Top 10 News: ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ, ଶନିବାରଠାରୁ ଭକ୍ତଙ୍କ ପାଇଁ ଖୋଲିବ ଚାରି ଦୁଆର, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Top 10 News Headlines: କଟକର ମହାନଦୀ ପଠାରେ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଆନୁଷ୍ଠନିକ ଭାବେ ଉଦଘାଟିତ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 15 November 2024: H1. Bali Yatra 2024 inaugurated in Cuttack: କଟକର ମହାନଦୀ ପଠାରେ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଆନୁଷ୍ଠନିକ ଭାବେ ଉଦଘାଟିତ କରିଛନ୍ତି। ଏମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି । ଚଳିତବର୍ଷ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରୀୟ ଆୟୋଜନ କରାଯାଇଛି । ଉଭୟ ଉପର ଓ ତଳ ପଡ଼ିଆରେ ପାଖାପାଖି ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି
H2. Cloth store catches fire in Jatni: ଜଟଣୀ ରାଜା ବଜାର ଗୌରୀ ଗାର୍ମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ରାଜାବଜାର ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରହିଥିଲା । ତେବେ ଦୋକାନର ଉପର ମହଲାରେ ଦୋକାନ ମାଲିକ ସୂର୍ଯ୍ୟକାନ୍ତ ମହାପାତ୍ର ଶୋଇଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଖବର ଅନୁଯାୟୀ ଦୋକାନୀଙ୍କ ମୃତ୍ୟୁ ହୋଇଛି।
H3. Puri temple to open all four gates from tomorrow: ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦୁଆର ଶନିବାରଠାରୁ ଭକ୍ତଙ୍କ ପାଖଇଁ ଖୋଲା ରହିବ। ଶ୍ରଦ୍ଧାଳୁମାନେ ଯେ କୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ହେଲେ ସେମାନେ ସିଂହ ଦ୍ୱାର ବ୍ୟତୀତ ଅନ୍ୟ ତିନି ଦୁଆର ଦେଇ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାର ଦେଇ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
H4. Janjatiya Gaurav Divas: ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
H5. Odisha weather update: ଆଜିଠାରୁ ରାଜ୍ୟରେ ଶୀତ ଅନୁଭୂତ ହୋଇଛି। ରାତିର ତାପମାତ୍ରା କମିଛି। ସକାଳୁ କୁହୁଡ଼ି ମଧ୍ୟ ଦାଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୨୧ ତାରିଖଯାଏ ଏହିପରି କମ୍ ତାପମାତ୍ରା ରହିବ। ୧୭ ତାରିଖ ଦିନ ଘନ କୁହୁଡ଼ି ଆଶଙ୍କା ରହିଛି। ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀକୁ ଖସିବା ସମ୍ଭାବନା ଥିବା କୁହାଯାଇଛି।
H6. Birsa Munda's 150th anniversary: ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଆଜି ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ମହାନ ସ୍ୱାଧୀନତାସଂଗ୍ରାମୀ ଶ୍ରୀ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ କରୁଥିଲେ। ତାଙ୍କୁ ଭଗବାନ ଭାବେ ଆଦାବିସୀ ସମ୍ପ୍ରଦାୟ ପୂଜା କରନ୍ତି। ପ୍ରଧାନମନ୍ତ୍ରୀ ନୂଆ ଦିଲ୍ଲୀଠାରେ ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଶ୍ରୀ ମୁଣ୍ଡାଙ୍କୁ ସ୍ମରଣ କରିଥିଲେ।
H7. UK PM Office Apologises: ବ୍ରିଟେନରେ ଦୀପାବଳି ରିସେପ୍ସନ୍ ବିବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବଡ ବୟାନ ଆସିଛି। ଏହି ପ୍ରସଙ୍ଗରେ ସବୁ ଦିଗରୁ ଅସନ୍ତୋଷର ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ କାର୍ଯ୍ୟାଳୟ କ୍ଷମା ମାଗିଛି ଏବଂ ପୁନର୍ବାର ଏପରି ଭୁଲ ନକରିବାକୁ ନିଶ୍ଚିତ କରିଛି।
H8. ICC Champions Trophy Row: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) POK (ପାକିସ୍ତାନ ଅଧିକୃ କାଶ୍ମୀର) ରେ ଚାମ୍ପିଅନ୍ସ ଟ୍ରଫି ବୁଲାଇବାକୁ ନେଇ ପାକିସ୍ତାନର ଉଦ୍ୟମକୁ ବିଫଳ କରିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କୁ ଏକ ବଡ଼ ଝଟକା ଦେଇ ଆଇସିସି ସ୍କାର୍ଦୁ, ମୁରି ଏବଂ ମୁଜାଫରବାଦରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଯାତ୍ରାକୁ ବାତିଲ କରିଦେଇଛି। ଏହି ତିନୋଟି ସହର ପାକିସ୍ତାନ ଅଧିକୃତ କାଶ୍ମୀରରେ ପଡିଥାଏ।
H9. Odisha defeat Maharashtra: ଚଳିତ ରଣଜୀ ସିଜିନରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮ ରନର ଲିଡ୍ ପାଇଥିବା ତୃତୀୟ ଦିନରେ ଏଥିରେ ଆଉ ୧୨୯ ରନ ଯୋଡ଼ି ମହାରାଷ୍ଟ୍ରକୁ ମାତ ଦେଇଛି।
H10. India vs South Africa 4th T20I: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ଶୁକ୍ରବାର ଜୋହାନ୍ସବର୍ଗରେ ଖେଳାଯାଉଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।