୁଡାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Also Read- Delhi Metro: ଦିଲ୍ଲୀ ମେଟ୍ରୋରେ ଦୁର୍ଘଟଣା, ଫାଟକରେ ଶାଢୀ ଲାଗି ମହିଳାଙ୍କ ମୃତ୍ୟୁ
Also Read- Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା