H1. ପୁରୀକୁ ହେବ ୬ ଥାକିଆ ରାସ୍ତା
ଓଡ଼ିଶାରେ ହେବ ୪ଟି ନୂଆ ଜାତୀୟ ରାଜପଥ। ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୧୩୯୦୦ କୋଟି ଟଙ୍କା। ଏହି ୪ ରାଜପଥ ରାଜ୍ୟର ବାଣିଜ୍ୟିକ ଓ ପ୍ରଶାସନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍‍ର୍‍ ରାସ୍ତା ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ସଡ଼ଗ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ଏହି ପ୍ରକଳ୍ପପାଇଁ ସହମତି ପ୍ରକାଶ କରିଛନ୍ତି। ଏହାସହ ପ୍ରାୟ ୮୦୦୦ କୋଟି ଟଙ୍କା ବିନିମୟରେ ପୂର୍ବ ଅନୁମେଦିତ ରାସ୍ତା କାମ ଚାଲିବ ବୋଲି ପ୍ରତିଶୃତି ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

H2. ଦୁଷ୍କର୍ମ କରିବା ଘଟଣାରେ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ
ଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀଙ୍କୁ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଡାକ୍ତର । ଆଜି କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ୨ ପୀଡ଼ିତାଙ୍କ ସମ୍ପର୍କୀୟ ପୁରୀ ଘାଟ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାର ତଦନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି। ଯେଉଁଥିରେ ଏସସିବିର ବରିଷ୍ଠ ସଦସ୍ୟ ରହିଛନ୍ତି।


H3. ‘GAURAV’ ର ସଫଳ ପରୀକ୍ଷଣ କଲା DRDO
ଓଡ଼ିଶା ଉପକୂଳରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଲଙ୍ଗ ରେଞ୍ଜ ଗ୍ଲାଇଡ୍ ବମ୍ (LRGB), ଭାରତୀୟ ବାୟୁସେନା (IAF)ର Su-30 MK-I ପ୍ଲାଟଫର୍ମରୁ ଗୋରବର ସଫଳ ପରୀକ୍ଷଣ କରିଛି । ଗୌରବ ହେଉଛି ଏକ ଏପରି କ୍ଷପଣାସ୍ତ୍ର ଯେଉଁଥିରେ ୧ ହଜାର କେଜିର  ଗ୍ଲାଇଡ୍ ବୋମା ସହ ଦୂର ଦୂରାନ୍ତରେ ଥିବା ଶତୃକୁ ଟାର୍ଗେଟ୍ କରିବାରେ ସକ୍ଷମ ହେବ । INS ଏବଂ GPS ଡାଟା ସହିତ ଅତ୍ୟଧିକ ସଠିକ୍ ହାଇବ୍ରିଡ୍ ନେଭିଗେସନ୍ ସ୍କିମ୍ ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି । ଯାହା ସଠିକ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହେବ । 


H4. ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଆଜି ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ମୁଖ୍ୟ ସଚିବ ସହିତ ସେ ଏହି ଦାୟିତ୍ୱ ମଧ୍ୟ ତୁଲାଇବେ। ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ରହିଛନ୍ତି।


H5. ଭାଙ୍ଗକୁ ନିଶାଦ୍ରବ୍ୟ ବର୍ଗରେ ସାମିଲ କଲେ ସରକାର
ଭାଙ୍ଗ ଏବେ ନିଶାଦ୍ରବ୍ୟ। ଆଉ ଆଗଭଳି ସର୍ବସାଧାରଣରେ ମିଳିବନି ଭାଙ୍ଗ। ଭାଙ୍ଗକୁ ନିଶା ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ସରକାର। ସରକାର କହିଛନ୍ତି କି ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି। ସରକାର ଆହୁରି ମଧ୍ୟ କହିଛନ୍ତି ଭାଙ୍ଗ ଗଞ୍ଜେଇ ପତ୍ରରୁ ପ୍ରସ୍ତୁତ। ଯାହାକୁ ଧୂମପାନ, ଚୋବାଇ ଖାଇବା ଏବଂ ପଣା ଆଦିରେ ମିଶାଇ ବ୍ଯବହାର କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଏହା ବ୍ଯବହୃତ ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଭାଙ୍ଗକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ।


H6. କବିସୂର୍ଯ୍ୟନଗର ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ
କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରହିଛି। ଏବେ ନିର୍ବାଚନ ନକରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଅନ୍ୟ କିଛି ପଂଚାୟତ ସମିତିରେ ଅଧ୍ୟକ୍ଷ ନିର୍ବାଚନ ସହ କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଥିଲା। ତେବେ ହାଇକୋର୍ଟଙ୍କ ରୋକ୍‌ ଥିବାରୁ ଏବେ ନିର୍ବାଚନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। 


H7. ୧୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଘୂର୍ଣ୍ଣିବଳୟ ସାଙ୍ଗକୁ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୮ ତାରିଖ ଠାରୁ ପାଗ ବଦଳିବ। ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ରଣର ବର୍ଷା ହେବ। ସେହିପରି ଆସନ୍ତାକାଲି ପାଇଁ ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଘଡଘଡି ପାଇଁ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାକୁ ଆଲର୍ଟ କରଯାଇଛି।


H8. ଜେଲରୁ ବାହାରିବ ଆଶାରାମ ବାପୁ
ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ମିଳିଛି ବଡ଼ ଆଶ୍ୱସ୍ତି। ଚିକିତ୍ସା ନିମନ୍ତେ ୭ ଦିନର ପାରୋଲ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ । ଆଶାରାମର ମହାରାଷ୍ଟ୍ରରେ ଚିକିତ୍ସା କରାଯିବ, ସେନେଇ ପୋଲିସ ହେପାଜତରେ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବ ଆଶାରାମ । ଏନେଇ ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ପାରୋଲକୁ ଅନୁମୋଦନ କରିଛନ୍ତି ।


H9. ଡାକ୍ତରଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ 
କୋଲକତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମୁଖ୍ୟ ବିଚାରପତି ଟିଏସ୍‌ ଶିବାଗନମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତ ଡାକ୍ତରଙ୍କ ପରିବାର ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ପଶ୍ଟିମବଙ୍ଗ ପୋଲିସ ହାତରେ ଥିବାବେଳେ ଏହାର ତଦନ୍ତ ଭାର ଏବେ ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । 


H10. ପ୍ରମୋଦ ଭଗତ ସସ୍‌ପେଣ୍ଡ, ଖେଳିପାରିବେନି ପାରା ଅଲମ୍ପିକ୍ସ ୨୦୨୪
ପାରା ଅଲମ୍ପିକ୍ସ ପାଇଁ ଏକ ଦୁଃଖଦ ଖବର। ୨୦୨୦ ଟୋକ୍ୟୋ ଅଲମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କୁ ୨୦୨୪ ପାରା ଅଲମ୍ପିକ ଖେଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଆଣ୍ଟି ଡୋପିଂ ମାମଲାରେ ଆନ୍ତର୍ଜାତିକ କୋର୍ଟ ଦେଇଥିବା ରାୟକୁ ଆଧାର କରି ବିଶ୍ୱ ବ୍ୟାଡମିଣ୍ଟନ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୧୮ ମାସ ପାଇଁ ସେ କୌଣସି ଆନ୍ତର୍ଜାତିକ ଇଭେଣ୍ଟରେ ଯୋଗ ଦେଇ ପାରିବ ନାହିଁ ବୋଲି ସୂଚନା ମିଳିଛି।