Indian Army Bharti 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦରମା ୬୧ ହଜାରରୁ ଅଧିକ
Advertisement
Article Detail0/zeeodisha/odisha2268859

Indian Army Bharti 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦରମା ୬୧ ହଜାରରୁ ଅଧିକ

Indian Army Bharti 2024: ସେନାବାହିନୀରେ ଆଉ ଏକ ନିଯୁକ୍ତି ବାହାରିଛି । ସର୍ଟ ସର୍ଭିସ କମିଶନ ଅଫିସର ପଦବୀରେ ଭେଟନାରୀ ଗ୍ରାଜୁଏଟ୍ ନିଯୁକ୍ତି ପାଇଁ ସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Indian Army Bharti 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦରମା ୬୧ ହଜାରରୁ ଅଧିକ

Indian Army Bharti 2024: ଏନଡିଏ ଏବଂ ସିଡିଏସ୍ ପରେ ଭାରତୀୟ ସେନାବାହିନୀରେ ଆଉ ଏକ ନିଯୁକ୍ତି ବାହାରିଛି । ସର୍ଟ ସର୍ଭିସ କମିଶନ ଅଫିସର ପଦବୀରେ ଭେଟନାରୀ ଗ୍ରାଜୁଏଟ୍ ନିଯୁକ୍ତି ପାଇଁ ସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୁରୁଷଙ୍କ ପାଇଁ ମୋଟ ୧୨ ଟି ଏବଂ ମହିଳାଙ୍କ ପାଇଁ ୩ ଟି ପଦବୀ ଖାଲି ରହିଛି । ଏହି ନିଯୁକ୍ତି ପାଇଁ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ତେବେ, ଆପଣ ୩ ଜୁନ୍ ୨୦୨୪ ଅପରାହ୍ନ ୫ ଟା ମଧ୍ୟରେ ଆବେଦନ କରିପାରିବେ । ଏହା ପରେ କରାଯାଇଥିବା ଆବେଦନ ଗୁଡିକୁ ଗ୍ରହଣ କରାଯିବ ନାହିଁ । ଆବେଦନ ଫର୍ମ ଏବଂ ବିଜ୍ଞପ୍ତି ଭାରତୀୟ ସେନା ୱେବସାଇଟରେ ଉପଲବ୍ଧ ରହିଛି । ଆପଣ ସେନା ୱେବସାଇଟ୍ ଭିଜିଟ୍ କରି ଡାଉନଲୋଡ୍ କରିପାରିବେ । ଏହି ଲିଙ୍କରେ କ୍ଲିକ୍ କରନ୍ତୁ https://www.joinindianarmy.nic.in/

ବୟସ ସୀମା
ଭେଟନାରୀ ଗ୍ରାଜୁଏଟ୍ SSBରେ ଭର୍ତ୍ତୀ ପାଇଁ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୫ ବର୍ଷ ମଧ୍ୟରେ ରହିବା ଆବଶ୍ୟକ । ୨୦ ମଇ ୨୦୨୪ ମଧ୍ୟରେ ବୟସ ସଠିକ ରହିବା ଆବଶ୍ୟକ । ଏଥିସହ ପ୍ରାର୍ଥୀମାନେ ଭାରତୀୟ ନାଗରିକ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା
ଭାରତୀୟ ସେନା ଭେଟନାରୀ ଗ୍ରାଜୁଏଟ୍ ଏସସିବି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ BVSc, BVSc (Hons) ଡିଗ୍ରୀ ହାସଲ କରିଥିବା ଉଚିତ୍ । ପ୍ରାର୍ଥୀମାନେ ଆବେଦନପତ୍ର ଦାଖଲ ସମୟରେ ଇଣ୍ଟର୍ନସିପ୍ ସହିତ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା
ଏହି ନିଯୁକ୍ତି ପାଇଁ ତିନିଟି ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ କରାଯିବ। ପ୍ରଥମେ ପ୍ରାରମ୍ଭିକ ସ୍କ୍ରିନିଂ ଏବଂ ପରେ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ଏସସିବି ସାକ୍ଷାତକାର ପାଇଁ ଡକାଯିବ। ସାକ୍ଷାତକାର ପରେ ସେଠାରେ ଏକ ଡାକ୍ତରୀ ପରୀକ୍ଷା କରାଯିବ । ଅନ୍ତିମ ଚୟନ ପରେ IMS ତାଲିମ ପ୍ରଦାନ କରାଯିବ ।

ଆବେଦନ ପ୍ରକ୍ରିୟା
ଏହି ନିଯୁକ୍ତି ପାଇଁ ଆବେଦନ ଅଫଲାଇନ ମୋଡରେ କରିବାକୁ ପଡିବ । ଆବେଦନକୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଲେଖିବାକୁ ପଡିବ । RVCରେ ସର୍ଟ ସର୍ଭିସ୍ କମିଶନ ପାଇଁ ଆବେଦନ ସ୍ପଷ୍ଟ ଭାବରେ ଲେଖାଯିବା ଉଚିତ୍ । ସମସ୍ତ ତଥ୍ୟ ପୂରଣ ପରେ ଆବେଦନ ଫର୍ମକୁ ଠିକଣାରେ ପଠାଇବାକୁ ହେବ । 

ଏହା ହେଉଛି ଠିକଣା
Directorate General Remount Veterinary Service
QMG Branch, Integrated Headquarters of MoD (Army)
West Block 3 Ground Floor, Wing 4, RK Puram, New Delhi 110066

ତାଲିମ ଏବଂ ସେବା ସର୍ତ୍ତାବଳୀ
ଅନ୍ତିମ ଚୟନ ପରେ, ପ୍ରାର୍ଥୀଙ୍କୁ ସେନାରେ କ୍ୟାପଟେନ ପଦରେ ସର୍ଟ ସର୍ଭିସ କମିଶନ ପ୍ରଦାନ କରାଯିବ । ଏହା ପରେ ତାଙ୍କୁ RVC କେନ୍ଦ୍ର ଏବଂ କଲେଜ, ମେରୁଟ କ୍ୟାଣ୍ଟନମେଣ୍ଟକୁ ତାଲିମ ପାଇଁ ପଠାଯିବ ।

ଦରମା
ଆର୍ମି ଭେଟେରିନାରୀ କର୍ପସରେ କ୍ୟାମ୍ପଟନ୍ ପଦରେ ନିଯୁକ୍ତି ପାଇବା ପରେ ଲେଭଲ୍ 10 (ଖ) ପେ ମ୍ୟାଟ୍ରିକ୍ସରେ ଦରମା ରହିବ ୬୧୩୦୦ ଟଙ୍କା । ମାସିକ ୧୫୫୦୦ ଟଙ୍କା ମିଲିଟାରୀ ସର୍ଭିସ ପେ ସହ ଅନ୍ୟାନ୍ୟ ଭତ୍ତା ମଧ୍ୟ ଉପଲବ୍ଧ ହେବ । ଏହା ବ୍ୟତୀତ ରିହାତି ମୂଲ୍ୟରେ ରହଣି, ମାଗଣା ରାସନ କିମ୍ବା ରାସନ ଭତ୍ତା, ପରିବାର ପାଇଁ ମାଗଣା ଚିକିତ୍ସା ସୁବିଧା, LTC, ୬୦ ଦିନିଆ ଛୁଟି, ୨୦ ଦିନ କାଜୁଆଲ୍ ଛୁଟି, କ୍ୟାଣ୍ଟିନ ସୁବିଧା ଏବଂ ବୀମା କଭର ମଧ୍ୟ ଉପଲବ୍ଧ ରହିଛି ।

Also Read- ବାରିପଦା ସଭାରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ପିଏମ ମୋଦୀ