Top 10 News: AAPକୁ ଆଉ ଏକ ଝଟକା ଖବର ସହ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
Headlines 01- ଖଣ୍ଡଗିରି ସ୍ଥିତ ଆଶ୍ରମରେ ଛୋଟ ଶିଶୁକୁ ବାବା କରି ପୂଜା କରିବା ଘଟଣାରେ ସତ ବଖାଣିଛନ୍ତି ସ୍ଥାନୀୟ ଲୋକ । ସାରଥୀଙ୍କର ଯେପରି ରାସଳିଳା ଚାଲିଥିଲା ଠିକ୍ ସେହିପରି ଏଠାରେ ଚାଲିଥିଲା ଏବଂ ସ୍ଥାନୀୟ ଲୋକଙ୍କୁ ଭିତରକୁ ପ୍ରବେଶ ନଥିଲା ବୋଲି ମତ ପ୍ରକାଶ ପାଇଛି । କେହି ଆସିଲେ ସେମାନଙ୍କୁ ଧକ୍କା ମାରି ବାହାର କରାଯାଉଥିଲା । କେବଳ ସେତିକି ନୁହେଁ, ବାବା କେଟିଏମ ଚଲାନ୍ତି ଏବଂ ଆମିଷ ଖାଆନ୍ତି ବୋଲି ସାଧାରଣ ଲୋକ କହିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ପରେ ପହଞ୍ଚିଛି ସ୍ଥାନୀୟ ପୋଲିସ ।
Headlines 02- କେନ୍ଦୁଝର ବନଖଣ୍ଡରେ ହାତୀ ଗଣନା କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି । ୧୭୦ରୁ ୧୮୦ ହାତୀ ଥିବା କହିଛନ୍ତି DFO ଏଚ୍ଡି ଧନରାଜ । ୮୨ଟି ଟିମ୍ରେ ୨୪୬ ବନ କର୍ମଚାରୀ ବନଖଣ୍ଡରେ ହାତୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।
Headlines 03- କଟକ ବାଲିଯାତ୍ରାରେ ସିଏମ୍ସି ସ୍ବାସ୍ଥ୍ୟ ଟିମ୍ ଚଢ଼ାଉ କରିଛି । ବାସିଖାଦ୍ୟ ବିକ୍ରି କରିବା ସହ ଗଚ୍ଛିତ ରଖିବା ନେଇ ଯାଞ୍ଚ କରିଛନ୍ତି ଟିମ୍ । ଅଧିକାରୀଙ୍କ କହିବାନୁଯାୟୀ, ଏକ୍ସପାରୀ ଡେଟ୍ ଚାଲିଯାଇଥିବା କ୍ଷୀର ଏବଂ କେମିକାଲ ଯୁକ୍ତ ରଙ୍ଗ ବ୍ୟବହାର କରୁଥିବା ବେଳେ ସିଏମସି ସ୍ୱାସ୍ଥ୍ୟ ଟିମ୍ ଚଢାଉ କରି ତାହାକୁ ଜବତ କରିଛି । ତଦାରଖ ପାଇଁ ମୋଟ ୩ଟି ଟିମ୍ ଗଠନ କରାଯାଇଛି । ଉକ୍ତ ଟିମ୍ ସମସ୍ତ ଦୋକାନରେ ପହଞ୍ଚି ଯାଞ୍ଚ କରିବେ ।
Headlines 04- ଏକ ଘରୋଇ ଟିଭି ଚ୍ୟାନେଲ୍ ବିରୋଧରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ମିଥ୍ୟା ଏବଂ ମନଗଢ଼ା ଖବର ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରାଯାଉଥିବା ଲିଖିତ ଭାବେ ଉଲ୍ଲେଖ କରାଯାଇଛି । ବିଜେପି ଲିଗାଲ ସେଲ୍ ମୁଖ୍ୟଙ୍କ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି ।
Headlines 05- ମଣିପୁରରେ ପୁଣି ଥରେ ହିଂସା ଆରମ୍ଭ ହୋଇଥିଲା। ମେଟାଇ ସମ୍ପ୍ରଦାୟର ଏହି ବିରୋଧ ହିଂସାତ୍ମକ ରୂପ ନେଇଥିଲା ଯେଉଁଥିରେ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ଘର ଭଙ୍ଗାରୁଜା କରାଯାଇଥିଲା। ବିକ୍ଷୋଭକାରୀମାନେ ମଧ୍ୟ ଅନେକ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଲୋକମାନେ ଦାବି କରୁଛନ୍ତି ଯେ ସେମାନେ ସିଏମଙ୍କ ଘରକୁ ଯିବେ। ଯଦିଓ ସୁରକ୍ଷା ବାହିନୀ ମାଓବାଦୀଙ୍କୁ ବିସର୍ଜନ କରିଥିଲେ ମଧ୍ୟ ସେମାନେ ଖାଲି ପୈତୃକ ଘରକୁ ସିଏମ ଏନ ବିରେନ ସିଂଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ କର୍ଫ୍ୟୁ ଘୋଷଣା କରାଯାଇଥିବାବେଳେ ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
Headlines 06- ରାଜନୈତିକ ଶତ୍ରୁତା କାରଣରୁ ଗାଁରେ ହଣାକଟା ହେବାରୁ ୨ଜଣ ଗୁରୁତର ହୋଇଛନ୍ତି । ଘଟଣାଟି ନୟାଗଡ଼ ଇଟାମାଟି ଥାନା ଶରଧାପୁର ଗାଁରେ ଦେଖିବାକୁ ମିଳିଛି । ସରପଞ୍ଚଙ୍କ ସ୍ବାମୀ, ସମିତି ସଭ୍ୟଙ୍କ ମଧ୍ୟରେ ଯୁକ୍ତିତର୍କରୁ ଗଣ୍ଡଗୋଳ ହୋଇଛି । ଉଭୟ ଗୁରୁତରଙ୍କୁ ପ୍ରଥମେ ନୟାଗଡ଼ ଏବଂ ପରେ ଭୁବନେଶ୍ବରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।
Headlines 07- ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି କଟକ ଜିଲ୍ଲାପାଳ । ଏନେଇ ପୋଲିସ କମିଶନରଙ୍କ ସହ ଆଲୋଚନା ସରିଛି । ଘଟଣାର ପୁନରାବୃତ୍ତି ନ ହେବାକୁ ଗୁରୁତ୍ବ ଦିଆଯିବ । ଏଣିକି ଷ୍ଟେଜ ପରିଚାଳନା ଦାୟିତ୍ବରେ ଜଣେ ଏଡିଏମ୍ ରହିବେ । ଆଇନ ଅନୁସାରେ ସବୁ କାର୍ଯ୍ୟ ପରିଚାଳିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ଗୀତ ଅଧାରୁ ଗାୟିକା ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଇଥିଲା ପୋଲିସ । ଫଳରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ।
Headlines 08- ଭୁବନେଶ୍ୱର ବାଣୀବିହାର ରେଳ ଧାରଣା କଡ଼ରୁ କ୍ଷତାକ୍ତ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିନଥିବା ସମୟରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତଦେହ ସାରା କ୍ଷତ ଚିହ୍ନ ଥିବାରୁ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢିଛି ।
Headlines 09- ଆଜି ଛାଡ଼ଖାଇ କାରଣରୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ପାଇଁ ଆମିଷ ଛାଡ଼ ହୋଇଥିଲା। କେହି କେହି ମାସକ ପାଇଁ ଆମିଷ ପାଖ ମାଡ଼ି ନଥିବା ବେଳେ କେହି କେହି ୫ ଆଉ କେହି ୭ ଦିନ ପାଇଁ ଆମିଷ ଛାଡ଼ିଥିଲେ। ଫଳରେ ଛାଡ଼ଖାଇକୁ ସମସ୍ତଙ୍କର ଅପେକ୍ଷା ରହିଥିଲା। ତେବେ ଛାଡ଼ଖାଇ ଶନିବାର ପଡ଼ିଥିଲା। ଶୁକ୍ରବାର ପୂର୍ଣ୍ଣିମା ରହିଥିବାରୁ ଶନିବାର ସଂକ୍ରାନ୍ତି ଓ ଛାଡ଼ଖାଇ ପଡିଥିଲା। ଫଳରେ ଆମିଷ ପ୍ରିୟ ବ୍ୟକ୍ତିଙ୍କ ପାଇଁ ରବିବାରକୁ ଘୁଞ୍ଚିଥିଲା ଛାଡ଼ଖାଇ।
Headlines 10- ଆପ୍କୁ ଆଉ ଏକ ଶକ୍ତ ଝଟ୍କା ଲାଗିଛି । ଦଳ ଛାଡ଼ିଛନ୍ତି ଦିଲ୍ଲୀର ମନ୍ତ୍ରୀ କୈଳାଶ ଗେହଲଟ । ଆପ୍ର ଜାତୀୟ ଆବାହକ କେଜରିୱାଲଙ୍କୁ ନିଜ ଇସ୍ତଫା ପଠାଇଥିବା ସୂଚନା ମିଳିଛି । କେନ୍ଦ୍ର ସହ ମୁକାବିଲା କରି ଦିଲ୍ଲୀର ବିକାଶ ସମ୍ଭବ ନୁହେଁ ବୋଲି ଲେଖିଥିବା ସୂଚନା । ମୋ ପାଖରେ ଆଉ କୌଣସି ବିକଳ୍ପ ନ ଥିବାରୁ ଦଳରୁ ଇସ୍ତଫା ଦେଲି ବୋଲି ସେ କହିଛନ୍ତି ।