Unique Marriage: ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଦମ୍ପତ୍ତି ପ୍ରଥମେ ଡିସେମ୍ବର ୨୦୧୨ ରେ ବିବାହ କରିଥିଲେ ଏବଂ ୨୦୧୮ ରେ ପାରସ୍ପରିକ ସମ୍ମତି ସହିତ ଛାଡପତ୍ର କରିଥିଲେ ଏବେ ପୁଣିଥରେ ଦୁହେଁ ଏକାଠି ହୋଇଛନ୍ତି ।
Trending Photos
Unique Marriage: ସମସ୍ତଙ୍କ ପାଇଁ ବିବାହ ହେଉଛି ଜୀବନର ଏକ ବିଶେଷ ମୁହୂର୍ତ୍ତ । ଅନେକଙ୍କ କ୍ଷେତ୍ରରେ ବିବାହ ହେଉଛି ଏକ ନୂଆ ଜୀବନର ଆରମ୍ଭ । ଆମ ଦେଶରେ ବିବାହକୁ କେବଳ ଦୁଇ ଦେହ କିମ୍ୱା ଦୁଇ ମନର ମିଳନ ନୁହେଁ ବରଂ ଦୁଇ ପରିବାରର ମଧ୍ୟ ମିଳନ କୁହାଯାଏ। ପରସ୍ପର ସାରା ଜୀବନ ସାଥୀ ହୋଇ ଚାଲିବାକୁ ଶପଥ କରିଥାନ୍ତି ନବ ଦମ୍ପତ୍ତି । ତେବେ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ କରାଇବା ପରି । କାରଣ ଦମ୍ପତ୍ତି ୬ ବର୍ଷ ତଳେ ଛାଡପତ୍ର ଦେଇଥିବାବେଳେ ପୁଣିଥରେ ବିବାହ କରି ଏକାଠି ହୋଇଛନ୍ତି ।
୬ ବର୍ଷ ତଳେ ଛାଡପତ୍ର
ଉତ୍ତରପ୍ରଦେଶର ପ୍ରୟାଗରାଜ ନିକଟରେ ରହୁଥିବା ବିନୟ ଜସୱାଲ ପ୍ରାୟ ୬ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର (divorce) ହୋଇଥିଲେ । ଦୁହେଁ ନିଜସ୍ୱ ବୁଝାମଣାରେ ଅଲଗା ହୋଇଯାଇଥିଲେ କିନ୍ତୁ ତା’ପରେ ଏମିତି କିଛି ଘଟିଥିଲା ଯେଉଁଥିପାଇଁ ସେମାନେ ପୁନର୍ବାର ଏକାଠି ହୋଇ ପରସ୍ପରଙ୍କ ଜୀବନ ସାଥୀ ହେଲେ । ବିନୟ ତାଙ୍କ ଫେସବୁକ୍ ପୋଷ୍ଟ (Facebook post)ରେ ଲେକିଛନ୍ତି ଯେ, ୧୧ ବର୍ଷ ପରେ ସେମାନେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ବିବାହ ସମାରୋହ ଏବଂ ବିବାହ ପଞ୍ଜିକରଣ (Marriage registration) ସହିତ ଛାଡପତ୍ର ନିଷ୍ପତ୍ତିକୁ ପୁଣିଥରେ ଦୁହେଁ ମିଶି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ସେମାନେ କହିଥିଲେ ଆମେ ଦୁହେଁ ପରସ୍ପରଙ୍କ ସହ ରହିବାକୁ ଚାହୁଁଛୁ ।
୨୦୧୨ ମସିହା ଡିସେମ୍ବରରେ ବିନୟ ପ୍ରଥମେ ବିବାହ କରିଥିଲେ। ଜୀବନର ଚଲାପଥରେ କିଛି ବାଧା ଉପୁଜିଥିଲା ଯାହା ଫଳରେ ସେମାନେ ୨୦୧୮ ମସିହାରେ ଛାଡପତ୍ର କରିବାକୁ ବାଧ୍ୟ ହୋଇଥିଲେ । ଏହି ସମୟ ମଧ୍ୟରେ ଉଭୟ ପତି ପତ୍ନୀ କୌଣସି ଝଗ ନକରି ଅଲଗା ହେବାକୁ ସ୍ଥିର କରିଥିଲେ । ଏହାପୂର୍ବରୁ ସେମାନେ ଏକ ନିରୋଳା ସ୍ଥାନରେ ରାତ୍ରୀ ଭୋଜନ କରି ପରସ୍ପରକୁ ବିଦାୟ ଜଣାଇଲେ । କିନ୍ତୁ ଏହି କାହାଣୀରେ ଏକ ଭିନ୍ନ ମୋଡ ଆସିଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।
ପୁଣି ମିଶିଲା ହୃଦୟ
ଛାଡପତ୍ର ପରେ ବିନୟ ହୃଦଘାତରେ ପୀଡିତ ହୋଇଥିଲେ ଏବଂ ତାଙ୍କ ପୂର୍ବତନ ପତ୍ନୀ ହୃଦଘାତ (Heart attack) ହେବାର ଖବର ପାଇଥିଲେ । ଏହା ପରେ ସେ ବିନୟଙ୍କ ନିକଟରେ ପହଞ୍ଚି ତାଙ୍କର ଯତ୍ନ ନେବା ଆରମ୍ଭ କରିଥିଲେ । ବିନୟ କୁହନ୍ତି, " ଓପନ ହାର୍ଟ ସର୍ଜରୀ ପରେ, ତାଙ୍କ ପୂର୍ବତନ ପତ୍ନୀ ତାଙ୍କୁ ଆଇସିୟୁରୁ ଘରକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ପାଖେ ପାଖେ ରହି ତାଙ୍କର ଯତ୍ନ ନେଉଥିଲେ । ହୃଦଘାତ ଆମ ହୃଦୟ ମଧ୍ୟରେ ଥିବା ଦୂରତାକୁ ବରଫ ପରି ତରଳାଇ ଦେଇଥିଲା ଏବଂ ଆମେ ପୁଣି ଏକାଠି ହୋଇଥିଲୁ।
Also Read- ମୁସଲିମ ପରିବାର ଗ୍ରହଣ କଲେ ହିନ୍ଦୁ ଧର୍ମ, ନାମକୁ କଲେ ପରିବର୍ତ୍ତନ
Also Read- ମା’ ତାରାତାରିଣୀଙ୍କୁ ଦର୍ଶନ କଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ