Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କମଳା ହ୍ୟାରିସଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଡୋନାଲ୍ଡ ଟ୍ରମ୍ପ। ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବେ  । କମଲା ସଂଖ୍ୟାଗରିଷ୍ଠତା ମାର୍କଠାରୁ ବହୁତ ଦୂରରେ ରହିଥିଲେ । ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଭାଷଣ ଦେଇ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


Headlines 02- ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କ ଦମଦାର ବିଜୟ ଆଡକୁ ଅଗ୍ରଗତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ହୃଦୟରୁ ଅଭିନନ୍ଦନ ।


Headlines 03- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି କମିଟି (ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) (ଏଫସିଆଇ) ରେ 2024-25 ଆର୍ଥିକ ବର୍ଷରେ କାର୍ଯ୍ୟର ପୁଞ୍ଜି ପାଇଁ 10,700 କୋଟି ଟଙ୍କାର ଇକ୍ୱିଟି ଅନୁମୋଦନ କରିଛି। କୃଷି କ୍ଷେତ୍ରକୁ ସୁଦୃଢ କରିବା ଏବଂ ଦେଶବ୍ୟାପୀ କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।


Headlines 04- ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ଗତକାଲି ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ଗାଁରେ ପହଞ୍ଚିଛନ୍ତି ଆର୍‌ଡିସି ଟିମ୍ । ମାଣ୍ଡିପଙ୍କା ଗାଁରେ ବ୍ରହ୍ମପୁର ଆରଡିସି ରୁପା ରୋଶନ ସାହୁ ତଦନ୍ତ ଆରମ୍ଭ କରିଛନ୍ତି । ଆରଡିସିଙ୍କ ସହ କନ୍ଧମାଳ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।


Headlines 05- ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ସଂପତ୍ତି ତାଲିକା ସମ୍ପର୍କରେ ସୂଚନା ଦେଇଛି ଭିଜିଲାନ୍ସ । ଜୁନିୟର ମ୍ୟାନେଜର ବିଜୟ ଉଦୟସିଂହଙ୍କ ରହିଛି ୪ ମହଲା କୋଠା । ଭୁବନେଶ୍ବରରେ ୪ ମହଲା କୋଠା ରହିଛି ଯାହାର ମୂଲ୍ୟ ୩ କୋଟି ୨୨ ଲକ୍ଷ ଏବଂ ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୩ଟି ଘର ରହିଛି । ଏଥିସହ ୩୩ ଲକ୍ଷର ବ୍ୟାଙ୍କ ଜମା ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଜବତ କରାଯାଇଛି ।


Headlines 06- ୭ ଦିନ ମଧ୍ୟରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି ମିଳିବ । କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ଟଙ୍କା ପହଞ୍ଚାଇବେ ଜିଲ୍ଲାପାଳ । ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ମାଧ୍ୟମରେ ଟଙ୍କା ପଠାଯିବ । ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ବାତ୍ୟା କ୍ଷତିର ପରିମାଣ ୪୨୩ କୋଟି ।


Headlines 07- ବିଜେପିରେ ଯୋଗ ଦେଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଆଜି ନିଜ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁନନ୍ଦା ପଦ୍ମ ଧରିଛନ୍ତି ।


Headlines 08- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ଶିମିଳିପାଳ ଗସ୍ତରେ ଯାଇ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କୁ ଭେଟି ଦେଇଛନ୍ତି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ । ଏଥିସହ ଲୋକାର୍ପଣ କରିଛନ୍ତି ବହୁ ପ୍ରତିକ୍ଷୀତ ସାରୁଦା ବୁଢ଼ାବଳଙ୍ଗ ପୋଲ, ଦୀର୍ଘ ଦିନ ଧରି ସାରୁଦା ଗ୍ରାମବାସୀ ବୁଢ଼ାବଳଙ୍ଗ ନଦୀରେ ପୋଲ ନଥିବାରୁ ସେଠାକାର ଲୋକେ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେଠାରେ ଆଜି ପୋଲକୁ ମନ୍ତ୍ରୀ ଲୋକାର୍ପଣ କରିଥିବାରୁ ସେଠାକାର ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି ।


Headlines 09- ଦେବୀ, ଋଷିକୂଲ୍ୟା ଓ ଧାମରା ନଦୀ ମୁହାଣରୁ ୨୦କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଜାରୀ କରାଯାଇଛି। ଏହି ସବୁ ସ୍ଥାନରେ ଅଲିଭ୍ ରିଡ଼ଲେ କଇଁଚ ସଂରକ୍ଷଣ ନିମନ୍ତେ ସମ୍ପୂର୍ଣ୍ଣ ମାଛ ଧରିବା ନିଷିଦ୍ଧ କରାଯାଇଛି। ଏହାକୁ ସମସ୍ତ ବୋଟ୍ ଓ ଡଙ୍ଗା ମାଲିକ ସମେତ ମତ୍ସ୍ୟଜୀବୀ ମାନଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଇବା ସହିତ ଏହାକୁ ସମସ୍ତେ ମାନିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ମେ ମାସ ୩୧/୦୫/୨୦୨୫ ତାରିଖ ପର୍ଯ୍ୟନ୍ତ କଟକଣା ଜାରୀ କରାଯାଇଛି। 


Headlines 10- ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ମଧ୍ୟ ଚଳାଇ ପାରିବେ।