Atishi Marlena net worth: ଇସ୍ତଫା ଦେଲେ କେଜରିୱାଲ, ଦାୟିତ୍ୱ ନେବେ ଆତିଶୀ
Advertisement
Article Detail0/zeeodisha/odisha2434548

Atishi Marlena net worth: ଇସ୍ତଫା ଦେଲେ କେଜରିୱାଲ, ଦାୟିତ୍ୱ ନେବେ ଆତିଶୀ

ନୂଆଦିଲ୍ଲୀ: ଆଜି ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି। ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନୂତନ ଦାୟିତ୍ୱ ଦିଆଯାଇଛି। ଆତିଶୀ ମାର୍ଲେନା ଦିଲ୍ଲୀର ଚମତ୍କାରୀ ମହିଳା ମନ୍ତ୍ରୀ ଭାବରେ ଜଣାଶୁଣା। ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତ

Atishi Marlena net worth: ଇସ୍ତଫା ଦେଲେ କେଜରିୱାଲ, ଦାୟିତ୍ୱ ନେବେ ଆତିଶୀ

Atishi Marlena net worth: ନୂଆଦିଲ୍ଲୀ: ଆଜି ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି। ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନୂତନ ଦାୟିତ୍ୱ ଦିଆଯାଇଛି। ଆତିଶୀ ମାର୍ଲେନା ଦିଲ୍ଲୀର ଚମତ୍କାରୀ ମହିଳା ମନ୍ତ୍ରୀ ଭାବରେ ଜଣାଶୁଣା। ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତଙ୍କ ପରେ ସେ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ କେଜ୍ରିୱାଲଙ୍କ ଜଣେ ବିଶ୍ୱସ୍ତ ନେତା ଭାବରେ ପରିଗଣିତ ହୋଇଥାଆନ୍ତି। ଆନ୍ନାଙ୍କ ସହିତ ଆନ୍ଦୋଳନ ସମୟରୁ କେଜରିୱାଲଙ୍କ ସହିତ ଆତିଶୀ ରହି ଆସିଛନ୍ତି। ଆତିଶୀଙ୍କର ସମ୍ପତ୍ତି ଓ ନେଟୱର୍ଥ ସମ୍ପର୍କରେ କହିବାକୁ ଗଲେ କୋଟି କୋଟି ଟଙ୍କାର ଏହା ରହିଛି। ବିଦେଶରେ ପାଠ ପଢି ସ୍ୱଦେଶ ଫେରିଥିବା ଆତିଶୀଙ୍କ ନାମରେ କିନ୍ତୁ ନା ଘର ରହିଛି ନା କାର। 

୨୦୧୨ରେ ଦୁର୍ନିତୀ ବିରୋଧୀ ଆନ୍ଦଳୋନ ସମୟରୁ ରାଜନୀତିରେ ପାଦ ଥାପିଥିଲେ ଆତିଶୀ। ସେପଟେ ଆତିଶୀ ହେଉଛନ୍ତି ଆପର ପ୍ରତିଷ୍ଠାତା ସଦସ୍ୟ।  ୨୦୧୯ରେ ସେ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତାଙ୍କୁ ପରାସ୍ତ କରିଥିଲେ। ୨୦୨୦ରେ, ଆମ୍ ଆଦମୀ ପାର୍ଟି (AAP) ତାଙ୍କୁ କାଲକାଜୀ ବିଧାନସଭା ଆସନରୁ ଟିକେଟ ଦେଇଥିଲା ଜିତିବା ପରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା।

ଏହି ନିର୍ବାଚନରେ ​​ତାଙ୍କ ସମ୍ପତ୍ତି ସମ୍ପର୍କରେ ସେ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ଆଫିଡେଭିଟ୍। ତାଙ୍କ କହିବାନୁସାରେ, ଆତିଷୀଙ୍କ ପାଖରେ ମାତ୍ର ୩୦ ହଜାର ଟଙ୍କା ରହିଛି। ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟବସାୟ ସଂସ୍ଥାଗୁଡ଼ିକରେ ତାଙ୍କର ଜମା ୧.୪୧ କୋଟିରୁ ଅଧିକ। ତାଙ୍କ ସ୍ୱାମୀଙ୍କ ଆୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଆତିଶୀଙ୍କର ଏକ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଅଛି, କିନ୍ତୁ ତାଙ୍କ ନାମରେ କୌଣସି ସମ୍ପତ୍ତି ନାହିଁ।