Top 10 News Headlines: H1. Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ୨୫ ମଇ ଶନିବାର ଦିନ ଅନୁଷ୍ଠିତ ହେବ, ଯେଉଁଥି ପାଇଁ ଆଜି ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ଏହି ପର୍ଯ୍ୟାୟରେ ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୮ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନେକା ଗାନ୍ଧୀ, ସମ୍ବିତ ପାତ୍ର, ବିଜେଡି ସଂଗଠନର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନେକ ହେବି ୱେଟ୍ ନେତାଙ୍କ ଭାଗ୍ୟ ସ୍ଥିର ହେବ। 


COMMERCIAL BREAK
SCROLL TO CONTINUE READING

H2. Odisha Elections 2024: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର। ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।


H3. Chhattisgarh Naxal Encounter : ସୁରକ୍ଷା ବାହିନୀ ଛତିଶଗଡର ଅବୁଜମାଡ ଓ ନାରାୟଣପୁରରେ ୭ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି। ପୋଲିସ ନାରାୟଣପୁରରୁ ୨ ଓ ଅବୁଜମାଡଙ୍କ ୭ ମୃତଦେହ ଉଦ୍ଧାର କରିଛି। ପୋଲିସ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ସୂଚନାନୁସାରେ, ପୋଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଡାଣ୍ଟେୱାଡା, ବିଜାପୁର ଏବଂ ନାରାୟଣପୁର ଜିଲ୍ଲା ସୀମାରେ ଅବସ୍ଥିତ ଅବୁଜମାଡ ନାମକ ଏକ ସ୍ଥାନରେ ଘଟିଥିଲା।


H4. Odisha Cyclone Alert: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତେବେ ଏହାରି ଭିତରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ ଗତି କରି ଶୁକ୍ରବାର ସକାଳ ସୁଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏବଂ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପାଖରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ୨୫ ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।


H5. Yogi Adityanath address rallies in Odisha: ନିର୍ବାଚନ ପ୍ରଚାର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଓଡ଼ିଶା ଗସ୍ତରେ ଅଛନ୍ତି। ଗୁରୁବାର ଚିଲିକାରେ ଏକ ସାଧାରଣ ସଭାରେ ପ୍ରଥମେ ବିଜେଡି ଟାର୍ଗେଟ୍ କରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡା ସଂସଦୀୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହଙ୍ଗା ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଯେଉଁଠାରେ ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


H4. VK Pandian On Odisha Youth: ଷଷ୍ଠଥର ପାଇଁ ବିଜୁ ଜନତା ଦଳ ସରକାର କ୍ଷମତାସୀନ ହେଲେ ଯୁବାବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କା ବଜେଟ ବ୍ୟୟ କରିବେ। ନୂଆ ନୀତି କରି ଯୁବଶକ୍ତିଙ୍କୁ ସକ୍ଷମ ଓ ସଶସ୍ତ କରିବେ। ଯେଉଁଭଳି ଭାବେ ମିଶନ ଶକ୍ତି ପ୍ରତି ଦିନ ନୂଆ ସଫଳତା ସାଉଁଟୁଛି ଠିକ୍‍ ସେମିତି ଯୁବବର୍ଗଙ୍କ ଲାଗି ଯୋଜନା ରୂପାୟନ ହେବେ ବୋଲି ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। 


H5. Stock Market Today: ଦେଶରେ ଚାଲିଥିବା ଲୋକସଭା ନିର୍ବାଚନର ଫଳାଫଳ କ’ଣ ହେବ, ଏହା ଜୁନ୍ ୪ ରେ ଜଣା ପଡିବ। କିନ୍ତୁ ଏହି ନିର୍ବାଚନରେ ​​ବର୍ତ୍ତମାନର ସରକାର ବଜାୟ ରଖିବା ଆଶାରେ ଷ୍ଟକ୍ ମାର୍କେଟ୍ (Stock Market) ଗୁରୁବାର ଦିନ ଏକ ନୂଆ ରେକର୍ଡକୁ ଛୁଇଁଛି। ସେନ୍ସେକ୍ସ (Sensex) ୭୭,୨୦୪ ପଏଣ୍ଟ ସହିତ ସବୁ ସମୟର ଉଚ୍ଚ ରେକର୍ଡ ସୃଷ୍ଟି କରିଥିବାବେଳେ ନିଫ୍ଟି (Nifty) ମଧ୍ୟ ୨୨,୮୯୮ ପଏଣ୍ଟ ସ୍ତରକୁ ସ୍ପର୍ଶ କରିଛି।


H8. Fire at a chemical godown in Thane: ଗୁରୁବାର ଦିନ ମୁମ୍ବାଇ ନିକଟ ଥାନେର ଡୋମ୍ବିଭାଲିରେ ଥିବା ଏକ ରାସାୟନିକ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହା ପରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ପିଟିଆଇ ଅନୁଯାୟୀ କମ୍ପାନୀର ଏହି ୬ ଜଣ କର୍ମଚାରୀ ଏହି ଦୁର୍ଘଟଣାରେ ପୋଡି ଆହତ ହୋଇଛନ୍ତି, ଯାହାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


H9. Firoz Khan Passes Away: ସିନେମା ଜଗତରୁ ବହୁତ ଦୁଃଖଦ ଖବର ସାମ୍ନାକୁ ଆସିଛି। 'ଭାବିଜୀ ଘରେ ପର ହେଁ!' ସିରିୟଲର ଅମିତାଭ ବଚ୍ଚନଙ୍କ ପରି ଦେଖାଯାଉଥିବା ଅଭିନେତା ଫିରୋଜ ଖାନଙ୍କ ଦେହାନ୍ତ ହୋଇଛି। ଫିରୋଜ ଖାନ କେବଳ ନିଜ କାମ ପାଇଁ ଜଣାଶୁଣା ନୁହଁନ୍ତି ବରଂ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରି ଦେଖାଯାଉଥିବାରୁ ତାଙ୍କୁ ବିଗ୍ ବି ର ଡୁପ୍ଲିକେଟ୍ ମଧ୍ୟ କୁହାଯାଉଥିଲା।


H10. Ricky Ponting on Team India Coach: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ୱ କିଏ ଗ୍ରହଣ କରିବ? ଏହି ବିଷୟରେ ଗୌତମ ଗମ୍ଭୀର ଓ ମହେଲା ଜୟବର୍ଦ୍ଧନଙ୍କ ସମେତ ଅନେକ ନାମ ରିପୋର୍ଟ ମାଧ୍ୟମରେ ଆଗକୁ ଆସିଛି। ଆଇପିଏଲ ୨୦୨୪ ସିଜିନରେ ଦିଲ୍ଲୀ କ୍ୟାପିଟାଲର କୋଚିଂ ଦାୟିତ୍ୱ ଗ୍ରହଣ କରିଥିବା ରିକି ପଣ୍ଟିଙ୍ଗ ବର୍ତ୍ତମାନ ଭାରତର କୋଚ୍ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।