Top 10 News Headlines 8 November 2024: H1. Odisha to increase honorarium of Padma awardees: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ। ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।


COMMERCIAL BREAK
SCROLL TO CONTINUE READING

H2. IAS reshuffle in Odisha: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳ ବଦଳ କରାଯାଇଛି । କନ୍ଧମାଳରେ ବିଷାକ୍ତ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବିବାଦ ଭିତରେ ବଦଳିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ। ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ମିଳିଛି । 


H3. Odisha Home Guard Recruitment: ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ବ୍ୟାନ୍ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।


H4. National Education Policy 2020: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି।


H5. Odisha Govt announces date for 3rd phase Subhadra money: ଆସନ୍ତା ୨୪ ତାରିଖରେ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଏହି ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା ଯିବ। ୨୪ ତାରିଖ ଦିନ ସୁନ୍ଦରଗଡ଼ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।


H6. 3 Maoists killed in encounter in Odisha-Chhattisgarh border: ଦିନକୁ ଦିନ ମାଓବାଦିଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଯାହାକୁ ନେଇ ରାଜ୍ୟରେ ପୁଲିସ ସେମାନଙ୍କୁ ନିପାତ କରିବାକୁ ଅଧିକ ସକ୍ରିୟ ରହିଛି। ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ। ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏନ୍‌କାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। 


H7. Amit Shah On Muslim Reservation: ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି। ଝାଡଖଣ୍ଡର ପାଲାମୁ ଠାରେ ଏକ ରାଲିରେ ସମ୍ବୋଧିତ କରି ଅମିତ ଶାହା ପ୍ରଶ୍ନ କରିଛନ୍ତି ଯେ ଧର୍ମ ଆଧାରରେ ସଂରକ୍ଷଣ ଦିଆଗଲେ ଦଳିତ ଓ ଆଦିବାସୀଙ୍କ ସହ କ'ଣ ହେବ? ସେ କହିଛନ୍ତି ଯେ କଂଗ୍ରେସ ଦଳ ଆପଣଙ୍କ ସଂରକ୍ଷଣର ଅଂଶ କାଟି ମୁସଲମାନମାନଙ୍କୁ ଦେବାକୁ ଚାହୁଁଛି। ଶାହା କହିଛନ୍ତି ଯେପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଭାରତରେ ଅଛି, ସଂଖ୍ୟାଲଘୁ ସମ୍ପ୍ରଦାୟ ଧର୍ମ ଆଧାରରେ ସଂରକ୍ଷଣ ପାଇବ ନାହିଁ।


H8. Militant killed in encounter in Kashmir’s Sopore: ଜମ୍ମୁ କାଶ୍ମୀରର ସୋପୋରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ରାମପୋରା ରାଜପୋରାର ଉପର ଅଞ୍ଚଳରେ ଘଟିଥିବା ଏନକାଉଣ୍ଟରରେ ସୈନିକମାନେ ବଡ଼ ସଫଳତା ହାସଲ କରିଛନ୍ତି। ସୁରକ୍ଷା ବାହିନୀ ସୋପୋରରେ ପ୍ରମୁଖ ଆକ୍ସନ ନେଇଛି। ଏହାପୂର୍ବରୁ ସୋପୋରରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। 


H9. Pakistan Quetta Railway Station Blast: ପଡୋଶୀ ଦେଶ ପାକିସ୍ତାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯେଉଁଠାରେ କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି, ଯେଉଁଥିପାଇଁ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ବିସ୍ଫୋରଣ ଯୋଗୁଁ ଅନେକ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି।


H10. Team India will not go to Pakistan: ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ନା ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଭାଗ ନେବ ସେ ସମ୍ବନ୍ଧରେ ପ୍ରାୟ ସବୁକିଛି ସ୍ପଷ୍ଟ ହୋଇଛି। ବିସିସିଆଇ ଆଇସିସିକୁ କହିଛି ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଭାଗ ନେବାକୁ ଭାରତ ପାକିସ୍ତାନ ଯିବ ନାହିଁ। ଇଏସପିଏନ୍ କ୍ରିକିନଫୋ ଅନୁଯାୟୀ ବିସିସିଆଇ ଆଇସିସିକୁ କହିଛି ଯେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ନ ପଠାଇବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ଆସନ୍ତା ବର୍ଷ ଫେବୃଆରୀ ୧୯ ରୁ ୯ ମାର୍ଚ୍ଚ ମଧ୍ୟରେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ଏବଂ ତିନୋଟି ସ୍ଥାନରେ ମ୍ୟାଚ୍ ଖେଳାଯିବ।