Top 10 News Today:


COMMERCIAL BREAK
SCROLL TO CONTINUE READING

01- ଆପ୍ ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ବସ୍ତି ମିଳିଛି । ବହୁ ବାଦ ବିବାଦ ପରେ ଶେଷରେ ଜାମିନ୍ ମଞ୍ଜୁର ହୋଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଓ ଇଡି ମାମଲାରେ ମନୀଷ ସିସୋଦିଆଙ୍କୁ ନିୟମିତ ଜାମିନ ମିଳିଛି। 


02- ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ISIS ଆତଙ୍କବାଦୀ ଗିରଫ କରିଛି ଦିଲ୍ଲୀ ପୋଲିସ । ତାହାର ନାମ ରିଜୱାନ୍ ଅଲୀକୁ ବୋଲି ଜଣାପଡିଛି । ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଛି ରିଜୱାନ୍ । ୨୦୨୩ରେ ପୁଣେ ପୋଲିସ ହେପାଜତରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ରିଜୱାନ୍ । ରିଜୱାନ୍ ଅଲୀ ପାଇଁ ୩ ଲକ୍ଷର ପୁରସ୍କାର ଘୋଷଣା କରିଥିଲା NIA ।


03- ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ନେଇ ତଦନ୍ତ ଚାଲିଛି, ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମନ୍ତ୍ରୀ ବିଭୁତି ଜେନା । ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ବି ଗ୍ରହଣୀୟ ନୁହେଁ, ସରକାର ନଜର ରଖିଛନ୍ତି, ଅପେକ୍ଷା କରନ୍ତୁ କାର୍ଯ୍ୟାନୁଷ୍ଠାନ ହେବ, ହେଲିକପ୍ଟର କିଏ ନେଇପାରିବ ତାହାର ବିଧି ରହିଛି । ଏହାର ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।


04- ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ଧିରେ ଧିରେ ବଢୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।  


05- ରାଜ୍ୟରେ ଆଳୁ ସମସ୍ୟା ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଳୁ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ । ଅନ୍ୟପଟେ ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଆଳୁ ଥାଇ ଓଡ଼ିଶାକୁ ଆଳୁ ଗାଡ଼ି ଆସୁନଥିବା ଅଭିଯୋଗରେ କଟକରେ ବିଭିନ୍ନ ସାମାଜିକ ସଂଗଠନ ଏକତ୍ର ହୋଇ ପ୍ରତିବାଦ କରିଛନ୍ତି । ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଥିବା ସୂଚନା ମିଳିଛି ।


06-  ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ସେମାନଙ୍କ ପରିବାର ଲୋକେ ପାଇବେ ଭତ୍ତା। ଆଜି କ୍ରାନ୍ତି ଦିବସରେ କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ କୁଟୁମ୍ବ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରିବେ ସରକାର। ଏନେଇ ଖୁବଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି। 


07-  ବିଧାୟକ ଧ୍ରୁବ ସାହୁଙ୍କୁ ହାଇକୋର୍ଟରୁ ନୋଟିସ୍‌ ଆସିଛି । ରାଜନଗର ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ୍ ଆସିଥିବା ଜଣାପଡିଛି । ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କ ଆବେଦନ ଆଧାରରେ ଧ୍ରୁବ ସାହୁଙ୍କୁ ନୋଟିସ୍‌ ହୋଇଛି । ଏହାର ଉତ୍ତର ସେ ଖୁବଶୀଘ୍ର ରଖିବେ ବୋଲି କୁହାଯାଇଛି ।


08- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ କରିଛି । ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକଙ୍କୁ ଧରିଛି ଭିଜିଲାନ୍ସ। ଏକ ସ୍ମଶାନ ଗୃହ ବିଲ କରାଇବା ପାଇଁ ପ୍ରତାପ କାଣ୍ଡିଙ୍କଠୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛନ୍ତି। ଜଣେ ଠିକାଦାର କରିଥିବା କାମର ବିଲ୍ ପାସ୍ ହୋଇଥିଲେ ମଧ୍ୟ ଟଙ୍କା ମିଳିନଥିଲା । କନିଷ୍ଠ ଯନ୍ତ୍ରୀ ୨୫ହଜାର୍ ଟଙ୍କା ପିସି ନେଲେ ବିଲ୍ ପାସ ହେବ ବୋଲି କହିଥିଲେ। ଏହାପରେ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଠିକାଦାର ଜଣଙ୍କ ଟଙ୍କା ଦେବା ସମୟରେ ଟିମ୍ ମାଡ଼ି ବସିଥିଲା। 


09- ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଭାଗବତ। ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ। ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସେବାୟତ । 


10- ସକ୍ରିୟ ମୌମୁମୀ ବାୟୁ ପ୍ରଭାର ଓଡି଼ଶାରେ ବର୍ଷା ଜାରି ରହିଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା କମିଯିବ। କାଁଭାଁ ବର୍ଷା ହୋଇପାରେ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ।  ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ମୌମୁମୀ ଟ୍ରପ୍ ସକ୍ରିୟ ରହିବନି।  ଏଥିପାଇଁ ଅଧିକ ବର୍ଷା ନାହିଁ। ଅଳ୍ପ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣପାଗ ବିଭାଗ ଆକଳନ କରିଛି।  ଗୁରୁବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଉପରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି।  ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଭାଗ କହିଛି।


Also Read -Saturn leaves Aquarius: କୁମ୍ଭ ରାଶିରୁ ଶନି ବାହାରିବା ମାତ୍ରେ ୩ ରାଶି ପାଇଁ ଆରମ୍ଭ ହେବ ଭଲ ଦିନ