Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top 10 News Headlines: ସଂକ୍ଷପରେ ପଢନ୍ତୁ ଦିନର ୧୦ଟି ବଡ଼ ଖବର
Top 10 News Headlines:
1- ଉତ୍ତରକାଶୀ ଟନେଲରେ ସରିବ ଉଦ୍ଧାର କାର୍ଯ୍ୟ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଆଗାମି କିଛି କ୍ଷଣ ମଧ୍ୟରେ ଶେଷ ହୋଇପାରେ । ମିଳିଥିବା ସୂଚନା ମୁତାବକ ୫୪ ମିଟର ପର୍ଯ୍ୟନ୍ତ ଖନନ କାର୍ଯ୍ୟ ସଫଳତାର ସହ କରାଯାଇଛି ଏବଂ ଆଉ ମାତ୍ର ତିନି ମିଟର ଖନନ କାର୍ଯ୍ୟ ବାକି ଅଛି। ସ୍ୱତନ୍ତ୍ର ଖନନକାରୀମାନେ ଖନନ କାର୍ଯ୍ୟ ଜୋରଦାର ଭାବରେ ଖନନ କାର୍ଯ୍ୟ ଚଳାଉଛନ୍ତି । ଯେକୌଣସି ସମୟରେ ବର୍ତ୍ତମାନ ଶ୍ରମିକମାନେ ବାହାରକୁ ବାହାରିବାର ଖବର ଆସିପାରେ ବୋଲି କୁହାଯାଉଛି ।
2- ଝିଅର ଯୌନଶୋଷଣ ମାମଲା ପାଇଁ ମା'କୁ ଜେଲଦଣ୍ଡ: କେରଳର ସ୍ୱତନ୍ତ୍ର ଅଦାଲତ ଜଣେ ମାକୁ ୪୦ ବର୍ଷ ସହ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି। ଏହାସହ ଅଭିଯୁକ୍ତା ମାକୁ ୨୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ପ୍ରକୃତରେ ମହିଳାଙ୍କ ଉପରେ ଏହି ଅଭିଯୋଗ ରହିଛି ଯେ, ମହିଳା ଜଣକ ନିଜ ବଏଫ୍ରେଣ୍ଡକୁ ବ୍ୟବହାର କରି ମାତ୍ର ୭ ବର୍ଷର ନାବାଳିକା ସହ ଯୌନ ଶୋଷଣ ଓ ଯୌନ ନିର୍ଯାତନା ଦେଇଥିଲେ। କେରଳର ଥିରୁବନନ୍ତପୁରମର ସ୍ପେଶାଲ ଫାଷ୍ଟ ଟ୍ରାକ କୋର୍ଟରେ POCSO ଅଧିନିୟମ ଅନୁଯାୟୀ ଏହି ମାମଲାର ବିଚାର କରାଯାଇଥିଲା ଏବଂ ଅଭିଯୋଗ ପ୍ରମାଣିତ ହେବା ପରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ।
3- ବଢିବ କାର୍ ଦର: କଞ୍ଚାମାଲ ଦାମ୍ ରେ ହୋଇଥିବା ବୃଦ୍ଧି ବିଚାରକୁ ନେଇ ଦେଶକ କିଛି ପ୍ରମୁଖ କମ୍ପାନୀ ଆସନ୍ତା ଜାରୁଆରୀରୁ କାର୍ ଦାମ୍ ବଢାଇବା ଉପରେ ବିଚାର କରୁଛନ୍ତି । ଲଗଜରିଅସ କାର୍ ନିର୍ମାତା ଅଡି ଓ ଦେଶର ଏକ ନମ୍ବର କାର୍ କମ୍ପାନୀ ମାରୁତି ସୁଜୁକି ପକ୍ଷରୁ ଦରବୃଦ୍ଧି ଘୋଷଣା କରାଯାଇଛି।
4- ବିବାଦରେ ଉପରାଷ୍ଟ୍ରପତି: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା କରି ବିବାଦରେ ଛନ୍ଦି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କୁ ଶତାବ୍ଦିର ମହାପୁରୁଷ ଏବଂ ପିଏମ ମୋଦୀ ହେଉଛନ୍ତି ଯୁଗପୁରୁଷ । ଏହି ମନ୍ତବ୍ୟକୁ ନେଇ ଅନେକ ରାଜନେତା ଉପରାଷ୍ଟ୍ରପତିଙ୍କୁ ସମାଲୋଚନା କରିଛନ୍ତି ।
5- ତୁର୍କୀରୁ ଆଣୁଛି ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର ଆଣୁଛି ପାକିସ୍ତାନ: ତୁର୍କୀରୁ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ରଶସ୍ତ୍ର ସିଷ୍ଟମ (ATGW) କିଣୁଛି ପାକିସ୍ତାନ । ଏହି ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ଶତ୍ରୁ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯିବା ନେଇ କୁହାଯାଉଛି । ତୁର୍କୀ କ୍ରମାଗତ ଭାବରେ ପାକିସ୍ତାନକୁ ସାମରିକ ଉପକରଣ ଯୋଗାଉଛି। ତୁର୍କୀ ସହିତ ପାକିସ୍ତାନର ଦୀର୍ଘ ଦିନର ପ୍ରତିରକ୍ଷା ସମ୍ପର୍କ ରହିଥିବାବେଳେ ବର୍ତ୍ତମାନ ଏହି ଅସ୍ତ୍ର ପ୍ରଦାନ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।
6- ବାଲିଯାତ୍ରା ଦ୍ୱିତୀୟ ଦିନରେ ଭିଡ଼ ବୃଦ୍ଧି: ଚଳିତ ବର୍ଷ ବାଲିଯାତ୍ରା ୨୭ ନଭେମ୍ୱରରୁ ଆରମ୍ଭ ହୋଇଥିବାବେଳେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଛି । ଏଥର ୧୪ ଶହରୁ ଅଧିକ ଷ୍ଟଲ ପଡିଥିବା ସମୟରେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି। ସିସିଟିଭିରେ ସମସ୍ତ ଗତିବିଧି ଯାଞ୍ଚ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
7- ଡିସେମ୍ବର ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍: ରାଜ୍ୟରେ ବଢିଚାଲିଛି ସଡ଼କ ଦୁର୍ଘଟଣା ଜନିତ ଆହତ ଓ ମୃତ୍ୟୁ ସଂଖ୍ୟା । ସେଥିପାଇଁ ଡିସେମ୍ବର ପ୍ରଥମ ସପ୍ତାହରେ ପୁଣି ଥରେ ପାଳନ ହେବ ଜିରୋ ଫାଟାଲିଟି ୱିକ୍। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏସପି ଓ RTOଙ୍କ ନିକଟକୁ SOP ଜାରି କରାଯାଇଛି । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍ ପାଳନ ହୋଇଥିଲା । ସଡ଼କ ଦୁର୍ଘଟଣାକୁ କମାଇବା ଏହାର ମୂଳ ଲକ୍ଷ ବୋଲି କୁହାଯାଇଛି ।
8- ଆସୁଛି ବାତ୍ୟା ! : ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ତାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ଧିରେ ଧିରେ ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାପରେ ଏହି ଅବପାତ ଉତ୍ତର ପୂର୍ବ ଦିଗକୁ ଗତି କରିବ । ପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏନେଇ ଆସନ୍ତା ଡ଼ିସେମ୍ବର ୧ କିମ୍ବା ୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁ୍ଦ୍ଧା ସ୍ପଷ୍ଟ ହେବ ।
9- ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଆଇଆଇସି: ଦୁଇ ଲକ୍ଷ ଟଙ୍କା ସହ ଧରି କଟକ ଆସୁଥିବା ସମୟରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀକୁ ମାଡ଼ି ବସିଛି ଭିଜିଲାନ୍ସ । ସୋମବାର ରାତିରେ ଏକ ଘରୋଇ ବସରେ ପୋଲିସ ଅଧିକାରୀ ଜଣଙ୍କ ବୈପାରୀଗୁଡ଼ାରୁ କଟକ ସ୍ଥିତ ନିଜ ଘରକୁ ଯାଉଥିଲେ । ତେବେ ଏତିକି ବେଳେ ଜୟପୁରରୁ ୫ କିଲୋମିଟର ଦୂର- ଟାଙ୍କୁଆ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା ।
10- IND vs AUS 3rd T20: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି୨୦ ସିରିଜର ତୃତୀୟ ମ୍ୟାଚ ଆଜି ଗୌହାଟିରେ ଖେଳାଯିବ। ପୂର୍ବରୁ ଦୁଇଟି ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଅଦ୍ୟାବଧି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଏହି ସିରିଜର କୌଣସି ସ୍ଥାନରେ ଠିଆ ହେବାକୁ ଦେଇନାହିଁ। ଏବେ ଭାରତୀୟ ଦଳ ତୃତୀୟ ମ୍ୟାଚ୍ ଜିତିବାକୁ ଚାହିଁବ ଏବଂ ସିରିଜରେ ୩-୦ ଅଗ୍ରଣୀ ହାସଲ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ହରାଇବାକୁ ଏଡ଼ାଇବାକୁ ଚାହୁଁଛି।
Also Read- Uttarkashi Tunnel Rescue: କିଛି କ୍ଷଣ ମଧ୍ୟରେ ଶେଷ ହୋଇପାରେ ଉତ୍ତରକାଶୀ ଟନେଲ ଉଦ୍ଧାରକାର୍ଯ୍ୟ
Also Read- Unique Marriage: ୬ ବର୍ଷ ପୂର୍ବରୁ ହୋଇଥିଲା ଛାଡପତ୍ର, ପୁଣି ପରସ୍ପରଙ୍କୁ ବିବାହ କଲେ ଦମ୍ପତ୍ତି