Top 10 News Headlines: H1. Rajkot TRP Game Zone Fire Update: ଶନିବାର ଅପରାହ୍ନରେ ଗୁଜୁରାଟର ରାଜକୋଟରେ ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନେକ ଶିଶୁ ମଧ୍ୟ ମୃତମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଘଟଣାସ୍ଥଳକୁ ଅନେକ ଅଗ୍ନିଶମ ବାହିନୀ ପଠାଯାଇଥିଲା ଓ ଅନେକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

H2. Lok Sabha Election Phase 6: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ସାତୋଟି ଆସନ ସମେତ ୬ଟି ରାଜ୍ୟ ତଥା ଦୁଇଟି ୟୁନିଅନର ୫୮ ଟି ସିଟ୍ ପାଇଁ ଭୋଟ୍ ଶନିବାର ଶେଷ ହୋଇଛି। ଏହା ବ୍ୟତୀତ ଓଡିଶାର ୪୨ଟି ବିଧାନସଭା ଆସନରେ ଭୋଟ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮ ଟି ଆସନରେ ଭୋଟ୍ ହାର ୫୭.୭୦ ଥିଲା। ମତଦାନ ଦୃଷ୍ଟିରୁ ପଶ୍ଚିମବଙ୍ଗ ଭୋଟ୍ ହାର ସର୍ବାଧିକ ୭୭.୯୯ ପ୍ରତିଶତ ରହିଛି।


H3. Smriti Irani Urges Voters To Support BJP: ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଚାର କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ। ନା ନନେଇ ଓଡ଼ିଶା ସରକାର ରିମୋଟ୍‍ରେ ଚାଲିଛି ବୋଲି କହିଥିଲେ। ମୋଦୀ ସରକାରଙ୍କ ସମୟରେ ୫୮ ହଜାର କୋଟି ଟଙ୍କା ଖଣିଜ ବାବଦ ଆୟ କରିଛି ଓଡ଼ିଶା। ବିକାଶ ବର୍ଷା କରିବାକୁ ମୋଦୀଙ୍କୁ ଭୋଟ ଦିଅନ୍ତୁ କହିଲା ସ୍ମୃତି ଇରାନୀ। ଯେମିତି ଆମେଥିରୁ ରାହୁଲ ଗାନ୍ଧିଙ୍କୁ ହଟାଇଲୁ ସେମିତି ଓଡ଼ିଶାରୁ ବିଜେଡିକୁ ହଟାଇବୁ।


H4. Odisha Election 2024: ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଆଜି ଭୋଟ ଦେବାକୁ ବଞ୍ଚିତ ହୋଇଛନ୍ତି। ତାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ସେ ଭୋଟ ଦେଇ ନପାରି ଫେରି ଯାଇଛନ୍ତି। ଏହାକୁ ଏକ ଅପମାନ ବୋଲି କହିବା ସହ ସେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଅଭିଯୋଗ ପତ୍ର ପଠାଇଛନ୍ତି। 


H5. Cyclone Remal update: ଗୋଟିଏ ପଟେ ଦେଶରେ ପ୍ରବଳ ଗରମ ଏଓଅନ୍ୟ ପଟେ ବଙ୍ଗୋପସାଗରରୁ ଏକ ବାତ୍ୟା ସ୍ଥଳପଥ ଆଡକୁ ମାଡି ଆସୁଛି, ଯାହାର ନାମ ରିମାଲ। ଏହା ସ୍ଥଳ ଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନ ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ ଏବଂ ଏହା ପଶ୍ଚିମବଙ୍ଗରେ ଅଧିକ ପ୍ରଭାବ ପକାଇବ। ଏହା ସମେତ ଓଡ଼ିଶା ସମେତ ଅନେକ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ। ଭାରତ ପାଣିପାଗ ବିଭାଗ (ଆଇଏମଡି) ଏ ସମ୍ପର୍କରେ ସତର୍କ ସୂଚନା ଜାରି କରିଛି।


H6. Ganjam firing News: ଗଞ୍ଜାମ ଜିଲ୍ଲା ପୋଲସରାରେ କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ବ୍ୟକ୍ତି ହେଲେ କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁର ଅବକାଶ ଜାନି ଓ ରଘୁନାଥ ଜାନି। ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁଳିମାଡ଼ର କାରଣ ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଛି।


H7. Upasana Mohapatra accuses presiding officer: ଭୋଟିଂ ସମୟରେ ଆଜି ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଗଡ଼ ରୋଡ଼ଙ୍ଗଠାରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ସିଧାସଳଖ ପ୍ରିଜାଇଡିଂ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହା ସମେତ ଉପାସନା ବୁଥ ଭିତରେ ବିଜେଡି ଏଜେଣ୍ଟ ତାଙ୍କୁ ଦୁର୍ବ୍ୟବହାର କରୁଥିବା ବି ଅଭିଯୋଗ ଆଣିଥିବା ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ସେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ସେ କହିଛନ୍ତି।


H8. Jhargram BJP Candidate Pranat Tudu Attacked: ଲୋକସଭା ନିର୍ବାଚନ ୨୦୨୪ ଅଧୀନରେ ଆଜି ଦେଶର ୮ଟି ରାଜ୍ୟର ୫୮ ଟି ଆସନରେ ମତଦାନ ଶେଷ ହୋଇଛି। ଆଜି ବେଙ୍ଗଲର ୮ଟି ଆସନରେ ମଧ୍ୟ ମତଦାନ ହୋଇଥିଲା। ଏହି ସମୟରେ, ଝାରଗ୍ରାମର ମୋଙ୍ଗଲାପୋଟା ଠାରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସୂଚନାନୁସାରେ, ପ୍ରଣତଙ୍କ ଉପରେ ଏହି ଆକ୍ରମଣ ପଥରରେ କରାଯାଇଥିଲା। ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ସୌନିକମାନେ ମଧ୍ୟ ନିଜ ଜୀବନ ରକ୍ଷା କରି ବହୁ କଷ୍ଟରେ ସେଠାରୁ ପଳାଇ ଯାଇଥିଲେ। 


H9. T20 World Cup 2024: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଉଡାଣ ଭରିଛି। ଶନିବାର ରାତିରେ ମୁମ୍ବାଇ ବିମାନବନ୍ଦରରୁ ଟିମ୍ ଇଣ୍ଡିଆ ଆମେରିକା ଗସ୍ତ କରିଛି। ବିମାନବନ୍ଦର ବାହାରେ ଅନେକ ଚିତ୍ର ଓ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏଥିରୁ ଜଣାପଡିଛି ଯେ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜାଙ୍କ ସମେତ ଅନେକ ଖେଳାଳି ବିଶ୍ୱକପକୁ ଯାଉଛନ୍ତି। ଖେଳାଳିଙ୍କ ବ୍ୟତୀତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ସପୋର୍ଟ ଷ୍ଟାଫ୍ ସଦସ୍ୟମାନେ ମଧ୍ୟ ନଜର ଆସିଛନ୍ତି।


H10. Shreyas Iyer On BCCI: ଶ୍ରେୟସ୍ ଆୟର କୋଲକାତା ନାଇଟ୍ ରାଇଡର୍ସକୁ ଆଇପିଏଲ୍ ୨୦୨୪ ର ଫାଇନାଲକୁ ନେଇଛନ୍ତି। ଟାଇଟଲ୍ ପାଇଁ କୋଲକାତା ଦଳ ବର୍ତ୍ତମାନ ୨୬ ମଇରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଟାଇଟଲ୍ ମ୍ୟାଚ୍ ପୂର୍ବରୁ, ଆଇର ବିସିସିଆଇ ଉପରେ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ବିଶ୍ୱକପ ପରେ ସଂଘର୍ଷ କରୁଥିଲେ, ତାଙ୍କୁ ତାଙ୍କ ସମସ୍ୟା ବିଷୟରେ କହିବା ସତ୍ତ୍ୱେ କେହି ତାଙ୍କୁ ବୁଝିବାକୁ ଚେଷ୍ଟା କରିନଥିଲେ।