Top 10 News Today: 


COMMERCIAL BREAK
SCROLL TO CONTINUE READING

01- ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରିପଦା ଏବଂ ବାଲେଶ୍ୱର ଜନସଭାରେ ଲୋକଙ୍କୁ ସମ୍ୱୋଧନ କରି ପିଏମ ମୋଦୀ କହିଥିଲେ ଯେ, ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦୋଖିବାକୁ ମିଳିଛି । ତୃତୀୟ ଥର ପାଇଁ ମୋଦୀ ସରକାର ବନିବା ନିଶ୍ଚିତ ହୋଇସାରିଛି । ଆଜି ଓଡ଼ିଶା ଲୋକେ ମୋଦୀ ଗ୍ୟାରେଣ୍ଟି ଚାହୁଁଛନ୍ତି । ଏଥିସହ ଦୁଇଥର ପଦ୍ମ ଏବଂ ଦୁଇ ଗୁଣ ବିକାଶ କଥା କହି ପ୍ରଧାନମନ୍ତ୍ରୀ ବାରିପଦା ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରିଛନ୍ତି ।  ବିଜେପି ସରକାର ଆଉଥରେ ଆସିବ ବୋଲି ପୁରା ଦେଶ ନିଷ୍ପତ୍ତି ନେଇ ସାରିଛି । ବର୍ତ୍ତମାନ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଆଗାମି ୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଜେଡିର ୨୫ ବର୍ଷର ଶାସନରେ ଓଡ଼ିଶାବାସୀ ଫୁଲଷ୍ଟପ୍‌ ଲଗାଇବେ । ଜୁନ ୧୦ରେ ଓଡ଼ିଶା ମାଟିର ଓଡ଼ିଆ କହୁଥିବା ପୁଅ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


02- ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେଲେ ଧ୍ୟାନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୮ ଘଣ୍ଟା ପାଇଁ ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ବାମୀ ବିବେକାନନ୍ଦ ସ୍ମାରକୀରେ ସେ ଧ୍ୟାନ କରିବେ। ବିବେକାନନ୍ଦ ରକ ସ୍ମାରକୀଟି ସମୁଦ୍ର ଭିତରେ ରହିଛି। ତେଣୁ ମୋଦି ସମୁଦ୍ର ଭିତରକୁ ଯାଇ ଧ୍ୟାନ କରିବେ। ଯେଉଁଠି ବିବେକାନନ୍ଦ ୩ ଦିନ ଧରି ଧ୍ୟାନରେ ବସିଥିଲେ ସେହି ସ୍ଥାନରେ ହିଁ ମୋଦି ଧ୍ୟାନ କରିବେ। ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ ବୋଲି ସୂଚନା ମିଳିଛି।


03- ମଙ୍ଗଳବାର ଦିନ ରାଜ୍ୟର ଦୁଇ ଆପିଏସ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରେ ଆଜି EICଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି କହିବା ସହ ଏହା ପଛରେ ବିଜେପିର ହାତ ରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ବିଜେପି ଅନୁଯାୟୀ ECI କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି କହିଛନ୍ତି ।


04- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଏକ ଝଟକା ଲାଗିଛି । ଜୁନ ୨ ତାରିଖରେ ପୁଣି ଜେଲ୍ ଯିବେ କେଜ୍ରିୱାଲ । ଜାମିନ ଅବଧି ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି । ଯେଉଁଥିରେ ଆଉ ୭ଦିନ ଜାମିନ ବୃଦ୍ଧି ହେବା ନେଇ ଆବେଦନ କରାଯାଇଥିଲା ।


05-ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ବିଜାପୁର ଜଙ୍ଗଲରେ ଯବାନଙ୍କ ଏନ୍‌କାଉଣ୍ଟରରେ ୨ ନକ୍ସଲ ନିହତ ହୋଇଛନ୍ତି । ଅଞ୍ଚଳରେ ସର୍ଚ୍ଚ ଅପରେସନ କଡାକଡି କରାଯାଇଛି । କିଛି ମାଓବାଦୀ ଲୁଚି ରହିଥିବା କୁହାଯାଉଛି ।


06- ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଭଲ ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରାଯାଇଛି। ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ଯାହା ରୋଗୀଙ୍କ ପାଇଁ ଖୁସି ଖବର। ରୋଗୀଙ୍କୁ ସପ୍ତାହକୁ ୩ଦିନ  ଆମିଷ ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି।


07- ନିମାପଡା ନିର୍ବାଚନମଣ୍ଡଳି ବଳଙ୍ଗା ପଞ୍ଚାୟତରୁ ଜଣେ ବ୍ୟକ୍ତିଙ୍କ ନାମରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆସିଛି । ଭୋଟ୍ ଦେବା ପାଇଁ ଲୋକଙ୍କୁ ଟଙ୍କା ଯଚା ଯାଉଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଟଙ୍କା ବାଣ୍ଟୁଥିବା ସମୟରେ ବ୍ୟକ୍ତିଜଣକୁ ଧରିବା ପରେ ପୋଲିସ ଜିମାରେ ଦିଆଯାଇଛି । ତା ନିକଟରେ ୨ଲକ୍ଷରୁ ଅଧିକ ଟଙ୍କା ରହିଥିବା କୁହାଯାଉଛି ।


08- ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇ ଆଇସିୟୁରେ ଚିକିତ୍ସା ହେଉଛନ୍ତି । କୁହାଯାଉଛି ଯେ, ରକ୍ତଚାପ ଏବଂ ସୁଗାର ଲେବୁଲ୍ ବଢିବା କାରଣରୁ ଗତକାଲି ସେ ଅସୁସ୍ଥ ହୋଇପଡିଥିଲେ । ସ୍ୱାସ୍ଥ୍ୟ ଖରାପହେବା ସମ୍ପର୍କରେ ତାଙ୍କ ଓକିଲ କୋର୍ଟରେ ଅପିଲ କରିଥିଲେ ।


09- ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଭଉଁରା ଯାତ୍ରା । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ରଥଖଳା । ଆଜ୍ଞାମାଳ ବିଜେ ପରେ ଚକ ଡେରା ନୀତି ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ନିୟମ ଅନୁଯାଈ ନୀତି ସମ୍ପନ୍ନ କରିଛନ୍ତି ସେବାୟତ।


10- ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ।  ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ସତର୍କ କଲା ଏସଆରସି। ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।  ବିଶେଷ କରି ପଶ୍ଚିମ ଓଡିଶା ପାଇଁ  ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି। ଏନେଇ ସତର୍କ କରାଇଛନ୍ତି ଏସଆରସି। ଆସନ୍ତା ୨ ଦିନରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଫଳରେଅଂଶୁଘାତ ମୁକାବିଲା ପାଇଁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। 


Also Read- Indian Army Bharti 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦରମା ୬୧ ହଜାରରୁ ଅଧିକ