Top 10 News Today


COMMERCIAL BREAK
SCROLL TO CONTINUE READING

The Navy Show: ପୁରୀରେ ଆସନ୍ତା କାଲି ସନ୍ଧ୍ୟାରେ ଆୟୋଜିତ ହେବ ନୌସେନା ଦିବସ। ଏଥିଲାଗି ପ୍ରଥମଥର ପୁରୀ ସମୁଦ୍ରକୂଳରେ ଭାରତୀୟ ନୌସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାମରିକ କୌଶଳପ୍ରଦାନ ଲାଗି  ନୌସେନାର ଯୁଦ୍ଧ ଯାହାଜ ଏବଂ ଉଡ଼ା ଜାହାଜ ପୂର୍ବରୁ ସମସ୍ତ ଅଭ୍ୟାସ ଓ ପ୍ରସ୍ତୁତି ଶେଷ କରିଛନ୍ତି। ରାଷ୍ଟ୍ରପତି ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାସହ ପୁରୀର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ଏହି ଉତ୍ସବର ସାକ୍ଷୀ ହେବା ଲାଗି ପ୍ରଶାସନ ନିମନ୍ତ୍ରଣ କରିଛି। ପୁଣି ସାଧାରଣ ଜନତାଙ୍କ ପାଇଁ ପୁରୀ ସମୁଦ୍ରକୂଳରେ ଏହି ଉତ୍ସବରେ ପ୍ରଦର୍ଶିତ ଯୁଦ୍ଧ କୌଶଳକୁ ଉପଭୋଗ କରିବା ଲାଗି   ବ୍ୟବସ୍ଥା କରାଯାଇଛି। 


President to Grace Navy Show: ପୁରୀରେ ଜାତୀୟ ନୌସେନା ଦିବସର ଏହି ଅପୂର୍ବ ଆୟୋଜନକୁ ଉପଭୋଗ କରିବା ଲାଗି ଭୁବନେଶ୍ୱରରୁ ପୁରୀକୁ ସ୍ୱତନ୍ତ୍ର ବସ୍‍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଏନେଇ କ୍ରୁଟ୍‍ ପକ୍ଷରୁ ନୂଆ ବସ୍‍ ରୁଟ୍‍ ଘୋଷଣା କରାଯାଇଛି। ରୁଟ୍‍ ସଂଖ୍ୟା ୫୦, ୫୧, ୫୪, ୫୮, ୫୯ ଏବଂ ୬୦ରେ ଯାଉଥିବା ବସ୍‍ ଚଢ଼ି ପୁରୀ ଯିବା ଲାଗି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଚାଲୁଥିବା ନିୟମିତ ରୁଟ୍‍ ୫୨, ୫୩ ଓ ୬୧ ନମ୍ବର ବସ୍‍କୁ ବାତିଲ କରାଯାଇଛି।


Loksabha Passes Banking Amendment Bill 2024: ଲୋକସଭାରେ  ଆଜି ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ  ବିଧାୟକ ପାରିତ ହୋଇଛି। ଏହି ବିଧେୟକରେ ଉଭୟ ବ୍ୟାଙ୍କ ଏବଂ ଜମାକାରୀଙ୍କୁ ଅଧିକ ସ୍ୱାଧୀନତା ପ୍ରଦାନ କରାଯାଇଛି। ଏଣିକି ବ୍ୟାଙ୍କମାନେ ସେମାନଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ନିଜ ଇଚ୍ଛାରେ ବଜାରରୁ ଋଣ ନେଇପାରିବେ। ବା କୌଣସି ବଣ୍ଡ ମାଧ୍ୟମରେ ଅର୍ଥ ଉଠାଇପାରିବେ। ଜମାକର୍ତ୍ତାମାନେ ସେମାନଙ୍କ ଉତ୍ତରାଧିକରୀ ଭାବେ ୪ ଜଣ ନୋମିନିଙ୍କ ନାଁ ସଂଯୋଗ କରିପାରିବେ। ଏବେ ଜଣେ ନୋମିନି ବ୍ୟବସ୍ଥା ରହିଛି।  ଏହାସହ ଅନ୍ୟ ସଂଶୋଧନ ମଧ୍ୟ ଗ୍ୟହରେ ପାରିତ ହୋଇଛି। ରାଜ୍ୟସଭାରେ ଏହି ବିଧେୟକ ପାରିତ ହେଲେ ଆଇନରେ ପରିଣତ ହେବ। 


House functions smoothly after 6 days: ଛଅ ଦିନ ପରେ  ସଂସଦର ଉଭୟ ଗୃହ ଆଜି ସ୍ୱଭାବିକ ଭାବେ ପରିଚାଳିତ ହୋଇଥିଲା। ପ୍ରଶ୍ନୋତ୍ତର କାଳ ପରେ ଶୂନ୍ୟକାଳ ପରିଚାଳନା କରାଯାଇଥିଲା। ଏହି ସମୟରେ ସାଂସଦମାନେ ସେମାନଙ୍କ ଅଞ୍ଚଳର ସୌସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ ଉପସ୍ଥାପନ କରିଥିଲେ।


Odisha Speaker forms panel to Review MLA’s Salary: ଓଡ଼ିଶା ବିଧାନସଭାରେ ଆଜି ଖର୍ଚ୍ଚ ଦାବି ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।  ଏହାସହ ରାଜ୍ୟର ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ହୋଇଥିବା ଦାବିକୁ ନଜରରେ ରଖି ବାଚସ୍ପତି ସୁରମା ପାଢ଼ୀ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ବିଜେପି ବିଧାୟକ ଭାସ୍କର ମଢ଼େଇ ଅଧ୍ୟକ୍ଷ ହୋଇଛନ୍ତି। ସେହିପରି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେ, ନିହାର ମହାନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ସେଠି ସଦସ୍ୟ ରହିଛନ୍ତି। 


OLA notifies Election to RS: ବିଧାନସଭା ପକ୍ଷରୁ ଆଜି ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପରାଯାଇଛି।  ବିଜେଡି ଟିକଟରେ ନିର୍ବାଚିତ ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଏହି ଆସନ ଖାଲି ରହିଛି। ଏବେ ବିଜେପି ସଂଖ୍ୟା ଗରିଷ୍ଠ ଥିବାରୁ ଏହି ଆସନ ବିଜେପି ସପକ୍ଷରେ ଯିବ ବୋଲି ଆଶା କରାଯାଇଛି। ୨୦ ଡିସେମ୍ବରରେ ନିର୍ବାଚନ  ପାଇଁ ଭୋଟ ଗ୍ରହଣ ହେବ। 


New Rail Region in Odisha : ଓଡ଼ିଶାରେ  ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରିଛନ୍ତି ରେଳ ମନ୍ତ୍ରଣାଳୟ।  ଏହା ସହ କେନ୍ଦ୍ର ସରକାର ନିକଟରେ ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ମୋଦୀ ୩.୦ ସମୟରେ ୧୯,୨୮୯ କୋଟି ଟଙ୍କା ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।


EAM on Indi-China Relation: ଚୀନ ସହ ଭାରତର ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବଂ ଏହାକୁ ସମାଧାନ କରିବା ଦିଗରେ ଗତ ମାସରେ ହୋଇଥିବା ବୁଝାମଣାକୁ ଭିତ୍ତିକରି ଏକ ବିବରଣୀ ଆଜି ବର୍ହିବ୍ୟାପାର ମନ୍ତ୍ରୀ ସଂସଦକୁ ଜଣାଇଛନ୍ତି। ଏଥିରେ ସହ ସାମନ୍ତରୁ ଉଭୟ ଦେଶର ସେନାଙ୍କ ପ୍ରତ୍ୟାହାର କଥା ଉଲ୍ଲେଖ କରିଛନ୍ତି। ଏବେ ଦୁଇଦେଶ ମଧ୍ୟରେ ସହଯୋଗ ପାଇଁ ଆଲୋଚନା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ୨୦୨୦ ମସିହାରୁ ଦୁଇ ଦେଶ ମଧ୍‍ୟରେ ସମ୍ପର୍କ ତିକ୍ତ ରହିଥିଲା। 


International Disability day: ଆଜି ଭାରତ  ଭିନ୍ନକ୍ଷମ ଦିବସ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗ ଲୋକଙ୍କ ପ୍ରତି ତାଙ୍କ ସରକାରର ସମ୍ବେଦନଶୀଳତା ଏବଂ ଉତ୍ସର୍ଗକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏହି ଆନ୍ତର୍ାତିକ ଭିନ୍ନକ୍ଷମ ଦିବସରେ ତାଙ୍କ ସରକାର ଦିବ୍ୟାଙ୍ଗଙ୍କ ଆତ୍ମସମ୍ମାନ ଓ ସମ୍ମାନ ରକ୍ଷା କରିବାରେ ସଚେତନ ବୋଲି କହିଛନ୍ତି। ଗତ ୧୦ ବର୍ଷ ଭିତରେ ତାଙ୍କ ସରକାର ନେଇଥିବା ନୀତିଗତ ନିଷ୍ପତ୍ତି ଏହାକୁ ସୂଚାଉଛି ବୋଲି କହିଛନ୍ତି ମୋଦୀ। 


Political Crisis in South Korea: ଦକ୍ଷିଣ କୋରିଆରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଛି। ଆମେରିକାରେ ପ୍ରକାଶିତ ଏକ ରିପୋର୍ଟକୁ କେନ୍ଦ୍ର କରି ସେଠାର ରାଷ୍ଟ୍ରପତି ଜରୁରୀକାଳୀନ ସଶସ୍ତ୍ର ଆଇନ ଲାଗୁ ଘୋଷଣା କରିଛନ୍ତି। ବିରୋଧୀ ଦଳ ତାଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର ରଚନା କରୁଥିବା ଏହି ରିପୋର୍ଟରେ ପ୍ରକାଶିତ ହୋଇଛି।


Also Read- Potato Price Rise: ଓଡ଼ିଶା ପରେ ଆଉ ଦୁଇ ରାଜ୍ୟରେ ଆଳୁ ବିବାଦ, ଲୋକସଭାରେ ଉଠିଲା ପ୍ରସଙ୍ଗ


Also Read- ନୌସେନା ଦିବସ ପାଇଁ ବାଲୁକା କଳା ଏବଂ ଆଇସକ୍ରିମ କାଠିରେ ପ୍ରତିକୃତି