Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top News Headlines:
1- ଆଜି ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍ର ଫଳାଫଳ ଆଜି ପ୍ରକାଶ ପାଇବ । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ତାନ, ମଧ୍ୟରପ୍ରଦେଶ, ଛତିଶଗଡରେ ବିଜେପି ଆଗରେ ଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ ଆଗରେ ରହିଛି ।
2- 'ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି' କେନ୍ଦ୍ରମନ୍ତ୍ରୀ ଅନୁରାଗ: ANIଙ୍କୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ ରହିଛି। ସମସ୍ତ ରାଜ୍ୟ ଦର୍ଶାଇଛନ୍ତି ଯେ, କେବଳ ଗୋଟିଏ ଗ୍ୟାରେଣ୍ଟି କାମ କରେ ଏବଂ ତାହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି । କଂଗ୍ରେସର ଗ୍ୟାରେଣ୍ଟି ଫେଲ ମାରିଛି । ଲୋକେ କଂଗ୍ରେସ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଆଉ ମଧ୍ଯ କହିଛନ୍ତି, ଯେଉଁମାନେ ଛୁଟିରେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନେ ଯାଇପାରନ୍ତି । ଜନସାଧାରଣ କଂଗ୍ରେସକୁ ଦେଖାଇ ଦେଇଛନ୍ତି କି, ଯଦି ଜାତିଭିତ୍ତିକ ରାଜନୀତି କରିବ ତାହାଲେ ଏହାର କେବଳ ଗୋଟିଏ ଉତ୍ତର ମିଳିବ’।
3- ପାକିସ୍ତାନରେ ବଡ଼ ଆତଙ୍କୀ ହାମଲା, ୮ମୃତ: ଗତକାଲି ଏକ ଚଳନ୍ତା ବସ୍ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ବର୍ଷଣ କରିବା ଫଳରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ବସିଟି ପାକିସ୍ତାନର ଗିଲଜିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
4- ନିଜ ଦଳ ଉପରେ ବର୍ଷିଲେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ୍: ଆଜି ଭୋଣତି ସମୟରେ ୪ ରାଜ୍ୟରୁ ୨ ରାଜ୍ୟରେ ବିଜେପି ବାଜି ମାରିଥିବାବେଳେ କଂଗ୍ରେସ ପଛରେ ପଡିଛି । କଂଗ୍ରେସର ଏଭଳି ଅବସ୍ଥା ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ୍ । ସେ କହିଛନ୍ତି ଯେ, ଏହା ବାମପନ୍ଥୀର ପରାଜୟ, କାରଣ କଂଗ୍ରେସକୁ ଏପରି କିଛି ନେତା ପ୍ରବେଶ କରିଛନ୍ତି , ଯେଉଁମାନଙ୍କର ଦଳରେ ଖୁବ୍ ପ୍ରଭାବ ରହିଛି । ସେମାନେ କଂଗ୍ରେସ ଦଳକୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ମାର୍ଗରୁ ହଟାଇବା ସହିତ ବାମପନ୍ଥୀ ମାର୍ଗର ନେଇଯିବାକୁ ଚେଷ୍ଟା କରୁଛନ୍ତି । ଏପରି ନେତାଙ୍କୁ ଦଳରୁ ବହିସ୍କାର କରାଯିବା ଉଚିତ ।
5- ୧୧ OAS ଅଫିସରଙ୍କୁ ବଦଳି: ରାଜ୍ୟରେ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବିଭିନ୍ନ ଜିଲ୍ଲା ଗୁଡିକରେ ୧୧ଜଣ ଓଏଏସ ଅଫିସରଙ୍କୁ ଉପଜିଲ୍ଲାପାଳ ଭାବରେ ଦାୟୀତ୍ୱ ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପାନପୋଷ, କୋରାପୁଟ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଆନନ୍ଦପୁର, ବ୍ରହ୍ମପୁର, ଭୁବନେଶ୍ୱର, ପଞ୍ଚପୀଢ, ଭଞ୍ଜନଗରେ ନୂଆ ଉପଜିଲ୍ଲାପାଳ ନିଯୁକ୍ତୁକ୍ତି ହୋଇଛନ୍ତି ।
6- ଦନ୍ତାହାତୀକୁ ଉଦ୍ଧାର କଲା ବନ ବିଭାଗ: ସୁନ୍ଦରଗଡ ସାନଡମକୁଡା ଭଗ୍ରାପଡାରେ ଫସଲ ଖାଇବାକୁ ଆସି ଏକ ଚହଲାରେ ପଡିଥିଲା ଦନ୍ତା ହାତୀ । ଅନେକ ଚେଷ୍ଟା ପରେ ବି ସେ ନିଜକୁ ମୁକୁଳାଇପାରୁନଥିଲା ଖାଲ ମଧ୍ୟରୁ । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଦନ୍ତା ହାତୀକୁ ଉଦ୍ଧାର କରିଛନ୍ତି ।
7- କୋଣାର୍କ ମହୋତ୍ସବର ଦ୍ବିତୀୟ ଦିନ, ଦର୍ଶକଙ୍କ ମନ ମୋହିଲା କୁଚୁପୁଡି ନୃତ୍ୟ: ଅନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ବି ଗହଳି ଜମିଥିଲା। ଏଥିରେ ଆନ୍ତର୍ଜାତୀୟ ଶିଳ୍ପୀ ମାନେ ଇକୋ ଟୁରିଜମ୍ ଓ ପରିବେଶକୁ ନେଇ ବାଲୁକାକୃତିରେ ଅନେକ କଳାକୃତି ଦେଖାଇଥିଲେ। ସେପଟେ ସାଂସ୍କୃତିକ ସଂନ୍ଧ୍ୟାରେ କୁଚୁପୁଡି ନୃତ୍ୟଶିଳ୍ପୀଙ୍କ ନୂପୁରର ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇ ଝୁମିଥିଲେ ଦର୍ଶକ। ଆଜି ତୃତୀୟ ଦିନରେ ବିଶେଷ କାର୍ଯ୍ୟକ୍ରମ ରହିଛି ।
8- ଉତ୍ତରକାଶୀରୁ ଉଦ୍ଧାର ଶ୍ରମିକଙ୍କୁ ସ୍ବାଗତ କଲା ଜନ୍ମ ମାଟି: ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ଶ୍ରମିକ ବାହୁଡ଼ିଲେ ନିଜ ଜନ୍ମ ମାଟିକୁ। ଆଉ ପହଞ୍ଚିଲା ପରେ କରାଯାଇଛି ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା। ଦୀର୍ଘ ସତର ଦିନ ଟନେଲ ଭିତରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ଶ୍ରମିକମାନେ । ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଲା। ଶ୍ରମିକମାନେ ଘରକୁ ଫେରିଲା ପରେ ପାରମ୍ପରିକ ଗ୍ରାମୀଣ ରୀତିନୀତି ଅନୁସାରେ ହଳଦୀ ପାଣିରେ ଗୋଡ଼ ଧୋଇ ବନ୍ଦାପନା କରି ସ୍ବାଗତ କରାଯାଇଛି।
9- କୁଖ୍ୟାତ ଅପରାଧୀ ସୁଶାନ୍ତକୁ ଏନକାଉଣ୍ଟର: ସୁବର୍ଣ୍ଣପୁର ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁ ଓରଫ ଲିପୁ ଆହତ ହୋଇଛି। ଲିପୁର ବାମ ଜଙ୍ଘରେ ଗୁଳି ବାଜିଥିବା ସୂଚନା ରହିଛି । ଲିପୁ ସମ୍ପର୍କରେ ଖବର ମିଳିବା ପରେ ପୋଲିସ ଲିପୁକୁ କାବୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ବର୍ତ୍ତମାନ ଲିପୁକୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି ।
10- ମାଡି ଆସୁଛି ବାତ୍ୟା 'ମାଇଚୌଙ୍ଗ’: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ମାଇଚୌଙ୍ଗ’। ଏହା ଘଣ୍ଟାକୁ ୬ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବର୍ତ୍ତମାନ 'ମାଇଚୌଙ୍ଗ’ ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିମି ଦୂରରେ ରହିଛି। କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ। ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ।
Also Read- ହୋଟେଲରେ ପ୍ରେମିକାକୁ ହତ୍ୟା କଲା ୨୦ ବର୍ଷୀୟ ଯୁବକ, ହ୍ବାଟସ୍ ଆପ୍ ଷ୍ଟାଟସରେ ରଖିଲା ମୃତ ଦେହ ଫଟୋ