TOP 10 NEWS TODAY


COMMERCIAL BREAK
SCROLL TO CONTINUE READING

01-  ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି । ଇଶ୍ୱରଙ୍କ ଶପଥ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବୋଲି ନିସ୍ୱାର୍ଥପର ଭାବେ ଦେଶ ସେବା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଶପଥପାଠ ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଦସ୍ତଖତ କରିଛନ୍ତି । ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ ସିଂ, ଅମିତ ଅନିଲ ଚନ୍ଦ୍ର ଶାହା, ନିତୀନ ଜୟରାମ ଗଡ଼କରି, ଜଗଦ ପ୍ରକାଶ ନଡ୍ଡା (ଜେପି ନଡ୍ଡା), ଶିବରାଜ ସିଂ ଚୌହାନ, ଶ୍ରୀମତୀ ନିର୍ମଳା ସୀତାରମଣ, ଡକ୍ଟର ଶୁଭ୍ରମନ୍ୟମ ଜୟଶଙ୍କର, ମନହୋର ଲାଲ୍, ପିୟୁଷ ଗୋୟେଲ ମଧ୍ୟ ଶପଥ ପାଠ କରିଛନ୍ତି ।


02- ଆଜି ମୋଦୀ ସରକାରଙ୍କ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିବା ସହ ଶପଥ ନେଇଛନ୍ତି ୩ ଓଡ଼ିଆ । ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ଅଶ୍ୱିନୀ, ଧର୍ମେନ୍ଦ୍ର ଏବଂ ଜୁଏଲ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ସାରିଛନ୍ତି ।


03- ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଅତିଥି ଯୋଗ ଦେଇଛନ୍ତି । ବିଶେଷ ଅତିଥି ଭାବେ ବିଦେଶରୁ ଅନେକ ଅତିଥି ଆସିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ, ଗିରିରାଜ ସିଂ, ନିର୍ମଳା ସୀତାରମଣ, ହାର୍ଦ୍ଦିକ ସିଂ ପୁରୀ, ଗୌତମ ଆଦାନୀ, କଙ୍ଗନା ରାନାୱତ, ସ୍ମୃତି ଇରାନି, ନିତୀଶ କୁମାର, ଅଶ୍ୱିନୀ ଚୌବେ, ମୁକେଶ ଅମ୍ବାନୀ, ଶାହାରୁଖ ଖାନ, ଅକ୍ଷୟ କୁମାର, ପହଞ୍ଚିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି । କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ମଧ୍ୟ ପହଞ୍ଚିଛନ୍ତି।


04- ଜୁନ୍ ୧୨ ତାରିଖ ଓଡ଼ିଶା ଇତିହାସରେ ଯୋଡି ହେବ ଆଉ ଏକ ରାଜନୈତିକ ପୃଷ୍ଠା । ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଜନତା ମୈଦାନରେ ଶପଥ ନେବେ ଜଣେ ଓଡ଼ିଆ ପୁଅ । ତେବେ ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଚଳଚଞ୍ଚଳ ହୋଇପଡିଛି ବିଜେପି ରାଜ୍ୟ କାର୍ଯ୍ୟାଳୟ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


05- ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବା ପୂର୍ବରୁ ୧୨ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀ ରାଜଧାନୀ ଭୁବନେଶ୍ୱରରେ ରୋଡ୍ ଶୋ କରିବେ । ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।


06- ଇନ୍ଦୋରରେ ଏକ ଟ୍ରେନରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ କାଟି ୨ଟି ବ୍ୟାଗରେ ଭର୍ତ୍ତି କରାଯାଇ ଟ୍ରେନ ମାଧ୍ୟମରେ କେଉଁ ସ୍ଥାନକୁ ଚାଲାଣ କରାଯାଉଥିବା ସମୟରେ ଜିଆରପି ପୋଲିସ ଉକ୍ତ ବ୍ୟାଗକୁ ଜବତ କରିଛି । ବ୍ୟାଗରୁ ମିଳିଥିବା ମୃତଦେହରେ ଶରୀରର ସମସ୍ତ ଅଙ୍ଗ ଥିବା ସମୟରେ ହାତ ଏବଂ ଗୋଡ ନଥିବା ଦେଖିବାକୁ ମିଳିଛି । ଘଟଣାର ତଦନ୍ତ କରୁଛି ପୋଲିସ ।


07- ରାଜନୀତିରୁ ସନ୍ୟାଶ ନେଲେ ଭିକେ ପାଣ୍ଡିଆନ । ନିଜେ ଏକ ଭିଡିଓ ବାର୍ତ୍ତା ଜାରି କରି ସକ୍ରିୟ ରାଜନୀତିରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ରାଜନୀତି ଛାଡ଼ିବା ସହ ବିଜେଡି କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଗୁରୁ ବୋଲି କହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ ଘୋଷଣା କରିଥିଲେ ଯେ, ଯଦି ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାଶ ନେଇଯିବି । ଆଜି ନିଜର କଥା ରଖି ନିଜେ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି ।


08- ଆସନ୍ତା ଜୁନ୍‌ ୧୭ରେ ଖୋଲିବ ସ୍କୁଲ୍‌ । କିନ୍ତୁ ତା ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହଠୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁ ପରିସ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରେଣୀ ଗୃହ, କ୍ୟାମ୍ପସ ସଫା କରିବା ସହ ଅନାବନା ଘାସ ସଫା କରାଯିବ । ଏଥିସହ ମଧ୍ୟାହ୍ନ ଭୋଜନ ସାମଗ୍ରୀ, ପାନୀୟ ଜଳ  ଯାଞ୍ଚ ହେବ ବୋଲି କୁହାଯାଇଛି । ସ୍କୁଲ୍ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ହାଜର ହେବାକୁ କୁହାଯାଇଛି ।


09- ଆଜି ରାଜନୀତିରୁ ପ୍ରତ୍ୟକ୍ଷ ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓହରି ଯାଇଛନ୍ତି। ଆଜି ଏ ନେଇ ଶ୍ରୀ ସାମନ୍ତ ଏକ ଘୋଷଣା କରିଛନ୍ତି। ନିକଟରେ ସେ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାଜୟ ହୋଇଛନ୍ତି। ତେଣୁ ଏଥିପାଇଁ ସେ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


10- ଆଜି ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସଂଗ୍ରାମ କେଶରୀ ପାଇକରାୟ। ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଅଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଇନଚାର୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଇଏମ୍‌ଏସ୍‌ଏମ୍‌ଇ ବିଭାଗକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେ ୨ ଥର ସଭାପତି ଦାୟିତ୍ୱରେ ଥିଲେ।