Top 10 News Headlines: H1. Smriti Irani to visit Odisha tomorrow: ଭାରତୀୟ ଜନତା ପାର୍ଟି (ବିଜେପି) ର ବରିଷ୍ଠ ନେତାମାନେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପାଇଁ ଲଗାତାର ଓଡ଼ିଶା ଗସ୍ତ କରୁଛନ୍ତି। ପାର୍ଟି ମୁଖ୍ୟ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଗୁରୁବାର ଦିନ ଓଡିଶା ଗସ୍ତରେ ଆସିଥିବା ବେଳେ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।


COMMERCIAL BREAK
SCROLL TO CONTINUE READING

H2. 2.5 lakh seized from BJD leader: ଆସନ୍ତାକାଲି (୨୫ ମଇ) ଓଡିଶାରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଅଞ୍ଚଳରେ ଜଣେ ବିଜେଡି ନେତାଙ୍କ ନିକଟରୁ ୨.୫ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି।


H3. Odisha Election 2024: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ପାଇଁ ମତଦାନ କରାଯିବ। ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୩ଟି ଅଞ୍ଚଳରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଚିଠି ଲେଖିଛନ୍ତି। ସେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିପିଏଫ୍) ମୁତୟନ ଦାବି କରିଛନ୍ତି।


H4. Odisha Cyclone Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଅବପାତ ରୂପ ନେଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଅନୁସାରେ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଥିସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 


H5. Arvind Kejriwal News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସରକାରୀ ଗାଡି ଓ ଘର ବିନା ଜଣେ ମୁଖ୍ୟମନ୍ତ୍ରୀ କାମ କରିପାରିବେ ନାହିଁ। କାର ଏବଂ ଘର ନେବାକୁ ନେଇ ଟାର୍ଗେଟ ହେଉଥିବା ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ଏପରି କେବେ କହି ନାହାଁନ୍ତି। AAP ମୁଖ୍ୟ କହିଛନ୍ତି ଯେ ତାଙ୍କ କଥାକୁ ବଢାଇ ଚଢ଼ାଇ କୁହାଯାଉଛି।


H6. Laila Khan Murder Case: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ୧୩ ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟାକ ମୃତ ଲୈଲା ଖାନଙ୍କ ସାବତ ପିତା।


H7. Papua New Guinea landslide: ପ୍ରକୃତିର ଭୟଙ୍କର ତାଣ୍ଡବ ନେଇ ଯାଇଛି ଶତାଧିକ ଜୀବନ। ପପୁଆ ନ୍ୟୁ ଗିନିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ତାସ୍‌‌ ଘର ଭଳି କୋଠା ସବୁ ଭୁଶୁଡି ଯାଇଥିବା ବେଲେ ଆଖି ବୁଜିଛନ୍ତି ଶହେରୁ ଅଧିକ ଲୋକ । ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ଏବେ ସୁଦ୍ଧା ୧୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । 


H8. Jay Shah On Team India New Coach: ଅଷ୍ଟ୍ରେଲୀୟ ଦୁଇ ପୂର୍ବତନ କ୍ରିକେଟର ରିକି ପଣ୍ଟିଙ୍ଗ ଓ ଜଷ୍ଟିନ ଲେଙ୍ଗରଙ୍କୁ ନେଇ ଖବର ଆସିଥିଲା ​​ଯେ ଉଭୟଙ୍କୁ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ପଦବୀ ପାଇଁ ବିସିସିଆଇ ପକ୍ଷରୁ ଯୋଗଯୋଗ କରାଯାଇଛି। ଯାହାକୁ ଜୟ ଶାହା ଅସ୍ୱୀକାର କରି ଦେଇଛନ୍ତି।


H9. T20 World Cup 2024: ଆସନ୍ତା ମାସରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ଏହି ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜ ଦଳ ଘୋଷଣା କରି ନାହିଁ। ସେଥିପାଇଁ ପିସିବି ଶୁକ୍ରବାର ଦିନ ଦଳ ଘୋଷଣା କରିଛି। ଅଧିନାୟକ ବାବର ଆଜାମଙ୍କ ଅଧିନାୟକତ୍ୱରେ ଏହି ଦଳ ପୁଣି ଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହେବାକୁ ଚେଷ୍ଟା କରିବ।


H10. SRH vs RR Qualifier 2: ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଟସ୍ ଜିତିବା ପରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଛି। ରାଜସ୍ଥାନ ରୟାଲ୍ସକୁ ବିଜୟୀ ହେବା ପାଇଁ ୧୭୯ ରନ୍ ଆବଶ୍ୟକ।