Top 10 News Headlines: 


COMMERCIAL BREAK
SCROLL TO CONTINUE READING

1. ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ସେ ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି କହିଛନ୍ତି। ଏହି ଅବସରରେ ଭାଷାବିତ୍‍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ଭାଷା ପୁରସ୍କାର ପ୍ରଦାନ କରାଯାଇଛି। 


2. ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ସେଠାରେ ଆଇଆଇଏମ୍‍ ସମ୍ବଲପୁରର ନୂଆ କୋଠାକୁ ଉଦ୍‍ଘାଟନ କରିବା ସହ ସେ ୬୮ ହଜାର କୋଟି ଟଙ୍କା ବିନିଯୋଗରେ ସୃଷ୍ଟି ହୋଇଥିବା ନୂଆ ଶିଳ୍ପ ଭିତ୍ତିଭୂମିକୁ ଉଦ୍ଘାଟନ କରିଛନ୍ତି ଏହାସହ ସୋନପୁର-ପୁରୀ-ସୋନପୁର ପାଇଁ ନୂଆ ରେଳଲାଇନ ଉଦ୍‍ଘାଟନ  କରିଛନ୍ତି। । ଏହି ସଭାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ତିନି କେନ୍ଦ୍ରମନ୍ତ୍ର୍ରୀ ଉପସ୍ଥିତ ଥିଲେ।


3.ସମ୍ବଲପୁରରେ ମେଡ୍‍ଠାରେ ଆୟୋଜିତ ସାଧାରଣ ସଭାରେ ମଧ୍ୟ ଶ୍ରୀ ମୋଦୀ ଅଭିଭାଷଣ ରଖିଛନ୍ତି।  ଆଜି ଭାରତୀୟ ଜନତା ପାର୍ଟି ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ବୋଲି ବର୍ଣ୍ଣନା କରିଛନ୍ତି। ଆଜି ବିଜେପିର ବରିଷ୍ଠ ନେତା ଲାଲ୍‍କୃଷ୍ଣ ଆଡ୍‍ଭାନୀଙ୍କୁ ଭାରତରତ୍ନ ମିଳିଥିବାରୁ ଏହା ସମସ୍ତ କାର୍ଯ୍ରକର୍ତ୍ତା ଏବଂ ରାଷ୍ଟ୍ର ପ୍ରଥମ ବିକାଶଧାରାର ସମ୍ମାନ ବୋଲି କହିଛନ୍ତି ମୋଦୀ। 


4.ଗୋରଖପୁରରୁ ହଟିଆ ଚାଲୁଥିବା ଏକ୍ସପ୍ରେସ ଟ୍ରେନ୍‍ ଯାତ୍ରା ଏଣିକି ସମ୍ବଲପୁର ଯାଏଁ ସଂମ୍ପ୍ରସାରିତ ହେବ। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଆସିଥିବା ରେଳମନ୍ତ୍ର ଏହି ସୂଚନା ରଖିଛନ୍ତି। ସମ୍ବଲପୁର ଗସ୍ତକରି ଆଜି ସକାଳେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା କରିଛନ୍ତି। ଏହା ସହ ସମ୍ବଲପୁର ରେଳ ଷ୍ଟେସନକୁ ନିରୀକ୍ଷଣ କରି ସମ୍ପୃକ୍ତ ଷ୍ଟେସନର ନବୀକରଣ ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।  


5. ପିଏମ୍‍ ଆବାସ ଯୋଜନାରେ ଯେଉଁମାନଙ୍କୁ ଘର ମିଳିନାହିଁ ସେମାନଙ୍କ ଚିନ୍ତା ବି ଭାରତ ସରକାର କରିଛନ୍ତି। ଏହି ବଜେଟରେ ୨ କୋଟି ଲେକଙ୍କ ପାଇଁ ପକ୍କା ଘର ଲାଗି ଯୋଜନା କରାଯାଇଛି। ଯଦି ଆପଣଙ୍କ ଅଞ୍ଚଳରେ କେହି ପକ୍କା ଘରେ ରହି ନାହାନ୍ତି ତେବେ ତାଙ୍କୁ ଯାଇ କୁହନ୍ତୁ ମୋଦୀ ଆସିଥିଲେ ଏବଂ ପକ୍କା ଘରର ପ୍ରତିଶୃତି ଦେଇ ଯାଇଛନ୍ତି। ମୋର କେହି ଭାରତବାସୀ ଛପର ଚାଳ ଘରେ ନରହନ୍ତୁ ସେଥିଲାଗି ମୋଦୀ ସରକାର ସବୁବେଳେ କାମ କରୁଛନ୍ତି। ଏଥିରେ ଓଡ଼ିଶାର ୨୫ ହଜାର ପରିବାର ସାମିଲ୍‍ ହେବେ ବୋଲି କହିଛନ୍ତି ମନ୍ତ୍ରୀ।


6.ଓଡ଼ିଶାର ୪୦ ଲକ୍ଷ କୃଷକଙ୍କୁ ପିଏମ୍‍ କିସାନ ଯୋଜନା ଜରିଆାରେ ସହାୟତା ପାଇଛନ୍ତି। ପ୍ରତି କୃଷକଙ୍କୁ ଏହି ସରକାର ସମୟରେ ଅତିକମ୍‍ରେ ୩୦ ହଜାର ଟଙ୍କା ମିଳିଛି। ପ୍ରଥମଥର ପାଇଁ ବିଜେପି ସରକାର କୃଷକଙ୍କ ଖର୍ଚ୍ଚର ଦେଢ଼ଗୁଣା ଏମ୍‍ଏସ୍‍ପି କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 


7. ୟୁପିଏ ସରକାର ଶାସନ କାଳରେ ମାତ୍ର ୩୬ ହଜାର ଟଙ୍କାର ଧାନ ଓଡ଼ିଶାରୁ କିଣିଥିଲେ। କିନ୍ତୁ  ଆମ ସରକାରଙ୍କ ୧୦ ବର୍ଷ ଭିତରେ ଏମ୍‍ଏସ୍‍ପି ରୂପରେ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ମିଳିଛି। କୃଷକଙ୍କ ଆୟ ବଢ଼ାଇବା ଲାଗି ଅନେକ ଯୋଜନା ହାତକୁ ନିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।


8. ଆପଣଙ୍କ ସଞ୍ଚୟ ବଢ଼ୁ, ଆମଦାନୀ ବଢ଼ାଇବା ଲାଗି ସରକାର ପ୍ରତିଶୃତିବଦ୍ଧ। ଓଡ଼ିଶାର ୨୫ ଲକ୍ଷରୁ ଅଧିକ ପରିବାରକୁ ବିଜୁଳି ପହଞ୍ଚିଛି। ଏବେ ଆମ ପ୍ରୟାସ ରହିଛି ଦେଶର ଗରିବ ଲୋକଙ୍କ ବିଜୁଳି ବିଲ୍‍ ଶୂନ୍ୟ କରିବା ପାଇଁ ୧ କୋଟି ପରିବାରଙ୍କ ପାଇଁ ଛାତ ଉପର ସୌରଶକ୍ତି ପାଇଁ ଯୋଜନା କରାଯାଇଛି। ଛାତ ଉପରେ ବିଜୁଳି ଉତ୍ପାଦନ କରୁଥିବା ଲୋକଙ୍କୁ ରୋଜଗାରର ମାଧ୍ୟମ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।


9. ସ୍ୱାସ୍ଥ୍ୟ ସୁବିଧା ପାଇଁ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି।  ଗାଁ ଗାଁରେ ମହିଳା ଓ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଆଶା ଓ ଅଙ୍ଗନବାଡ଼ି କାର୍ଯ୍ୟ କର୍ତ୍ତାଙ୍କ ଭୂମିକା ବିଶେଷ ରହିଛି। ଏବେ ସେମାନଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ।


10. ଓଡ଼ିଶାରେ ସାଢ଼େ ୬ ହଜାରରୁ ଅଧିକ ଆୟୁଷ୍ମାନ ମନ୍ଦିର ହୋଇଛି। ୬୦ ଲକ୍ଷରୁ ଅଧିକ ପରିବାରଙ୍କୁ ପାଇପ୍‍ରୁ ପାଣି ପହଞ୍ଚାଇଛି। ୫୫ ଲକ୍ଷ ଭଉଣୀଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ମିଳିଛି। ଏହାଦ୍‍ୱାରା ତାଙ୍କ ସ୍ୱାସ୍ଥ୍ୟରେ ବିକାଶ ଆସିଛି।ଏ ଭିତରେ  ୧ କୋଟି ଭଉଣୀ ଲକ୍ଷପତି ଦିଦି ହୋଇଛନ୍ତି। ଏବର୍ଷ ବଜେଟରେ ତିନି କୋଟି ଭଉଣିଙ୍କୁ ଲକ୍ଷପତି ଦିଦି କରିବା ପାଇଁ ଲକ୍ଷ ରଖାଯାଇଥିବା କହିଛନ୍ତି ମୋଦୀ।


Also Read- PM Kisan Yojana: କେବେ ମିଳିବ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ଟଙ୍କା ?


Also Read- Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ