PM Kisan Yojana: କେବେ ମିଳିବ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ଟଙ୍କା ?
Advertisement
Article Detail0/zeeodisha/odisha2092723

PM Kisan Yojana: କେବେ ମିଳିବ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ଟଙ୍କା ?

PM Kisan 16th installment: E-KYC ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି ତାହା ହେଉଛି ଜମି ଯାଞ୍ଚ । ଏହା ଚାଷୀମାନଙ୍କ ପାଇଁ ବାଧ୍ୟତାମୂଳକ ଯେଉଁ ଚାଷୀମାନେ ଏହା ନକରିବେ ସେମାନେ କିସ୍ତିରୁ ବଞ୍ଚିତ ହେବେ ।

PM Kisan Yojana: କେବେ ମିଳିବ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ଟଙ୍କା ?

PM Kisan 16th installment: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ଅନେକ ଯୋଜନା କରାଯାଇଛି ଯାହାଦ୍ୱାରା ଦେଶର ଲୋକମାନେ ଉପକୃତ ହେବେ । ବିଶେଷ କରି ଗରିବ ଏବଂ କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ବେଶ୍ ପ୍ରଶଂସନୀୟ । ନିଜର ଯୋଗ୍ୟତା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅଧିନରେ ପ୍ରଦାନ କରାଯାଉଥିବା ଯୋଜନା ଗୁଡିକର ଲାଭ ଉଠାନ୍ତି ଦେଶବାସୀ । ବିଶେଷ କରି ଚାଷୀ ଏବଂ ଚାଷ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ସେମଧ୍ୟରେ ରହିଛି ପିଏମ କିଷାନ ଯୋଜନା ଯେଉଁଥିରେ ଦେଶର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିଥାଏ । ପ୍ରତି କିସ୍ତିରେ ୨ ହଜାର ଟଙ୍କାର ସହାୟତା ମିଳିଥାଏ କୃଷକଙ୍କୁ । ବର୍ଷକୁ ସମୁଦାୟ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ଆସିଥାଏ । ତେବେ ଆଗକୁ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ଆସିବାକୁ ଯାଉଛି । ତେବେ ଏହି ଟଙ୍କା କେବେ ମିଳିବ ଆସନ୍ତୁ ସେ ବିଷୟରେ ଜାଣିବା ।

କେଉଁ ଚାଷୀଙ୍କୁ ମିଳିବ ଟଙ୍କା ?
ଯେଉଁ ଚାଷୀମାନଙ୍କର KYC ପୂରଣ ହୋଇଛି ସେମାନଙ୍କୁ ପିଏମ କିଷାନ ଯୋଜନାର ୧୬ତମ କିସ୍ତି ମିଳିବ । ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ ଯେ, ସବୁ ଚାଷୀମାନଙ୍କ ପାଇଁ କେୱାଇସି ପୂରଣ କରିବା ଆବଶ୍ୟକ ।

E-KYC ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି ତାହା ହେଉଛି ଜମି ଯାଞ୍ଚ । ଏହା ଚାଷୀମାନଙ୍କ ପାଇଁ ବାଧ୍ୟତାମୂଳକ ଯେଉଁ ଚାଷୀମାନେ ଏହା ନକରିବେ ସେମାନେ କିସ୍ତିରୁ ବଞ୍ଚିତ ହେବେ ।

କେବେ ଆସିବ ୧୬ ତମ କିସ୍ତି ?
ଚାଷୀଙ୍କୁ ପିଏମ କିଷାନ ଯୋଜନାର ୧୫ ତମ କିସ୍ତି ୨୦୨୩ ମସିହା ନଭେମ୍ୱର ୧୫ ତାରିଖରେ ମିଳିଥିଲା । ତେଣୁ ଯଦି ମିଳିଥିବା ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ୨୦୨୪ ମସିହା ଫେବୃଆରୀ କିମଅୱା ମାର୍ଚ୍ଚ ମାସ ମଧ୍ୟରେ ୧୬ତମ କିଷାନ ଯୋଜନା କିସ୍ତି ମିଳିପାରେ । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ସ୍ତରରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Also Read- Basant Panchami 2024: ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଫିଟିବ ଭାଗ୍ୟର ଦ୍ୱାର

Also Read- Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ